BIGtheme.net http://bigtheme.net/ecommerce/opencart OpenCart Templates

ହାତଗୋଡ଼ ବନ୍ଧା ଯୁବତୀଙ୍କ ମୃତ ଦେହ ଅଖା ଭିତରୁ ଜବତ

ଜଗତସିଂହପୁର,(ଓଟି):  ଜଗତସିଂହପୁର ଥାନା ଧଳତଙ୍ଗଗଡ଼ ଜଙ୍ଗଲ ନିକଟସ୍ଥ  କୁଣ୍ଡାଳ ଗାଁ ପାଖରେ ପଡ଼ିଥିବା ଗୋଟିଏ ଅଖା ଭିତରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ରାସ୍ତାକଡ଼ରେ ଅଖା ଟି ପଡ଼ିଥିବାବେଳେ ଲୋକେ ପୋଲିସକୁ ଖବର ଦେଇଥିଲେ ।

ରଘୁନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି । ମୃତ ଯୁବତୀଙ୍କ ପରିଚୟ ଏ ଯାଏଁ ଜଣାପଡ଼ିନାହିଁ । ଯୁବତୀ ଜଣକ ଆଖ ପାଖ ଅଞ୍ଚଳର ହୋଇ ନଥିବା ଉପସ୍ଥିତ ଗ୍ରାମବାସୀମାନେ କହିଛନ୍ତି । ଅନ୍ୟ କେଉଁଠି ହତ୍ୟାକାଣ୍ଡ କରାଯାଇ ଏଠାକୁ ଆଣି ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି ।  ପଚରାଉଚରା ସମୟରେ ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବା ବେଳେ ତାଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାରେ ଆଣି ଫିଙ୍ଗି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ପୋଲିସ ଶବଟିକୁ ଉଦ୍ଧାର କରିବା ସହିତ ପରିଚୟ ଜାଣିବା ପାଇଁ ପ୍ରୟାସ ଚଳାଇଛି । ସ୍ଥାନୀୟ ଅଞ୍ଚଳରେ ଅଖା ଭିତରେ ଶବ ଥିବା ଘଟଣାଟି ଚାଞ୍ଚଲ୍ୟ ସୃଷ୍ଟି କରିଛି।

About admin

Check Also

ବରଗଡ଼ ଗୁଳିମାଡ଼; କାହା ଦେହରେ ବାଜିନି ଗୁଳି : ଡାକ୍ତର

ବରଗଡ଼,(ଓଟି): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ  ଦୁବୃର୍ତ୍ତଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ...

Leave a Reply