ଇମରଜେନ୍ସି ଲାଇଟରେ ଚିକିତ୍ସା

ଝାଡ଼ାବାନ୍ତିରେ ୩୦ ଆକ୍ରାନ୍ତ

ବାଲିଗୁଡ଼ା/ତୁମୁଡ଼ିବନ୍ଦ,(ଓଟି):  କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଘୁମୁରାଗାଁରେ ଝାଡ଼ାବାନ୍ତି ବ୍ୟାପି ୩୦ରୁ ଊଦ୍ଧ୍ୱର୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କୁ ତୁମୁଡ଼ିବନ୍ଧ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଗ୍ରାମରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ଘୁମୁରାରେ ମେଡିକାଲ୍ ଟିମ୍ ପହଞ୍ଚô ଚିକିତ୍ସା ଚଳାଇଛନ୍ତି । ଅନ୍ୟପକ୍ଷରେ ବିଦୁ୍ୟତ ନଥିବାରୁ ଇମର୍ଜେନ୍ସି ଲାଇଟ୍ ଦେଖାଇ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି । ଲାଇଟ ଦେଖାଇଲେ ନସର୍୍ ଇଞ୍ଜେକସନ୍ ଦେଉଛନ୍ତି । ରୋଗୀ ସଂଖ୍ୟା ଅଧିକ ଥିବା ବେଳେ ଲାଇଟ୍ ଅଭାବରୁ ସଠିକ ଚିକିତ୍ସା ହୋଇ ପାରରୁନଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ମାଓ ପ୍ରବଣ ବ୍ଲକରେ କେମିତି ଚାଲିଛି ଚିକିତ୍ସା ତାହା ଏଥିରୁ ବୁଝିହେବ । କାଗଜ କଲେମରେ ଚିକିତ୍ସା ହୁଏନି । ଏଥିପାଇଁ ଆବଶ୍ୟକ ଡାକ୍ତରୀ ସଂରଜାମ, ଯାହା କନ୍ଧକାଳ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ୱପ୍ନ ପାଲଟିଛି । ଆଦିବାସୀଙ୍କ ନାମରେ ବହୁ ଟଙ୍କା ଆସିଥାଏ । କିନ୍ତୁ ଅନୁଦାନ ଯାଉଛି କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।

About admin

Check Also

ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ଭୁବନେଶ୍ୱର,(ଓଟି): ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ …

Leave a Reply