ଭୂତଳ ଜଳ ସଂରକ୍ଷଣ ପାଇଁ ନାବାର୍ଡ ଖର୍ଚ୍ଚ କରିବ ୧୧୧୫ କୋଟି

ଭୁବନେଶ୍ୱର,(ଓଟି): ଭୂତଳ ସଂରକ୍ଷଣ ପାଇଁ ନାବାର୍ଡ ଓ ରାଜ୍ୟ ସରକାର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଚୁକ୍ତି ଅନୁଯାୟୀ ପ୍ରକଳ୍ପ ନିର୍ମାଣ ପାଇଁ ଦକ୍ଷିଣ କୋରିଆସ୍ଥିତ ଗ୍ରୀନ କ୍ଲାଇମେଟ୍‌ ଫଣ୍ଡ (ଜିସିଏଫ୍‌) ଅର୍ଥ ପ୍ରଦାନ କରିବ । ଏହି ଜିସିଏଫ୍‌ ଅର୍ଥରେ ପ୍ରକଳ୍ପ କରିବା ଦିଗରେ ଓଡ଼ିଶା ଭାରତରେ ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ ଏମ୍‌ଓୟୁ ସ୍ୱାକ୍ଷରିତ ଅବସରରେ କହିଛନ୍ତି ।

ଆଜି ସଚିବାଳୟରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଓ ନାବାର୍ଡ ସିଜିଏମ୍‌ଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ବର୍ଷା ଦିନରେ ବୋହି ଯାଉଥିବା ପାଣିକୁ ରାଜ୍ୟରେ ୧୦ ହଜାର ପୋଖରୀରେ ପୁନଃଉଦ୍ଧାର କରିବା ସହିତ ରିଚାର୍ଜ ଷ୍ଟ୍ରକଚର ନିର୍ମାଣ କରାଯାଇ ଭୂତଳରେ ଅଧିକରୁ ଅଧିକ ଜଳ ସଂଗ୍ରହ କରାଯିବ । ଏହି ଜଳକୁ ପରବର୍ତ୍ତୀ ସମୟରେ ବ୍ୟବହାର କରାଯାଇ ପାରିବ । ହଜାରେ ଗୋଟି ସ୍ଥାନରେ ସୌରଶକ୍ତି ଚାଳିତ ପମ୍ପରେ ଜଳ ଉତ୍ତୋତନ କରି ଅଣୁ ଜଳସେଚନ ପାଇଁ ବ୍ୟବହାର କରାଯିବ । ରାଜ୍ୟର ୧୫ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ। ଏଥିପାଇଁ ୧୧୧୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୨୩୨ କୋଟି ଟଙ୍କା ଜିସିଏଫ୍‌ ନାବାର୍ଡ ମାଧ୍ୟମରେ ଯୋଗାଇ ଦେବ । ଏହାକୁ ୫ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply