କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Untitled-1 copy

ଓଡିଶା କଂଗ୍ରେସ ସଂଗଠନ ନବକଳେବରକୁ ପୁଣି ଝୁଲାଇଲେ ରାହୁଳ

ନିରଞ୍ଜନକୁ ନେଇ ମନସ୍ଥିର କରିପାରୁନାହାନ୍ତି ଗାନ୍ଧି ପରିବାର
ଭକ୍ତଙ୍କ ପାଇଁ ଶ୍ରୀକାନ୍ତଙ୍କ ଓକିଲାତି
୩ଜଣ ଉପ-ସଭାପତି ପଦକୁ ନିରଞ୍ଜନଙ୍କ ନାପସନ୍ଦ

ଭୁବନେଶ୍ୱର,(ଓଟି): ରାଜ୍ୟ କଂଗ୍ରେସର ନବକଳେବର ନେଇ ରାଜ୍ୟର ନେତାମାନେ ଅତ୍ୟନ୍ତ ବ୍ୟଗ୍ର ଥିଲେ ହେଁ ଦଳର ହାଇକମାଣ୍ଡ ତଥା ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ପୁଣି ଝୁଲାଇ ରଖିଛନ୍ତି । ଫଳରେ ଓଡିଶାରେ କଂଗ୍ରେସର ସ୍ଥିତି ସୁଦୃଢ ହେଉ, ଏ କଥା ରାହୁଲ ଚାହୁଁ ନାହାଁନ୍ତି ବୋଲି କର୍ମୀ ମହଲରେ ଏବେ ଚର୍ଚ୍ଚା ହେଉଛି ।

ରାଜ୍ୟର ନେତୃତ୍ୱ ପରିବର୍ତ୍ତନ ପାଇଁ ବିଧାୟକ ଓ ବରିଷ୍ଠ ନେତାମାନଙ୍କର ବାରମ୍ୱାର ଦାବି ପରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲିଛନ୍ତି । ପ୍ରଥମେ ୩ ଜଣିଆ ପର୍ଯ୍ୟବେକ୍ଷକ ପଠାଇ ମତାମତ ପାଇବା ପରେ ଗି ୫ତାରିଖରେ ରାଜ୍ୟର ୩୬ଜଣ ବରିଷ୍ଠ ନେତାମାନଙ୍କୁ ନୂଆଦିଲ୍ଲୀ ଡାକି ୨୦ ମିନିଟିଆ ଟ୍ୟୁସନ କରିବା ସହିତ ଅଳ୍ପ କିଛି ନେତାମାନଙ୍କ ସହ ନିଭୃତ ଆଲୋଚନା କରିଥିଲେ । ଏହି ଆଲୋଚନା ପର୍ଯ୍ୟାଲୋଚନା ପରେ ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ଆଧାରରେ ଖୁବ‍୍‌ ଶୀଘ୍ର ନୂଆ ପିସିସି ସଭାପତି ଘୋଷଣା କରାଯିବ ବୋଲି ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସୂଚନା ଦେଇଥିଲେ ।
ଗତ ୯ ତାରିଖରେ ସାଂସଦ ସୁସ୍ମିତା ଦେବଙ୍କ ଅଖିଳ ଭାରତ ମହିଳା କଂଗ୍ରେସର ଅଧ୍ୟକ୍ଷା ଭାବରେ ଘୋଷଣା କରାଗଲା । ଏହି ଦିନ ନୂଆ ପିସିସି ସଭାପତି ନାମ ଘୋଷଣା କରାଯିବ ବୋଲି ସମସ୍ତେ ଅନୁମାନ କରୁଥିଲେ । କିନ୍ତୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶା ନେତାମାନଙ୍କୁ ନିରାଶ କରି ୧୦ତାରିଖରେ ଦୁଇ ସପ୍ତାହ ପାଇଁ ଆମେରିକା ଗସ୍ତରେ ଯାଇଛନ୍ତି । ଏଥିରୁ ଜଣାପଡୁଛି ଯେ ଦୁର୍ଗାପୂଜା ପୂର୍ବରୁ ନୂଆ ପିସିସି ସଭାପତି ଘୋଷଣା ହୋଇପାରିବ ନାହିଁ ।
କିନ୍ତୁ ଇତି ମଧ୍ୟରେ କଂଗ୍ରେସ ମହଲର ଚର୍ଚ୍ଚା ଅନୁସାରେ ନିରଞ୍ଜନଙ୍କୁ ପିସିସି ସଭାପତି କରାଇ ନ ଦେବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଗୋଟି ଚାଳନା ଆରମ୍ଭ କରିଛନ୍ତି । ତାଙ୍କ ଯୋଜନାନୁସାରେ ସେ ପଶ୍ଚିମ ଓଡିଶା ନେତା ଭକ୍ତ ଦାସଙ୍କୁ ପିସିସି ସଭାପତି କରିବା ପାଇଁ ବି.କେ. ହରିପ୍ରସାଦଙ୍କ ସହାୟତାରେ ପ୍ରୟାସ ଆରମ୍ଭ କରିଛନ୍ତି । ପୂର୍ବରୁ ପଟ୍ଟନାୟକ ପରିବାରକୁ ଉପରେ ଗାନ୍ଧୀ ପରିବାର ସନ୍ଦେହ ଦୃଷ୍ଟିରେ ଦେଖଉଥିବାରୁ ରାହୁଲ ଗାନ୍ଧୀ କାଳକ୍ଷେପଣ ନୀତି ଚଳାଇଥିବା ଆଲୋଚନା ହେଉଛି । ଯଦି ବି ନିରଞ୍ଜ ସଭାପତି ହୁଅନ୍ତି ତେବେ ଭକ୍ତଙ୍କୁ ପ୍ରଚାର କିମିଟି ଅଧ୍ୟକ୍ଷ ଓ ୩ଜଣ ଉପ ସଭାପତି ନିଯୁକ୍ତି କରିବାକୁ ଶ୍ରୀକାନ୍ତ ଯୋଜନା ଚଳାଇଛନ୍ତି । ଏହାଦ୍ୱାରା ନିରଞ୍ଜନ ସଭାପତି ହେଲେ ହେଁ କ୍ଷମତାହୀନ ହୋଇ ସ୍ୱାଧିନ ଭାବେ କିଛି ନିଷ୍ପତ୍ତି ନେଇପାରିବେ ନାହିଁ ।
ଶ୍ରୀକାନ୍ତଙ୍କ ଏହି ଯୋଜନା ସମ୍ପର୍କରେ ସୂଚନା ପାଇ ନିରଞ୍ଜନ ଏହାକୁ ବିରୋଧ କରିବାରେ ଲାଗିଛନ୍ତି । ନିରଞ୍ଜନଙ୍କ ଯୁକ୍ତି ହେଉଛି ସ୍ୱାଧୀନ ଭାବରେ କାମ କରିବାର ସୁଯୋଗ ନ ମିଳିଲେ ସେ ସଭାପତି ହେବେ ନାହିଁ । ରାଜ୍ୟ କଂଗ୍ରେସ ନେତାମାନଙ୍କର ଏଭଳି ପରଷ୍ପର ବିରୋଧି ବୟାନ ପରେ ରାହୁଲ ଗାନ୍ଧୀ ପିସିସି ସଭାପତି ଘୋଷଣା ଆଉ କିଛି ଦିନ ଗଡାଇ ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *