ଅଗଷ୍ଟ ୩୦ ସୁଦ୍ଧା ଜୟପୁର ବିମାନଘାଟି ହେବ କାର୍ଯ୍ୟକ୍ଷମ

ଜୟପୁର ବିମାନଘାଟି କାର୍ଯ୍ୟର ସମୀକ୍ଷା କଲେ ୩ କେନ୍ଦ୍ରୀୟ ଅଧିକାରୀ

ଜୟପୁର,(ଓଟି): ଜୟପୁର ବିମାନ ଘାଟିକୁ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସରୋଜ କୁମାର ସାହୁ ପରିଦର୍ଶନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗର ୩ ଜଣିଆ ଟିମ ଜୟପୁର ବିମାନ ଘାଟିରେ ପହଞ୍ଚି ଏଥିରେ ଚାଲୁରହିଥିବା ବିଭିନ୍ନ ପ୍ରକାର କାର୍ଯ୍ୟ ସମୀକ୍ଷା କରି ଫେରିଛନ୍ତି। ଆସନ୍ତା ଅଗଷ୍ଟ ୩୦ ତାରିଖ ସୁଦ୍ଧା ଜୟପୁର ବିମାନ ଘାଟି କାର୍ଯ୍ୟକ୍ଷମ ହେବ।

ଆନୁସାଙ୍ଗିକ ପରୀକ୍ଷା ନିରିକ୍ଷା ସରିବା କ୍ଷଣି ଏଠାରୁ ଉଡାନ ଯୋଜନାରେ ବିମାନ ଚଳାଚଳ ଆରମ୍ଭ କରିବ। ବିଶେଷ କରି କିଭଳି ଜୟପୁର ବିମାନଘାଟିରୁ ବିମାନ ଚଳା ଚଳ ନେଇ ଡିଜିସିଏ ଠାରୁ ଅନୁମତି ପାଇବା ସେ ଉପରେ ଅଧିକାରୀମାନେ ଆଲୋଚନା କରିଥିଲେ। ଉକ୍ତ ବିମାନ ଘାଟିର ସଭିଲ କାର୍ଯ୍ୟ ଶେଷ ହୋଇଥିବା ବେଳେ ପରିସରେ ଥିବା ବଡ ଗଡ ଗଛ ମଧ୍ୟ କଟାଯାଇଛି। ଏହି ବିମାନ ଘାଟିର ସୁରକ୍ଷା ଏକ୍ସରେ ମେସିନ, ସିସି କ୍ୟାମେରା ଟ୍ରମିନାଲ ବିଲଡିଙ୍ଗରେ ଲାଗିବ।ଏହା ସହ ରନେୱରେ ରଙ୍ଗଦେବା କାମ ସହ ଦମକଳ ଗାଡି ରହିବା ଉପରେ ଆଲୋଚନା କରାଯାଇଥିଲା। ସୁଚନା ପ୍ରକାରେ କେନ୍ଦ୍ର ସରକାର ଉଡାନ ଯୋଜନା ଘୋଷଣା କରିବା ପରେ ପ୍ରଥମ ପର୍ଯ୍ୟାୟରେ ଏଥିରେ ଓଡ଼ିଶାର ଭୁବନେଶ୍ୱର, ଝାରସୁଗୁଡା, ଜୟପୁର ବିମାନଘାଟି ସାମିଲ ହୋଇଥିଲା।

ଏହି ବିମାନଘାଟିଗୁଡ଼ିକରୁ ଉଡାନ ଯୋଜନା ରୁଟରେ ବିମାନ ଚଳାଚଳ ନେଇ ୨୦୧୭ ସେପ୍ଟମ୍ୱର ମାସକୁ ଲକ୍ଷ୍ୟ ଧାର୍ଯ୍ୟ ଥିଲା। କିନ୍ତୁ ଉଞ୍ଛେଲା ଏବଂ ଜୟପୁର ବିମାନ ଘାଟିର ଭିତିଭୂମି ଠିକ ନଥିବାରୁ ବିଳମ୍ୱ ହୋଇଛି। ପ୍ରଥମେ ରାଜ୍ୟ ସରକାର ସେପ୍ଟମ୍ୱର ପରିବର୍ତେ ଡିସେମ୍ୱର ୨୦୧୭ ଏବଂ ପରେ ମାର୍ଚ୍ଚ ୨୦୧୮କୁ ଧାର୍ଯ୍ୟ କରିଥିଲେ ବି ଉଭୟ ବିମାନଘାଟିର କାର୍ଯ୍ୟ ଅସମ୍ପୁର୍ଣ୍ଣ ରହିଛି। ଇତି ମଧ୍ୟରେ ଝାରସୁଗୁଡା ବିମାନଘାଟିର କାର୍ଯ୍ୟ ସମାପ୍ତ ସହ ସେଠାରୁ ବିମାନ ଉଢାଇବାକୁ ଡିଜିସିଏ ମଧ୍ୟ ଚଳିତ ମାସରେ ଅନୁମତି ପତ୍ର ମଧ୍ୟ ଦେଇ ସାରିଛି। ଏହି ୨ ଘାଟିର କାର୍ଯ୍ୟ କଭଳି ତ୍ୱାରାନ୍ୱିତ ହେବ ସେ ଲକ୍ଷ୍ୟ ନେଇ ଗତ ୨୦ା୫ା୧୮ ତାରିଖରେ ବାଭାଗୀୟ ଅଧିକାରିଙ୍କୁ ନେଇ ଡଃ ଉଷା ପାଢୀ ଆସି ସମୀକ୍ଷା କରି ଫେରିଥିଲେ।

ବିମାନ ଘାଟି ନିର୍ମାଣ ଦାୟିତ୍ୱ ନେଇଥିବା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନବନ ଚନ୍ଦ୍ର ଦୋରା ନିବାହୀ ଯନ୍ତ୍ରୀ ତପନ ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ବିଜୟ କୁମାର ବେହେରା ଉପସ୍ଥିତ ରହି ଏହି ପ୍ରତିନିଧି ମଣ୍ଡଳକୁ ସ୍ୱାଗତ କରିବା ସହ ଆଲୋଚନା କରିଥିଲେ। ଏହି ସମୟରେ କିଭଳି କାର୍ଯ୍ୟ ତ୍ୱାରାନ୍ୱିତ ହେବ ସେ ନେଇ ଆଲାଚନା କରିଥିଲେ। ସମିକ୍ଷା ପରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନବୀନ ଚନ୍ଦ୍ର ଦୋରା ଜଣାଇଥିଲ ଯେ ଆସନ୍ତା ଅଗଷ୍ଟ ସୁଦ୍ଧା ବିମାନ ଘାଟିର ସମସ୍ତ କାର୍ଯ୍ୟ ଶେଷ କରି ଡିଜିସିଏରୁ ବିମାନ ଉଡାଇବା ପାଇଁ ଅନୁମତି ପତ୍ର ପାଇବା ନେଇ ଆବେଦନ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟରେ ବିଭାଗ କାଯ୍ୟ କରିବ।

ଉଡାନ ଯୋଜନାରେ ୮ କୋଟି ୭୬ ଲକ୍ଷ୍ୟ ବ୍ୟୟରେ ବର୍ତ୍ତମାନ ବିମାନ ଘାଟିର ପାଚେରୀ ନିର୍ମାଣ ଏବଂ ରନ ଓ୍ବେ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଯାତ୍ରୀ ପ୍ରତୀକ୍ଷାଳୟ ଏବଂ ଟ୍ରରମିନାଲ ବିଲଟିଙ୍ଗ କାର୍ଯ୍ୟ ମଧ୍ୟ ଶେଷହୋଇଛି। ଏହା ପରେ ଟ୍ରାଫ୍ରିକ କଂଟ୍ରୋଲ ଟାୱାର ମଧ୍ୟ ନିର୍ମାଣ ହେବ। ପରେ ଦିଲ୍ଲୀରୁ ଏକ କେନ୍ଦ୍ରୀୟ ଟିମ ଆସି ସ୍ଥିତି ଅନୁଧ୍ୟାନ କରି ବା ପରେ ଏଠାରୁ ବିମାନ ଉଡ଼ିବ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply