ମିନି ବଜେଟ୍, ବିତ୍ତୀୟ ନିଅଣ୍ଟ, ରାଜସ୍ୱ ନିଅଣ୍ଟ ଓ ଚାଲୁ ଖାତା ନିଅଣ୍ଟ

0
8

ବିତ୍ତୀୟ ନିଅଣ୍ଟ, ରାଜସ୍ୱ ନିଅଣ୍ଟ ଓ ଚାଲୁ ଖାତା ନିଅଣ୍ଟ
ବଜେଟ୍ରେ ପସ୍ତାବିତ ମୋଟ୍ ଆୟ(ଋଣ ବ୍ୟତୀତ)ଠାରୁ ମୋଟ୍ ବ୍ୟୟ ଅଧିକ ହେଲେ ବିତ୍ତୀୟ ନିଅଣ୍ଟ ହୁଏ । ମୋଟ ରାଜସ୍ୱ ଆୟ ଆକଳନଠାରୁ କମ୍ ହେଲେ ରାଜସ୍ୱ ନିଅଣ୍ଟ ହୁଏ । ସେହିପରି ଦେଶର ମୋଟ୍ ଆମଦାନି ପରିମାଣ ମୋଟ ରପ୍ତାନି ପରିମାଣଠାରୁ ଅଧିକ ହେଲେ ଚାଲୁ ଖାତା ନିଅଣ୍ଟ ସୃଷ୍ଟି ହୁଏ ।

 

 

ମିନି ବଜେଟ୍
ଆନ୍ତର୍ଜାତିକ ଆର୍ଥିକ ପରିସ୍ଥିତି ଓ ବୈଦେଶିକ ମୁଦ୍ରାପାଣ୍ଠି ସଙ୍କଟର ମୁକାବିଲା ଏବଂ ଉଚ୍ଚ ମୁଦ୍ରାସ୍ଫୀତି ହାର ନିୟନ୍ତ୍ରଣ କରିବା ପାଇଁ ୧୯୫୬ ନଭେମ୍ବର ୩୦ତାରିଖରେ ଟି ଟି କ୍ରିଷ୍ମମାଚାରୀ ମିନି ବଜେଟ୍ ଉପସ୍ଥାପନ କରିଥିଲେ । ଭାରତ ବଜେଟ୍ ଇତିହାସର ଦ୍ୱିତୀୟ ମିନି ବଜେଟ୍ ୧୯୬୫ ଅଗଷ୍ଟ ମାସରେ ଉପସ୍ଥାପନା କରାଯାଇଥିଲା । ଏହି ବଜେଟ୍ ମଧ୍ୟ ଟି ଟି କ୍ରଷ୍ମମାଚାରୀ ଉପସ୍ଥାପନ କରିଥିଲେ । ୧୯୭୧ ଡିସେମ୍ବର ମାସରେ ତୃତୀୟ ମିନି ବଜେଟ୍ ତକ୍ରାଳୀନ ଅର୍ଥମନ୍ତ୍ରୀ ୱାଇ ଭି ଚୌହ୍ୱାନ ଉପସ୍ଥାପନ କରିଥିଲେ । ପ୍ରତିରକ୍ଷା ଓ ସାମରିକ ବ୍ୟୟ ଭରଣା କରିବା ଲାଗି ଏହି ସ୍ୱତନ୍ତ୍ର ବଜେଟ୍ର ଆବଶ୍ୟକ ଥିଲା । ୧୯୭୪ରେ କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ପୁଣି ଥରେ ୱାଇ ଭି ଚୌହ୍ୱାନ ମିନି ବଜେଟ୍ ଉପସ୍ଥାପନ କରିଥିଲେ । ଏହା ଦେଶର ବଜେଟ୍ ଇତିହାସର ଚତୁର୍ଥ ତଥା ଏ ପର୍ଯ୍ୟନ୍ତ ଶେଷ ମିନି ବଜେଟ୍ ଅଟେ ।

Loading...