BIGtheme.net http://bigtheme.net/ecommerce/opencart OpenCart Templates

ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଥିଲେ ବିଜୁବାବୁ : ମୋଦି

ଭୁବନେଶ୍ୱର : ବିଜୁବାବୁ ଜଣେ ଦୂରଦର୍ଶୀ ନେତା ଥିଲେ  । ଯିଏକି ଓଡ଼ିଶା ଓ ଦେଶ ପାଇଁ ନିଜକୁ ସମର୍ପିତ କରିଥିଲେ  । ତାଙ୍କର ପ୍ରୟାସ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତିକରଣ କରିବା ସହ ସେମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିପାରିଥିଲା  । ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରି ଏମିତି ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।

ଆଜି ସାରା ରାଜ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି । ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏହା ସହିତ ରାଜ୍ୟବ୍ୟାପୀ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି ।

୫ବିଜୁବାବୁଙ୍କ ଜନ୍ମବାର୍ଷିକି ଅବସରରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ତେବେ ଟ୍ୱିଟ କରି ଶିଳ୍ପ ସମୃଦ୍ଧ କରିବାରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ଆଜି କଟକ ଓ ଭୁବନେଶ୍ୱରରେ ମିନି ମାରାଥନ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରରେ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମାରାଥନ୍‌ ରେସ୍‌କୁ ଉଦଘାଟନ କରିଛନ୍ତି । ମିନି ମାରାଥନ ବିଜୁ ପଟ୍ଟନାୟକ ପାର୍କରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତାରେ ତିନୋଟି ବୟସ ବର୍ଗର ପ୍ରତିଯୋଗୀଙ୍କ ପାଇଁ ମୋଟ ୧ ଲକ୍ଷ ୫୮ ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି  । ଅନ୍ୟପକ୍ଷରେ କଟକର ଆନନ୍ଦ ଭବନ ଠାରୁ ମଧ୍ୟ ଏକ ମିନି ମାରାଥନ କରାଯାଇଛି । ଏହି ମାରାଥନକୁ ଆଠଗଡ ବିଧାୟକ ରାଜା ସ୍ୱାଇଁ ଉଦଘାଟନ କରିଛନ୍ତି ।

ବିଜୁବାବୁଙ୍କ ୧୦୨ ତମ ଜୟନ୍ତୀ ଅବସରରେ ଦେଶର ବହୁ ନେତା ବିଜୁବାବୁଙ୍କୁ ସ୍ମରଣ କରିଛନ୍ତି  । ୧୯୧୬ ମାର୍ଚ୍ଚ ୫ରେ ବିଜୁବାବୁ ଗଂଜାମ ଜିଲ୍ଳାର ବେଲଗୁଣ୍ଠା ଅନ୍ତର୍ଗତ ଜିନୂଆଗାଁରେ ଜନ୍ମଗ୍ରହଣ କରିଥିଲେ  । ଜଣେ ଦୁର୍ଦ୍ଧଶ ବୈମାନିକ ଭାବେ ଦେଶରେ ଖ୍ୟାତି ଅର୍ଜନ କରିଥିବା ବିଜୁବାବୁ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ  । କେନ୍ଦ୍ରରେ ମନ୍ତ୍ରୀ ରହିବା ସହ ଜାତୀୟ ରାଜନୀତିରେ ଜଣେ ଓଡ଼ିଆ ଭାବେ ନିଜର ଧାକ ଜମାଇଥିଲେ  । ତାଙ୍କର ଅବର୍ତମାନରେ ତାଙ୍କ ନାମରେ ବିଜୁ ଜନତା ଦଳ ଗଠନ କରାଯାଇଥିଲା ତାହା ୧୮ ବର୍ଷ ଧରି ଓଡ଼ିଶାରେ କ୍ଷମତାରେ ରହିଆସିଛି  । ଭାରତର କୌଣସି ନେତାଙ୍କ ନାମରେ ଗଠିତ ଦଳ ଏଭଳି ସଫଳତା ପାଇଥିବାର ଏହା ହେଉଛି ପ୍ରଥମ ନଜିର  ।

About admin

Check Also

ଶ୍ରୀମନ୍ଦିରର ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ବିଚାରାଧିନ

ଭୁବନେଶ୍ୱର,(ଓଟି): ପୁରୀ ଶ୍ରୀମନ୍ଦିରର ସଂସ୍କାର ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ବସାଯାଇଥିବା କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ବିଷୟରେ ସରକାରଙ୍କର ସକ୍ରିୟ ...

Leave a Reply