ଶାଓନିର ନୁଆ ସ୍ମାର୍ଟଫୋନ୍ ଏମଆଇ ଏ୨ (MiA2): ନୁଆ ନୁଆ ଫିଚର ଏବଂ ଅଫରରେ ମିଳିବ ଏହି ସ୍ମାର୍ଟଫୋନ୍

0
54

ଭୁବନେଶ୍ୱର, (ହିମାଂଶୁଭୂଷଣ ପଣ୍ଡା ): ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସିର ଖବର । ଚୀନର ମୋବାଇଲ୍ କମ୍ପାନୀ ଶାଓନି ନିଜର ପ୍ରତିଷ୍ଠିତ ବ୍ରାଣ୍ଡ ଏମ୍‍ଆଇ ଷଫନ୍‍ର ନୂଆ ଭର୍ସନ୍‍ ଲଞ୍ଚ୍‍ କରିଛି । ଏହି ନୁଆ ସ୍ମାର୍ଟଫୋନର ନାଁ ରହିଛି ଏମ୍‍ଆଇଏ୨ । ନିକଟରେ ନୁଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଇଭେଣ୍ଟ ରେ କମ୍ପାନୀ ତାର ଏହି ପ୍ରଡକ୍ଟକୁ ଭାରତୀୟ ବଜାରରେ ପ୍ରବେଶ କରିଛି । ଏହି ମଡେଲର ଫୋନ୍‍ଟି ଗତ ୧ ମାସ ତଳେ ୟୁରୋପରେ ଲଞ୍ଚ କରାଯାଇଥିଲା । ଶେଷରେ ବୁଧବାରଦିନ ଆୟୋଜିତ ଏହି ଇଭେଣ୍ଟରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ।

ଫିଚର

ଏହି ସ୍ମାର୍ଟଫୋନ୍ ଗୁଗୁଲ ଆଣ୍ଡ୍ରଏଡ୍ ପ୍ରୋଗ୍ରାମର ଏକ ଅଂଶ ଅଟେ । ଏହି ଫୋନକୁ ସ୍ୱତନ୍ତ୍ର ଭାବରେ ଇ-କମର୍ସ ସାଇଟ ଆମାଜନ୍ ମାଧ୍ୟମରେ ବିକ୍ରି କରାଯିବ । ଫଳରେ କେତେକ ସ୍ୱତନ୍ତ୍ର ଅଫର ମଧ୍ୟ ଉପଲବ୍ଧ ରହିବ । ଏହି ଫୋନଟି କ୍ୱାଲକମ ସ୍ନାପଡ୍ରାଗନ ୬୬୦ ଏସ୍ଓସି ପ୍ରୋସେସର ଦ୍ୱାରା ପରିଚାଳିତ । ଏହାବ୍ୟତୀତ ଏଥିରେ ଏଆଇ ଇଂଜିନ୍ ଏବଂ ସ୍ପେକ୍ଟ୍ରା ଆଇ.ଏସ.ପି (ISP) ଭଳି ଫିଚର ମଧ୍ୟ ଉପଲବ୍ଧ ରହିଛି । ଆହୁରିମଧ୍ୟ ଏହି ଫୋନରେ ଆଣ୍ଡ୍ରଏଡ ଲାଟେଷ୍ଟ ଭର୍ଜନ ଲୋଡ୍‍ ହୋଇଥିବାରୁ ଏବଂ ଫୋନରେ ୪ ଜିବି ରାମ ଥିବାରୁ ସ୍ପିଡବି ଭଲ ରହିବ । ସଙ୍ଗେ ସଙ୍ଗେ ଆପ୍ସ ଗୁଡିକ ମଧ୍ୟ ଭଲ ଭାବରେ କାମ କରିବ ବୋଲି ଆଶା କରାଯାଇପାରେ । ଏହି ଫୋନର ଇଣ୍ଟରନାଲ ମେମୋରି ମଧ୍ୟ ୬୪ ଜିବି ରହିଛି । ଏକ ଆକର୍ଷଣୀୟ ସେପ୍ ରେ ଏହି ଫୋନକୁ ଡିଜାଇନ କରାଯାଇଛି ଏବଂ ୪ ପ୍ରକାର ରଙ୍ଗରେ ମଧ୍ୟ ଉପଲବ୍ଧ କରାଯାଇଛି । ଡିସ୍ପଲେକୁ ୫.୯୯ ଇଞ୍ଚ କରାଯାଇଛି ଏବଂ ୨.୫ଡି ର ଗରିଲା ଗ୍ଲାସ ମଧ୍ୟ ବ୍ୟବହାର କରାଯାଇଛି । ଏହି ଫୋନର ବ୍ୟାଟେରୀ ୩୦୧୦ ଏମ.ଏ.ଏଚ୍ ଏବଂ ଏହା କ୍ୱିକ୍ ଚାର୍ଜ ୩.୦ ଟେକ୍ନେ।।ଲାଜି କୁ ସପୋର୍ଟ କରିଥାଏ । ଏହି ଫୋନର ଫ୍ରଣ୍ଟ କ୍ୟାମେରା ୨୦ ମେଗାପିକ୍ସେଲ ରହିଛି ଯାହାକି ସେଲଫି ଫଟୋ ଉଠାଇବା ପାଇଁ ଖୁବ ଭଲ । ଫୋନ ପଛର କ୍ୟାମେରା ସହିତ ଫେସ୍ ଡିଟେକସନ୍, ଅଟୋଫୋକସର ସୁବିଧା ରହିଛି । ଏହା ସହିତ ଏଲଇଡି ଫ୍ଲାଶ ମଧ୍ୟ ରହିଛି । ଫୋନରେ ଫେସ୍ ଅନଲକ ସୁବଧା ଥିବା ସଙ୍ଗେ ସଙ୍ଗେ ଫିଙ୍ଗରପ୍ରିଣ୍ଟ ଲକ୍‍ ସୁବିଧା ରହିଛି ।

ଅଫର

ଏହି ଫୋନର ସର୍ମୋଚ୍ଚ ମୁଲ୍ୟ ୧୬,୯୯୯/- ଟଙ୍କା ରହିଛି । ୧୬ ଅଗଷ୍ଟ ଦିନ ୧୨ ଟା ପରେ ଏହି ଫୋନଟି ଏମଆଇର ସମସ୍ତ ଅନଲାଇନ ଏବଂ ଅଫଲାଇନ ଷ୍ଟୋର ସମେତ ଇ-କମର୍ସ ୱେବସାଇଟ ଆମାଜନ୍ ରେ ମଧ୍ୟ ଉପଲବ୍ଧ ହେବ ବୋଲି ଇଭେଣ୍ଟରୁ ସ୍ପଷ୍ଟ । ଏହି ଫୋନ ସହିତ ବହୁ ପ୍ରଚଳିତ ମୋବାଇଲ ନେଟୱର୍କ କମ୍ପାନୀ ରିଲାଏନ୍ସ ଜିଓ (JIO) ଏକ ଅଫର ରଖିଛି । ଅଫରଟି ହେଉଛି ଏହି ଫୋନଟିକୁ କିଣୁଥିବା ବ୍ୟକ୍ତିଙ୍କୁ ଜିଓ (ଔସକ୍ଟ) ତରଫରୁ ୨୨୦୦ ଟଙ୍କାର କ୍ୟାସବ୍ୟାକ ସହିତ ୪.୫ ଜିବି ଇଣ୍ଟରରନେଟ ଡାଟା ମଧ୍ୟ ପାଇପାରିବେ । ।

Loading...