କଞ୍ଚାମାଲ ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଭୂବନେଶ୍ୱର,(ଓଟି): ଲୁହାପଥରର ମୂଲ୍ୟ ଓ ପରିବହନ ଦରର କ୍ରମାଗତ ବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଜିନ୍ଦଲଷ୍ଟିଲ ଏଣ୍ଡ ପାୱାର ଲିମିଟେଡର ଅଧ୍ୟକ୍ଷନବୀନ ଜିନ୍ଦଲ ସରକାରଙ୍କୁ ଅନୁରୋଧ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଲୁହାପଥର ମୂଲ୍ୟ କମୁଥିବାବେଳେ ଓଡିଶାରେ ଏହା ବଢି ଚାଲିଛି। ଏହା ସହିତ କଞ୍ଚାମାଲ ପରିବହନକାରୀମାନେ ସେମାନଙ୍କ ଦର ବିଭିନ୍ନ ସମୟରେ ବୃଦ୍ଧି କରିଚାଲିଛନ୍ତି। ଏହା ରାଜ୍ୟରୁ ଇସ୍ପାତ ଶିଳ୍ପକୁ ଗଭୀର ଭାବରେ ପ୍ରଭାବିତ କରୁଛି ବୋଲି ଶ୍ରୀ ଜିନ୍ଦଲ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟିବା ପରେ ସାମ୍ୱାଦିକମାନଙ୍କୁ ସୂଚନା ଦେଇଛନ୍ତି।

ରାଜ୍ୟରେ ଇସ୍ପାତ ଶିଳ୍ପ ନିମନ୍ତେ କୋଇଲାର ଘୋର ଅଭାବ ରହିଛି। ମହାନଦୀ କୋଲ ଫିଲ୍ଡ ଦ୍ୱାରା କରାଯାଉଥିବା ଇ-ଅକ୍ସନ ପ୍ରକ୍ରିୟାରେ ପ୍ରିମିୟମ ୧୦୦ ପ୍ରତିଶତ ହୋଇଯାଉଛି। ଓଡିଶାରେ ଆମେ ବିଶ୍ୱର ସବୁଠାରୁ ମହଙ୍ଗାରେ କୋଇଲାଇ-ଅକ୍ସନ ପ୍ରକ୍ରିୟାରେ କିଣୁଛୁ ବୋଲି ଶ୍ରୀ ଜିନ୍ଦଲ କହିଥିଲେ। ଅଧିକ ଉତ୍ପାାଦନ ନିମନ୍ତେ ଏମସିଏଲ ଓ କୋଲ ଇଣ୍ଡିଆକୁ ସେ ଅନୁରୋଧ କରିଥିଲେ।

କଞ୍ଚାମାଲରେ କ୍ରମାଗତ ବୃଦ୍ଧି ଯୋଗୁ ଇସ୍ପାତ ଉତ୍ପାଦନ ମୂଲ୍ୟ ମଧ୍ୟବୃଦ୍ଧି ପାଉଛି। କଞ୍ଚାମାଲ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଇସ୍ପାତ ଉତ୍ପାଦ ମୂଲ୍ୟହ୍ରାସ ପାଇଛି। ତେଣୁ ଇସ୍ପାତ ଶିଳ୍ପ ସମସ୍ୟା ଘେରରେ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ଇସ୍ପାତ ମୂଲ୍ୟ ଟନ‌୍‍ ପିଛା ୪୧୦୦୦ଟଙ୍କାରୁ ୩୯୦୦୦ଟଙ୍କା ହୋଇଛି, କିନ୍ତୁ ଏହି ସମୟ ମଧ୍ୟରେ ଲୁହା ପଥର ଖଣ୍ଡର ମୂଲ୍ୟଟନ‌୍‍ ପିଛା ୪୭୨୫ ଟଙ୍କାରୁ ୫୨୨୫ଟଙ୍କାକୁ ବୃଦ୍ଧି ପାଇଛି।

ଇସ୍ପାତ ଶିଳ୍ପକୁ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ଲୁହାପଥର ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନେବାକୁ ଏବଂ କଞ୍ଚାମାଲ ପରିବହନ ନିମନ୍ତେ ଆଦେଶନାମାକୁ ତୃଣମୂଳ ସ୍ତରରେ ତୁରନ୍ତ କାର୍ଯ୍ର୍ୟକାରୀ କରିବାକୁ ଶ୍ରୀ ଜିନ୍ଦଲଅନୁରୋଧ କରିଥିଲେ। ଏହା ଇସ୍ପାତ ଶିଳ୍ପକୁ ସାହାଯ୍ୟ କରିବା ସହିତ ରାଜ୍ୟ ଅର୍ଥନୀତିକୁ ମଧ୍ୟ ସହାୟକ ହେବ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply