ଦିନକ ପରେ ମହାଶିବରାତ୍ରି: ୨୨ ପ୍ଲାଟୁନ ଫୋର୍ସ ରାଜଧାନୀ ଜଗିବେ

0
4

ଭୁବନେଶ୍ୱର,(ଓଟି): ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାଶିବରାତ୍ରି ପର୍ବ ପାଇଁ ବିଭିନ୍ନ ଶୈବ କ୍ଷେତ୍ର ମାନଙ୍କରେ ଆଜିଠାରୁ ଚଳ ଚଂଚଳ, ହୋଇଛି । ଏହି ପର୍ବ କିପରି ଶାନ୍ତି ଶୃଙ୍ଖଳାର ସହିତ ହୋଇପାରିବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ରାଜଧାନୀସ୍ଥ ଏକାମ୍ର କ୍ଷେତ୍ରରେ ଏଥିପାଇଁ ୨୨ ପ୍ଲାଟୁନ ପୋଲିସର ବ୍ୟବସ୍ଥା ହୋଇଛି।

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ରାତ୍ର ୧୦ଟା ସମୟରେ ମହାଦୀପ ଉଠିବ ବୋଲି ଏହାର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ରାଜଧାନୀ ଏବଂ ଏହାର ଆଖପାଖ ଅଂଚଳରେ ଥିବା ସମସ୍ତ ଶିବ ମନ୍ଦିର ଗୁଡ଼ିକରେ ଲୋକଙ୍କ ଭିଡ଼ ହେଉଥିବା ଦୃଷ୍ଟିରୁ ରାଜଧାନୀର ଆଖପାଖ ମନ୍ଦିର ଯଥା ଚିନ୍ତାମଣିଶ୍ବର ମନ୍ଦିର, କପିଳେଶ୍ବର ମନ୍ଦିର, ଜଟଣୀରେ ବିଶ୍ବନାଥ ମନ୍ଦିର, ଲକ୍ଷେଶ୍ବର ମନ୍ଦିର, ଭାସ୍କରେଶ୍ବର ମନ୍ଦିର, ଭୀମେଶ୍ବର ମନ୍ଦିର ମାନଙ୍କରେ ଅନୁରୂପ ଭାବେ ମଧ୍ୟ ପୋଲିସର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ସେ ସବୁ ସ୍ଥାନରେ ମଧ୍ୟ ପୋଲିସ ମୂତୟନ କରାଯିବ ବୋଲି ପୋଲିସ କମିଶନରଙ୍କ ପକ୍ଷରୁ କୁହାଯାଇଛି । ଏହି ପର୍ବ ପାଇଁ କୁମ୍ଭାରମାନେ ରଙ୍ଗ ବେରଙ୍ଗ ଦୀପ ପ୍ରସ୍ତୁତି କରିବାରେ ଲାଗିଛନ୍ତି । ବିଏମସି ପକ୍ଷରୁ ମଧ୍ୟ ପାନୀୟ ଜଳର ବ୍ୟବସ୍ଥା, ଅଗ୍ନିନିର୍ବାପକ ବ୍ୟବସ୍ଥା ଏବଂ ଫଷ୍ଟା ଏଡ଼ର ବ୍ୟବସ୍ଥା କରାଯାଇଛି ।