ଜିନ୍ଦଲ କଳା ଅନୁଷ୍ଠାନ ଉଦ୍ଘାଟିତ: ସୁପ୍ତ କଳା ପ୍ରତିଭାକୁ ମିଳିବ ପ୍ରୋତ୍ସାହନ

0
8

ଭୂବନେଶ୍ୱର(ଓଟି): ଜିନ୍ଦଲକଳା ପ୍ରତିଷ୍ଠାନର ଉଦଘାଟନୀ ପ୍ରଦର୍ଶନ ନୂଆ ଦିଲ୍ଲୀଠାରେ ଅଗଷ୍ଟ ୧୧ ତାରିଖ ଦିନ ଅନଷ୍ଠିତହୋଇ ଯାଇଛି । ଏହିକାର୍ଯ୍ୟକ୍ରମକୁ, ଜିନ୍ଦଲଷ୍ଟିଲ ଓ ପାୱାରଲି (ଜେଏସପିଏଲ) ର ମହାଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଏହି ଅବସରରେ, ଓଡିଶାର ରାଜ୍ୟସଭା ସାଂସଦ ତଥା ଶିଳ୍ପୀଗୁରୁ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଜିନ୍ଦଲକଳା ପ୍ରତିଷ୍ଠାନର ପ୍ରତିଷ୍ଠାତା ଶାଲୁ ଜିନ୍ଦଲ ଓ ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଉପସ୍ଥିତ ଥିଲେ ।

ଜିନ୍ଦଲ କଳା ପ୍ରତିଷ୍ଠାନ ସୁପ୍ରତିଷ୍ଠିତ କୁଚୁପୁଡି ନୃତ୍ୟାଙ୍ଗନା ଶାଲୁ ଜିନ୍ଦଲଙ୍କର ଏକ ପରିକଳ୍ପନା । ବିଭିନ୍ନ ନୃତ୍ୟ ଶୈଳୀର ଅନୁସନ୍ଧାନ ମାଧ୍ୟମରେ ଭାରତ ତଥା ବିଶ୍ୱର ଉକୃଷ୍ଟ କଳାର ପରମ୍ପରାକୁ ପ୍ରସର କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ।

ଶାନ୍ତିପୂର୍ଣ୍ଣ ଜୀବନ ନିମନ୍ତେ ଏକ ସୃଜନାତ୍ମକ ଓ ସଂପୂର୍ଣ୍ଣ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଜିନ୍ଦଲ କଳା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି । ଦେଶର ପ୍ରତିଭାମାନଙ୍କୁ ବିକଶିତ କରିବାରେ ସାହାଯ୍ୟ କରିବ ଓ ଉକୃଷ୍ଟ କଳାର ପରମ୍ପରାକୁ ସଂରକ୍ଷଣ କରିବା ଏହି ପ୍ରତିଷ୍ଠାନର ଉଦ୍ଦେଶ୍ୟ ।

ଲୋକମାନଙ୍କ ସୁପ୍ତ ପ୍ରତିଭାକୁ ଉନ୍ମୋଚନ କରି, ତାଙ୍କୁ ସଫଳତା ହାସଲ କରିବା ନିମନ୍ତେ ସାହାଯ୍ୟ କରିବାରେ ଜିନ୍ଦଲ କଳା ଅନୁଷ୍ଠାନ ପ୍ରମୂଖ ଭୂମିକା ଗ୍ରହଣ କରିବ ବୋଲି ନିଜ ସ୍ୱାଗତ ଭାଷଣରେ ଶାଲୁ ଜିନ୍ଦଲ କହିଥିଲେ । ତରୁଣ ହୁଅନ୍ତୁ ବା ବୟସ୍କ ସମସ୍ତ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ବୈଶିଷ୍ଟ୍ୟକୁ ଚିହ୍ନଟ କରି ତାକୁ ନିଖୁଣ ଓ ଉକୃଷ୍ଟ କରିବା ନିମନ୍ତେ ଶିକ୍ଷା ଦେବାକୁଏହି ପ୍ରତିଷ୍ଠାନ ଶିକ୍ଷା ଦେବ ବୋଲି ସେ ସୂଚନା ଦେଇଥିଲେ ।

ଜିନ୍ଦଲକଳା ପ୍ରତିଷ୍ଠାନ ସହିତ ଆମ ସ୍ୱପ୍ନ ବାସ୍ତବାତାରୂପ ନେଇଛି । ଦେଶର ସୁପ୍ତ କଳା ପ୍ରତିଭାମାନଙ୍କୁ ଉନ୍ମୋଚନ କରିବା ପାଇଁ ଏହି ପ୍ରତିଷ୍ଠାନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ କଳାକାରମାନଙ୍କ ସହିତ କାର୍ଯ୍ୟ କରିବ ବୋଲି ଶାଲୁ କହିଛନ୍ତି ।

ଏହି ଭବ୍ୟ ଓ ମନମୁଗ୍ଧକାରୀ ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ସମେତ ସାଂସ୍କୃତିକ ସଂଗୀତ, ତବଲା ବାଦନ, ପିଆନୋ ବାଦନ, କଥକ ନୃତ୍ୟ, କୁଚୁପୁଡି ନୃତ୍ୟ,ମୋହିନିୟତମ ନୃତ୍ୟ ଓ ସମସାମୟିକ ନୃତ୍ୟକଳା ପରିବେଷଣ କରାଯାଇଥିଲା ।

Loading...