BIGtheme.net http://bigtheme.net/ecommerce/opencart OpenCart Templates

ଓଡ଼ିଶା ସରକାରଙ୍କ ମିଡିଆ ପୋଲାରାଇଜେସନ୍‍: ସରକାରୀ ଅଧିକାରୀଙ୍କୁ ବି ଓଟିଭି ମନା

ଭୁବନେଶ୍ୱର, (ଓଟି): ଓଡ଼ିଶାରେ ରାଜନୀତିକ ଦଳମାନଙ୍କ ମିଡିଆ ଧ୍ରୁବୀକରଣ ପ୍ରସଙ୍ଗରେ ଗଲା କିଛିଦିନ ତଳେ ଓଡ଼ିଶାଟାଇମ୍‍ ୱେବ୍‍ପୋର୍ଟାଲ୍‍ ପକ୍ଷରୁ ଖବର ପ୍ରକାଶ କରାଯାଇଥିଲା । ଏବେ ସାମ୍ନାକୁ ଆସିଛି ଏହି ପ୍ରକ୍ରିୟାରେ ସିଧାସଳଖ ଓଡ଼ିଶା ସରକାରଙ୍କ ସାମିଲ୍‍ ପ୍ରସଙ୍ଗ । ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‍ରେ ଯଦି କୌଣସି ବାବୁଙ୍କ ମୁହଁ ବାହାରିବ ତେବେ ତାହାଙ୍କ ଚାକିରି ଗଲା ଜାଣ । ଏହି ଅନୁସାରେ ଜଣେ କନିଷ୍ଠ ଅଧିକାରୀ ପ୍ରଭାବିତ ହୋଇଛନ୍ତି । ଓଟିଭି ନ୍ୟୁଜ୍‍ ଚ୍ୟାନେଲ୍‍ରେ ମୁହଁ ବାହାରିଲା ବୋଲି ତାଙ୍କୁ “ବିନା କାମରେ ଅଧିକାରୀ’ ପାହ୍ୟା ମିଳିଛି ବୋଲି ଚର୍ଚ୍ଚା ହେଉଛି ।

ଏହି ସରକାରୀ ଅଧିକାରୀଜଣକ ହେଉଛନ୍ତି ଧନଞ୍ଜୟ ସ୍ୱାଇଁ । ଓଡ଼ିଶା ସରକାର ନବଗଠିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ସେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ତାଙ୍କୁ ସାତ ତାରିଖ ଶନିବରେ ଦିନ ଚାକିରିରୁ ମୁକ୍ତ କରାଯାଇଛି । ସେ ଏବେ ସାଧାରଣ ପ୍ରଶାସନ ବିଭାଗରେ ଜଣେ ଦାୟତ୍ୱମୁକ୍ତ ସରକାରୀ ଅଧିକାରୀ । ଅର୍ଥାତ୍‍ ବିନା କାମରେ ସେ ସରକାରୀ ଅଧିକାରୀ ହୋଇ ରହିବେ ।

ପ୍ରଶ୍ନ ଉଠୁଛି ସେ କ’ଣ କରିଛନ୍ତି ଯେ, ତାଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିଲା?

ଅଲୋଚନା ହେଉଛି କିଛିଦିନ ତଳେ ଓଡ଼ିଶାରେ ନ୍ୟୁଜ୍‍ ପ୍ରସାରଣ କରୁଥିବା ତଥା ବିଜେଡିର ପ୍ରଚାରକ ଚ୍ୟାନେଲ୍‍ ପଦରୁ ମୁକ୍ତ ହୋଇଥିବା ଓଟିଭିରେ ତାଙ୍କ ମୁହଁ ଦିଶିଥିଲା । ସରକାରଙ୍କ ଆଲୋଚନାରେ ଥିବା ସ୍ୱତନ୍ତ୍ର ବ୍ରାହ୍ମଣ ମଙ୍ଗଳ ନିଗମ ବାବଦରେ ସେ କିଛି ସୂଚନା ଓଟିଭିକୁ ଦେଇଥିଲେ । ଏ ବିଷୟ ସରକାରଙ୍କ ବିଚାରାଧୀନ ରହିଛି ବୋଲି ସେ କହିଥିବା ଜାଣିବାକୁ ମିଳିଛି । କିନ୍ତୁ ଏହାକୁ ଭିନ୍ନ ଅର୍ଥରେ ନେଇ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବର୍ଣ୍ଣନା କରିଥିବାରୁ ତାଙ୍କ ବିପକ୍ଷରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ହୋଇଛି । ଏ ବାବଦରେ ସଏଏସ୍‍ ସଂଘ ପକ୍ଷରୁ କିଛି କୁହାଯାଇ ନାହିଁ ।

ଗଣମାଧ୍ୟମର କୌଣସି ପ୍ରତିନିଧି ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ପ୍ରଶ୍ନ ପଚାରିଲେ ତାହାର ଉତ୍ତର ବାବଦରେ ସରକାରୀ ଅଧିକାରୀମାନେ ସ୍ପଷ୍ଟ କରିଥାଆନ୍ତି । ଯଦି ସେମାନେ କିଛି କହିବାକୁ ଅରାଜି ତେବେ ତାହାଙ୍କୁ ମନା କରି ଦେଇଥାଆନ୍ତି । ସେମାନଙ୍କ ବୟାନ ବିନା ଖବର;ର ସାମ୍ୟ ରକ୍ଷା ସମ୍ଭବ ହୋଇ ନଥାଏ । ଏଣୁ ସରକାରଙ୍କ ପକ୍ଷଭୁକ୍ତ କରିବା ତଥା ଲୋକଙ୍କ ସାମ୍ନାରେ ଉଚିତ ତଥ୍ୟ ପାଇଁ ଏପରଧ୍ମନ୍ତବ୍ୟ ନେବାର ଏକ ପରମ୍ପରା ନ୍ୟୁଜ୍‍ ସଂଗ୍ରହ ସହ ସମ୍ପୃକ୍ତ । କିନ୍ତୁ ରାଜ୍ୟ ସରକାରଙ୍କ ଏପରି ଭାବ ଏବେ ମିଡିଆକୁ ହରଡ଼ଘଣାରେ ପକାଇଛି ।

କିଛି ଗଣମାଧ୍ୟମ ଏହାକୁ ଓଟିଭିର କୃତକର୍ମ ବୋଲି କହୁଥିଲେ ମଧ୍ୟ ଏହା ମିଡିଆ ଭାଇଚାରାରେ ବିଭେଦ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ନୁହେଁ କି? ପରୋକ୍ଷରେ ମିଡିଆ ଉପରେ ଚାପ ପକାଇ ସରକାର ଏବେ ନିଜର ଅହଙ୍କାରକୁ ସ୍ପଷ୍ଟ କରୁନାହାନ୍ତି କି?

About admin

Check Also

ଶ୍ରୀମନ୍ଦିରର ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ବିଚାରାଧିନ

ଭୁବନେଶ୍ୱର,(ଓଟି): ପୁରୀ ଶ୍ରୀମନ୍ଦିରର ସଂସ୍କାର ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ବସାଯାଇଥିବା କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ବିଷୟରେ ସରକାରଙ୍କର ସକ୍ରିୟ ...

Leave a Reply