କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
126-my-salary

ମନ୍ତ୍ରୀ ଓ ବିଧାୟକଙ୍କ ଦରମା-ଭତ୍ତା ବଢ଼ିଲା : ମୁଖ୍ୟମନ୍ତ୍ରୀ ପାଇବେ ୯୮ ହଜାର ଟଙ୍କା

ଭୁୁବନେଶ୍ୱର,(ଓଟି):ବିଧାୟକମାନଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ପାଉଥିବା ଦରମା ଏବଂ ଭତାକୁ ବୃଦ୍ଧି କରାଯାଇଛି। ଆଜି ସନ୍ଧ୍ୟାରେ ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଥିବା ଜଣାଯାଇଛି। ତେବେ ଏନେଇ ସାମ୍ୱାଦିକ ସମ୍ମିଳନୀରେ କୌଣସି ସୂଚନା ଦିଆଯାଇ ନାହିଁ । ବିଶେଷ ସୂତ୍ରରେ ଏହି ସୂଚନା ମିଳିଛି ।

 
ଉକ୍ତ ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏଣିକି ୫୯ ହଜାର ଟଙ୍କା ପରିବର୍ତେ ୯୮ ହଜାର ଟଙ୍କା ଦରମା ଏବଂ ଭତ୍ତା ମିଶି ପାଇବେ। ସେହିପରି ବାଚସ୍ପତି ପାଇବେ ୫୮ ହଜାର ଟଙ୍କା ପରିବର୍ତେ ୯୭ ହଜାର ୫୦୦ ଟଙ୍କା ପାଇବେ, ବିରୋଧୀ ଦଳ ନେତା ୫୮ ହଜାର ଟଙ୍କା ପାଉଥିଲା ବେଳେ ଏଣିକି ପାଇବେ ୯୭ ହଜାର ଟଙ୍କା, ଉପ ବାଚସ୍ପତି ୫୬ ଟଙ୍କା ପାଉଥିଲା ବେଳେ ଏଣିକି ପାଇବେ ୯୩ ହଜାର ଟଙ୍କା, ରାଷ୍ଟ୍ରମନ୍ତ୍ରୀ ୫୭ ହଜାର ଟଙ୍କା ପାଉଥିଲା ବେଳେ ଏଣିକି ୯୫ ହଜାର ଟଙ୍କା ପାଇବେ, ସରକାରୀ ମୁଖ୍ୟ ସଚେତକ ୫୮ ହଜାର ଟଙ୍କା ପାଉଥିଲା ବେଳେ ଏଣିକି ୯୭ ହଜାର ଟଙ୍କା ପାଇବେ। ବିଧାୟକଙ୍କ ଦରମା ୫୮ ହଜାର ଥିବା ବେଳେ ଏଣିକି ସେମାନେ ମାସିକ ବେତନ ୧ ଲକ୍ଷ ଟଙ୍କା ପାଇବେ। ସେହିପରି କ୍ୟାବିନେଟ ମନ୍ତ୍ରୀ ୫୮ ହଜାର ଟଙ୍କା ପାଉଥିଲା ବେଳେ ଏଣିକି ୯୭ ହଜାର ୫୦୦ ଟଙ୍କା ପାଇବେ। ଉପ ମୁଖ୍ୟ ସଚେତକ ୫୬ ହଜାର ଟଙ୍କା ପାଉଥିଲା ବେଳେ ଏଣିକି ୯୩ ହଜାର ଟଙ୍କା ପାଇବେ।

 
ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି ଅନ୍ୟାନ୍ୟ ବିଧାୟକ ମାନଙ୍କ ତୁଳନାରେ ଗସ୍ତ ଖର୍ଚ୍ଚ ପାଇବେ ନାହିଁ। ବିଧାନସଭାଠାରୁ ୧୦ କି.ମି. ଦୂରରେ ଥିବା ନିର୍ବାଚନ ମଣ୍ଡଳୀର ବିଧାୟକ ମାନେ ଏହି ସୁବିଧା ପାଇବେ।

ଏହା ପୂର୍ବରୁ ବୁଧବାର ପୂର୍ବାହ୍ନରେ ବିଧାୟକ ମାନଙ୍କର ଆଂଚଳିକ ବିକାଶ ପାଣ୍ଠି ( ଲ୍ୟାଡ)ର ପରିମାଣ ଓ ସେମାନଙ୍କର ବେତନ ବୃଦ୍ଧି କରିବା ପାଇଁ ସବୁ ଦଳର ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ। ଏ ଦିଗରେ ବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ ସମ୍ମତି ଦେଇଥିଲେ । ବିଧାନସଭାର ପ୍ରଥମାର୍ଦ୍ଧ ବୈଠକ ମୁଲତବୀ ଘୋଷଣା ହେଲା ପରେ କଂଗ୍ରେସ, ବିଜେପି ଓ ବିଜେଡି ଦଳର ବିଧାୟକ ଓ ବିଧାୟିକା ମାନେ ବିଧାନସଭା ଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ୱରକୁ ଯାଇ ତାଙ୍କୁ ଭେଟି ଥିଲେ। ବର୍ତମାନ ବର୍ଧିତ ଦରଦାମକୁ ଦୃଷ୍ଟିରେ ରଖି ଏମଏଲଏ ଲ୍ୟାଡ ଫଣ୍ଡର ପରିମାଣ ଏକ କୋଟି ଟଙ୍କାରୁ ୨ କୋଟି ଟଙ୍କାକୁ ବୃଦ୍ଧି କରିବା ଏବଂ ମୂଲ୍ୟ ସୂଚୀକୁ ଭିତି କରି ବେତନର ପରିମାଣ ମଧ୍ୟ ବଢାଇବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *