କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

କେମିତି ଅଛନ୍ତି ନରେନ୍ଦ୍ର ମୋଦିଙ୍କ ଭାଇ ଭଉଣୀ

ଭୁବନେଶ୍ୱର, (ଦିପ୍ତିମୟୀ ମହାପାତ୍ର):ଏବେ ଦେଶର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୂଲ୍ୟବାନ‍୍‌ ପୋଷାକ ପରିପାଟୀ ଓ ଆଭିଜାତ୍ୟପୂର୍ଣ୍ଣ ଜୀବନ ବଞ୍ଚୁଥିବା ନରେନ୍ଦ୍ରଙ୍କ ପରିବାର ସଦସ୍ୟ କିନ୍ତୁ ଏହି ଚାକଚକ୍ୟରୁ ବହୁ ଦୂରରେ। ସେମାନେ ସାଧାସିଧା ସାଧାରଣ ମଣିଷ ପରି ରହୁଛନ୍ତି। ନରେନ୍ଦ୍ରଙ୍କ ମା’ ନିରାଡ଼ମ୍ୱର ଜୀବନ ଯାପନ କରୁଥିବା ସମସ୍ତେ ଜାଣନ୍ତି। ତେବେ ଆସନ୍ତୁ ଜାଣିବା ନରେନ୍ଦ୍ର ମୋଦିଙ୍କ ଅନ୍ୟ ଭାଇଭଉଣୀ ଓ ସମ୍ପର୍କୀୟମାନେ କେମିତି ରହିଛନ୍ତି –

ନରେନ୍ଦ୍ରଙ୍କ ବଡ଼ ଭାଇ ୭୫ ବର୍ଷ ବୟସ୍କ ସୋମଭାଇ ମୋଦି ଭାଦ‍୍‌ନଗର(ମେହସାନା)ରେ ଏକ ବୃଦ୍ଧାଶ୍ରମ ଚଲାଉଛନ୍ତି। ସର୍ବୋଦୟ ସେବା ଟ୍ରଷ୍ଟ ଅଧୀନରେ ଏହି ଆଶ୍ରମ ପରିଚାଳିତ ହେଉଥିବା ବେଳେ ସୋମଭାଇ ଉକ୍ତ ଟ୍ରଷ୍ଟର ଅଧ୍ୟକ୍ଷ ରହିଛନ୍ତି। ୨୦୦୧ର ଗୁଜରାଟରେ ଭୟାବହ ଭୂମିକମ୍ପ ପରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଥିଲେ। ମାତ୍ର ତାଙ୍କ ବଡ଼ ଭାଇ ସୋମଭାଇ ରାକ୍ତଦାନ ଓ ସ୍ୱାସ୍ଥ୍ୟ ସେବା ଶିବିର ଆଦି ଆୟୋଜନ କରି ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ୨୦୦୧ ପରେ ସେ ଖୋଲିଥିବା ସେବାଶ୍ରମ ଉପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ କୌଣସି ପ୍ରଭାବ କିମ୍ୱା ପରିବର୍ତ୍ତନ ହୋଇନାହିଁ। ଏପିରିକି ପ୍ରଧାନମନ୍ତ୍ରୀଙ୍କ ବଡ଼ ଭାଇ ପରିଚୟରୁ ସୋମଭାଇ ନିଜକୁ ଦୂରେଇ ରଖିଛନ୍ତି।

ଭାଦ‍୍‌ନଗର ରେଳଷ୍ଟେସନ‍୍‌ ନିକଟସ୍ଥ ବାପାଙ୍କ ଚା’ ଦୋକାନରେ ମୋଦି ଦିନେ ଚା’ ବିକ୍ରି କରୁଥିଲେ। ନରେନ୍ଦ୍ରଙ୍କ ସମ୍ପର୍କୀୟ ଭ୍ରାତା ଅଶୋକ ଭାଇ ଭାଦ‍୍‌ନଗର ସେବାଶ୍ରମରେ ରୋଷେୟା ଭାବେ ନିଯୁକ୍ତ ହୋଇଥିବା ବେଳେ ତାଙ୍କ ପତ୍ମୀ ବିମଳାବେନ‍୍‌ ମୋଦି ବାସନ ମାଜୁଛନ୍ତି। ଦୁଇ ଜଣଙ୍କର ମୋଟ ମାସିକ ରୋଜଗାର ୫ ହଜାର ଟଙ୍କା। ଏଥିରେ ପତି, ପତ୍ମୀ, ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କର ପରିବାର ଚଳୁଛନ୍ତି। ଝିଅମାନଙ୍କର ବାହାଘର ପାଇଁ ନରେନ୍ଦ୍ର ମୋଦି ନିଶ୍ଚୟ ସହାୟତା କରିବେ ବୋଲି ଅଶୋକ ଆଶା ବାନ୍ଧି ବସିଛନ୍ତି।

ନରେନ୍ଦ୍ରଙ୍କ ସାନ ଭଉଣି ବାସନ୍ତିବେନ‍୍‌ ତାଙ୍କ ସ୍ୱାମୀ ହଂସମୁଖ ଭାଇ ମୋଦିଙ୍କ ସହିତ ଅହମ୍ମଦାବାଦ‍୍‌ରୁ ୯୦ କିମି ଦୂର ବିଶ‍୍‌ନଗରର ଏକ ଗଳିରେ ରହୁଛନ୍ତି। ହଂସମୁଖ ଏଲ‍୍‌ଆଇସି କର୍ମଚାରୀ ଭାବେ ଅବସର ନେଇଛନ୍ତି। ନରେନ୍ଦ୍ରଙ୍କ ସାନ ଭାଇ ପଙ୍କଜଭାଇ ମୋଦି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଜଣେ ଅଧିକାରୀ ଭାବେ ଚାକିରୀ କରୁଛନ୍ତି। ସେଠାରେ ନରେନ୍ଦ୍ରଙ୍କ ମା’ ହିରାବେନ‍୍‌ ରହୁଛନ୍ତି। ନରେନ୍ଦ୍ରଙ୍କ ଅନ୍ୟତମ ବଡ଼ ଭାଇ ଅମୃତଭାଇ ମୋଦି ୨୦୦୫ରେ ଏକ ଘରୋଇ କମ୍ପାନୀରୁ ଅବସର ନେଇ ଅହମ୍ମଦାବାଦ‍୍‌ର ଘଟଲୋଡିଆ କଲୋନୀରେ ରହୁଛନ୍ତି।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :