ଜାତୀୟ ସାହସିକତା ପୁରସ୍କାର ବିଜେତାଙ୍କୁ ଓଡ଼ିଶା ସରକାରଙ୍କ ଅର୍ଥ ପୁରସ୍କାର ଘୋଷଣା: ପଙ୍କଜ ଓ ମମତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ୱର୍ଦ୍ଧନା

ଭୁବନେଶ୍ୱର, (ଓଟି): ଗଣତନ୍ତ୍ର ଦିବସର ଅବବ୍ୟହିତ ପୂର୍ବରୁ ଜାତୀୟ ସାହିକତା ପୁରସ୍କାର-୨୦୧୮ ପାଇଥିବା ଓଡ଼ିଶାର ମମତା ଦଳାଇ ଓ ପଙ୍କଜ ମହାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କା ଲେଖାଏଁ ଆଥିର୍କ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷଠାରୁ ଓଡ଼ିଶାର ଯେଉଁ ବାଳକ ବାଳିକା ଜାତୀୟ ସ୍ତରରର ଏହି ପୁରସ୍କାର ଜିତିବେ ତାଙ୍କୁ ଏହିପରି ଆଥିର୍କ ପୁରସ୍କାର ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରକାଶିତ ଏକ ପ୍ରେସ‌୍‍ ବିଜ୍ଞପ୍ତିରେ କୁହାଯାଇଛି।

କେନ୍ଦ୍ରାପଡ଼ାର ମମତା ଏବଂ କେନ୍ଦୁଝରର ପଙ୍କଜ ମହାନ୍ତଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରିିଥଲେ। ପୁରସ୍କାର ନେଇ ଓଡ଼ିଶା ଫେରିବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ସେମାନଙ୍କ ଏକ ସାକ୍ଷାତ କାର୍ଯ୍ୟକ୍ରମ ଥିଲା। ସଚିବାଳୟରେ ସେମାନଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାଙ୍କ ବିଷୟରେ ପଚାରି ବୁଝିଥିଲେ।

About admin

Check Also

ବର୍ଷା ଆସିଲେ ଡ୍ରେନ୍‍ ଚିନ୍ତା: ବିଡିଏ କହିଲା ତଳିଆ ଅଞ୍ଚଳରେ ଏଣିକି କୋଠା ଅନୁମତିରେ ହେବ କଟକଣା

ଭୁବନେଶ୍ୱର, (ଓଟି): ସହର ଜବର ଦଖଲ ଓ ବିଲ୍‍ଡରଙ୍କ ପ୍ରତି ଗୋଡ଼ାଣିଆ ଥିବା ଭୁବନେଶ୍ୱର ଉନ୍ନୟନ ନିଗମ ( ବିଡିଏ)ର …

Leave a Reply