କାର‌ରୁ ୫୦ ଲକ୍ଷ ଟଙ୍କା ଜବତ: ବ୍ୟାଙ୍କ ମ୍ୟାନେଜର ସମେତ ୩ ଅଟକ

କେନ୍ଦୁଝର,(ଓଟି): କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବାସୁଦେବପୁର ଛକ ନିକଟରୁ ଶୁକ୍ରବାର ରାତିରେ ଏକ କାର‌୍‍ ରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି । ଯୋଡ଼ା ଇଣ୍ଡସ ଲ୍ୟାଣ୍ଡ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଦୁଇ ଜଣ କର୍ମଚାରୀ ଏହି ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ଜାଲରେ ଫସିଛନ୍ତି ।

ପୋଲିସ ହାତରେ ଧରାପଡିଥିବା ବ୍ୟାଙ୍କ ମ୍ୟାନେଜର ମାନସ ରାଉତଙ୍କ କହିବା ଅନୁସାରେ, ଚମ୍ପୁଆର ସ୍ୱାଧିନ ବିଧାୟକ ସନାତନ ମହାକୁଡ଼ଙ୍କ ଅନୁରୋଧ କ୍ରମେ ବିନା ଚେକ‌୍‍ ଓ ବିନା ୱିଥଡ୍ରଲ ଫର୍ମରେ ସେ ଏହି ଟଙ୍କା ଯୋଡ଼ାରୁ ଚମ୍ପୁଆ ଆଣୁଥିଲେ । ଟଙ୍କା ଧରି ଆସୁଥିବା ସମୟରେ ବାସୁଦେବପୁର ନିକଟରେ ସଦର ପୋଲିସ ହାତରେ ଧରାପଡିଥିଲେ । ମ୍ୟାନେଜର ମାନସ, ସେଲସ ମ୍ୟାନ ସରୋଜ ବେହେରା ଓ ଗନ‌୍‍ ମ୍ୟାନ ଲକ୍ଷ୍ମଣ ପ୍ରଧାନଙ୍କ ଠାରୁ ଗୋଟିଏ କାର‌୍‍ ସହ ୫୦ ଲକ୍ଷ ଟଙ୍କା, ୪ଟି ମୋବାଇଲ‌୍‍ ଫୋନ‌୍‍ ଜବତ ହୋଇଛି । ୩ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚୁରା ଚଳାଇଛି ।

ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ରଙ୍କ କହିବା ଅନୁଯାୟୀ, ବ୍ୟାଙ୍କ ମ୍ୟାନେଜର ନେଇଯାଉଥିବା ଟଙ୍କାର କୌଣସି କାଗଜପତ୍ର ନ ଥିଲା । ଏଣୁ ତାଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି। ଅପରପକ୍ଷରେ ବ୍ୟାଙ୍କ୍‌ ମ୍ୟାନେଜର୍‌ ଶ୍ରୀ ରାଉତ କହିଛନ୍ତି ଯେ, ବ୍ୟାଙ୍କ୍‌ ପକ୍ଷରୁ ଭଲ ଗ୍ରାହକଙ୍କୁ ସେମାନଙ୍କର ଘରେ ସେବା ପହଞ୍ଚାଇବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଅନୁଯାୟୀ ସନାତନ ମହାକୁଡ଼ଙ୍କ ନିକଟକୁ କାର୍‌ରେ ଟଙ୍କା ନେଉଥିଲି ବୋଲି ଶ୍ରୀ ରାଉତ ସଫେଇ ଦେଇଛନ୍ତି।

About admin

Check Also

ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ଭୁବନେଶ୍ୱର,(ଓଟି): ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ …

Leave a Reply