ନକଲି ଏନଜିଓ ଉପରେ କେନ୍ଦ୍ର ପ୍ରହାର

ଓଡିଶାରୁ ସର୍ବାଧିକ ୨୮୯ ଏନଜିଓ କଳାତାଲିକାଭୁକ୍ତ

ଢେଙ୍କାନାଳ-ନୟାଗଡ-କେରାପୁଟ ତାଲିକାର ଶୀର୍ଷରେ

ଭୁବନେଶ୍ୱର,(ଓଟି): ବିଦେଶରୁ ସହାୟତା ଆଣି ନିଜ ସ୍ୱାର୍ଥରେ ହଡପ କରୁଥିବା ଓ ଦେଶ ବିରୋଧି କାମରେ ଲଗାଉଥିବା ୯୨୪ଟି ଏନଜିଓଙ୍କୁ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ କଳାତାଲିକା ଭୁକ୍ତ କରିଛନ୍ତି। ଏହି କଳା ତାଲିକାରେ ଓଡିଶାରୁ ସର୍ବାଧିକ ୨୮୯ଟି ଏନଜିଓ ରହିଛନ୍ତି। ଏହସ ସବୁ ଏନଜିଓ ରାଜ୍ୟର ଢେଙ୍କାନାଳ, ନୟାଗଡ ଓ କୋରାପୁଟ ଜିଲ୍ଲାର ବୋଲି ସରକାରଙ୍କ ତାଲିକରୁ ଜଣାପଡିଛି।

ରାଜ୍ୟର ପ୍ରତି ୧୦ଟି ଏନଜିଓ ମଧ୍ୟରୁ ୮ଟିକୁ କଳା ତାଲିକା ଭୁକ୍ତ କରାଯାଇଛି। ଓଡିଶାର ୭୦ଟି ଏନଜିଓ ବିଦେଶରୁ ଅନୁଦାନ ଆଣି ସଠିକ୍ ଢଙ୍ଗରେ କାମ କରୁଥିବାବେଳେ ୨୮୯ ତାହାକୁ ନିଜ ସ୍ୱାର୍ଥରେ ଖର୍ଚ୍ଚ କରି ସରକାରଙ୍କୁ ଅନୁଦାନ ବିନିଯୋଗର ହିସାବ ଦେବାରେ ବିଫଳ ହୋଇଛନ୍ତି। ଏପରିକି ସରକାରଙ୍କ ତରଫରୁ ଖୋଳତାଡ କରାଯିବାରୁ ସେହି ସବୁ ଏନଜିଓମାନଙ୍କ ଅସ୍ତିତ୍ୱ ଦେଖିବାକୁ ମିଳିନଥିଲା। ଏହି ଏନଜିଓମାନେ ବିଦେଶ ଅନୁଦାନ ଆଣି କାଗଜ କଲମରେ ବିନିଯୋଗ ହେବା ଦର୍ଶାଇ ତାହାକୁ ହଡପ କରୁଥିଲେ।

ଓଡିଶା ତଳକୁ ଆନ୍ଧ୍ରପ୍ରଦେଶର ୪୧ଟି ଏନଜିଓ ସଠିକ କାମ କରୁଥିବାବେଳେ ୧୪୯ଟିକୁ ଅନୁଦାନ ହେରଫେର ଅଭିଯୋଗରେ କଳାତାଲିକାଭୁକ୍ତ କରାଯାଇଛି। ଉତ୍ତରପ୍ରଦେଶର ୭୮ଟି ଠିକ୍ କାମ କରୁଥିବାବେଳେ ଅନ୍ୟ ୭୮ଟିକୁ କଳା ତାଲିକାଭୁକ୍ତ କରାଯାଇଛି। ତାମିଲନାଡୁର ୪୯ଟି ଠିକ୍ କାମ କରୁଥିବାବେଳେ ୬୬ଟିକୁ କଳାତାଲିକାଭୁକ୍ତ କରାଯାଇଛି। ତେଲେଙ୍ଗାନନାର ୧୮ଟି ଠିକ୍ କାମ କରଉଥିବାବେଳେ ୪୨ଟିକୁ କଳାତାଲିକାଭୁକ୍ତ କରାଯାଇଛି। ଦିଲ୍ଲୀର ୧୫୮ଟି ଠିକ କାମ କରୁଥିବାବେଳେ ୪୩ଟିକୁ କଳାତାଲିକାଭୁକ୍ତ କରାଯାଇଛି।

ଏନଜିଓ କଳାତାଲିକାଭୁକ୍ତ ହେବା ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ୨୦୧୬ରେ ୨୫ଟି ଏନଜିଓ ଦେଶ ବିରୋଧି କାମ ପାଇଁ ବିଦେଶ ଅନୁଦାନ ପାଇବା କ୍ଷେତ୍ରରେ କଳା ତାଲିକାଭୁକ୍ତ ହୋଇ ଲାଇସେନ୍ସ ହରାଇଥିଲେ। ଏହି ସମୟରେ ପ୍ରାୟ ୧୧୦୦୦ଏନଜିଓ ସେମାନଙ୍କ ଲାଇସେନ୍ସ ନବୀକରଣ କରିପାରିନଥିଲେ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply