ଭାରତୀୟ ରେଳ ପାଇଁ ରେଳ ଧାରଣା ଯୋଗାଇବାକୁ ଜେଏସ୍‍ପିଏଲ୍‍ ଯୋଗ୍ୟ ବିବେଚିତ

ଭୁବନେଶ୍ୱର, (ଓଟି): ଭାରତୀୟ ରେଳବାଇକୁ ଆବଶ୍ୟକ ଅନୁସାରେ ରେଳଧାରଣା ଯୋଗାଇବା ପାଇଁ ଆହ୍ୱାନ କରାଯାଇଥିବା ସର୍ବ ପ୍ରଥମ ଗ୍ଲୋବାଲ୍‍ ଟେଣ୍ଡର ପ୍ରକ୍ରିୟାରେ ଜେଏସ୍‍ପିଏଲ୍‍ ବିଜୟୀ ହୋଇଛି । ଏହାଦ୍ୱାରା କମ୍ପାନୀ ୧ ଲକ୍ଷ ଟନ୍‍ ରେଳଧାରଣା ଯେଗାଇବା ପାଇଁ କାର୍ଯ୍ୟାଦେଶ ମଧ୍ୟ ଲାଭ କରିଛି । କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦେଇ ଜେଏସ୍‍ପିଏଲ୍‍ ସିଇଓ ଏନଏ ଅନ୍ସାରୀ କହିଛନ୍ତି, “ଆମେ ଭାରତୀୟ ରେଳର ଯୋଜନାବଦ୍ଧ ଦ୍ରୁତ ରେଳଧାରଣା ନିର୍ମାଣ ପ୍ରକ୍ରିୟାରେ ସାମିଲ୍‍ ହୋଇ ଉତ୍ସାହିତ ମନେକରୁଛୁ । ଏହା ପ୍ରକୃତରେ ଏକ ଐତିହାସିକ ମୁହୁର୍ତ୍ତ । କାରଣ ଏହି ପ୍ରକ୍ରିୟାରେ ବିଶ୍ୱର ୭ଟି ପ୍ରମୁଖ ଇସ୍ପାତ କମ୍ପାନୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଜେଏସ୍‍ପିଏଲ୍‍ ଏକମାତ୍ର ଘରୋଇ ଉଦ୍ୟୋଗ ଥିଲା । ଏଣୁ ଏହାକୁ ଏକ ଆରମ୍ଭ ବୋଲି ଗ୍ରହଣ କରାଯାଇପାରେ । ଆମେ ଆଗକୁ ରେଳବାଇ ସହ ହାତ ମିଳାଇ ଦେଶର ରେଳ ଲାଇନ୍‍ ଆଧୁନିକୀକରଣ ଯୋଜନାରେ ସହାୟକ ହେବୁ ବୋଲି ଆଶା କରିଛୁ ।

ଏକ ବର୍ଷ ସମୟ ଭିତରେ କମ୍ପାନୀ ଅବାଶ୍ୟକ ୧ ଲକ୍ଷ ଟନ୍‍ ରେଳଧାରଣା ଯୋଗାଇବ ।

ଜେଏସ୍‍ପିଏଲ୍‍ର ଛତିଗଡ଼ ରାୟପୁର ସ୍ଥିତ କାରଖାନା ବର୍ଷକୁ ୩୬ ଲକ୍ଷ ଟନ୍‍ ରେଳଧାରାଣା ଉତ୍ପାଦନ କ୍ଷମତା ରଖିଛି । ଏବେ ଏହା ବର୍ଷକୁ ୧୦ ଲକ୍ଷ ଟନ୍‍ ରେଳଧାରଣା ଉତ୍ପଦେନ କରୁଅଛି । ଏହି କମ୍ପାନୀ ୧୨୧ ମିଟର ଲମ୍ବା ଏକକ ଧାରଣା ପ୍ରସ୍ତୁତ କରିବାକୁ ସକ୍ଷମ । ଏବେ ଏହା ଇରାନ୍‍ ଓ ବାଂଲାଦେଶର ରେଳ ନେଟ୍‍ୱର୍କ ବିସ୍ତାର କାର୍ଯ୍ୟକ୍ରମରେ ଅଂଶୀଦାର ହୋଇଛି ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply