କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି: ନରସିଂହ

ଭୁବନେଶ୍ୱର,(ଓଟି): ବଲାଙ୍ଗୀରରେ ଆଇନ ଅନୁସାରେ କାମ କରୁଥିବା ଜଣେ ଇଂଜିନିୟରଙ୍କୁ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ସୁପାରିଶରେ ବଦଳି କରି ଦୁର୍ନୀତି ଅଭିଯୋଗ ଥିବା ଆଉ ଜଣେ ଇଂଜିନିୟରଙ୍କୁ ଅବସ୍ଥାପିତ କରିବା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳର ନେତା ନରସିଂହ ମିଶ୍ର।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତଥାପନ କରି ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ସୁପାରିଶ କ୍ରମେ ବଲାଙ୍ଗୀରର ଜଣେ ଇଂଜିନିୟରଙ୍କୁ ବଦଳି କରାଯାଇ ଜଣେ ଦୁର୍ନୀତିଗ୍ରସ୍ତ ଇଂଜିନିୟରଙ୍କୁ ଅଣା ଯାଇଛି। ଏପରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି ଦୁର୍ନୀତିକୁ ବନ୍ଦ କରିବାକୁ ଚାହୁଁ ନ ଥିବା ପ୍ରମାଣିତ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଶ୍ରୀ ମିଶ୍ର କହିଛନ୍ତି ଯେ ବହୁ ବିଳମ୍ୱରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱୀକାର କରିଛନ୍ତି ଯେ ତାଙ୍କ ଶାସନରେ ପିସି ଦୁର୍ନୀତି କାରବାର ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା ମଧ୍ୟ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାର ଓଲଟା କରନ୍ତି। ବଲାଙ୍ଗୀରର ସଂପୃକ୍ତ ଇଂଜିନିୟର ବୃଷଭ ହୋତାଙ୍କୁ କେବଳ ଏଇଥି ପାଇଁ ବଦଳି କରା ଗଲା ଯେ ସେ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ କଥାରେ ଚାଲିଲେ ନାହିଁ ଓ ଆଇନ ଅନୁସାରେ ଚାଲିଲେ। ତେଣୁ ତାଙ୍କ ସ୍ଥାନରେ ଜଣେ ଦୁର୍ନୀତି ଅଭିଯୁକ୍ତ ଇଂଜିନିୟରଙ୍କୁ ଅଣାଯାଇଛି। ଏହା ଦ୍ୱାରା କିଭଳି ଭାବେ ପିସି ବନ୍ଦ ହେବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମର୍ଥନରେ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ସୁପାରିଶ କରିଛନ୍ତି। ସେ ବିଜେଡି ଦଳର ଉପ ସଭାପତି ଓ ବରିଷ୍ଠ ନେତା। ତେଣୁ ବାସ୍ତବରେ ମୁଖ୍ୟମନ୍ତ୍ରୀ ପିସି ବନ୍ଦ କରିବା କଥା କହୁଥିବା ବେଳେ ବାସ୍ତବରେ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ପ୍ରମାଣିତ ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାରରେ ବରିଷ୍ଠ ମନ୍ତ୍ରୀ ଡା. ଦାମୋଦର ରାଉତ ମଧ୍ୟ ଗଣମାଧ୍ୟମରେ କହିଛନ୍ତି ଯେ ପିସି ବନ୍ଦ ହୋଇ ପାରିବ ନାହିଁ। ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କର ଏହି କଥାକୁ ସମର୍ଥନ କରିଥିଲେ।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :