ଅଣବୈଷୟିକ ଦଳକୁ ଧରି ଅଷ୍ଟ୍ରେଲିଆ ଅଭିମୁଖେ ଚନ୍ଦ୍ର

0
6

ଭୁବନେଶ୍ୱର,(ଓଟି): ଆସନ୍ତା ମାସ ୧୪ ତାରିଖରେ ଅଷ୍ଟ୍ରେଲିଆ ଠାରେ ଆୟୋଜି ହେଉଥିବା ଆର୍ନ୍ତଜାତୀୟ ଆଇଟି ସମ୍ମିଳନୀରେ ଯୋଗ ଦେବାପାଇଁ ରାଜ୍ୟ ଆଇଟି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ନିଜର ଦଳବଦଳ ଧରି ଯିବେ। ଏଥିରେ ସାମିଲ ହୋଇଛନ୍ତି ଆଇଟି ବିଭାଗ ସଚିବ ପଦରେ ଅତିରିକ୍ତ ଦାୟିତ୍ୱରେ ଥିବା ଅଶୋକ କୁମାର ମୀନା, ଆଇଟି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓକାକ୍ ମୁଖିଆ ଆର.ଏନ‍୍‌.ପଲାଇ ଓ ଦୀର୍ଘଦିନ ଧରି ଓକାକ୍କୁ ଡେପୁଟେସନରେ ଯାଇଥିବା ଆଦିତ୍ୟ ମହାପାତ୍ର।

ଚଳିତବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେଉଥିବା ଏହି ଆଇଟି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଉଛି ସାଇବର ସିକ୍ୟୁରିଟି ବା ସାଇବର ସୁରକ୍ଷା। ହେଲେ ଆମ ରାଜ୍ୟର ଯେଉଁ ମନ୍ତ୍ରୀ ଓ ଅଫିସରମାନେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟକରି ଅଷ୍ଟ୍ରେଲିଆ ଗସ୍ତରେ ବାହାରିଛନ୍ତି ଏମାନଙ୍କ ମଧ୍ୟରୁ ଜଣେ ହେଲେ କାହାରି ସାଇବର ତ ଦୂରରକଥା ଆଇଟି ବିଷୟରେ ସାମାନ୍ୟତମ ଜ୍ଞାନ ନାହିଁ।

ଅଶୋକ ମୀନା ହେଉଛନ୍ତି ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ। ତାଙ୍କର ମୂଳ ପାଠ ହେଉଛି ଅର୍ଥନୀତି ଓ ଇଞ୍ଜିନିୟରିଂ। ଶ୍ରୀ ପଲାଇ ହେଉଛନ୍ତି ଭାରତୀୟ ଟେଲିକମ‍୍‌ ସେବାର ଅଫିସର ଓ ଶ୍ରୀ ମହାପାତ୍ର ହେଉଛନ୍ତି ଓଡିଶା ପ୍ରଶାସନିକ ସେବାର ଅଧିକାରୀ। ଖୋଦ‍୍‌ ମନ୍ତ୍ରୀଙ୍କର ବି ସେଭଳି ଆଇଟି ଜ୍ଞାନ ନାହିଁ। ଯଦିଓ ରାଜ୍ୟର ପ୍ରତିନିଧି ହିସାବରେ ବିଭାଗୀୟ ମନ୍ତ୍ରୀ ଯିବାରେ କୌଣସି ବାଧା ନାହିଁ ତଥାପି ସାଙ୍ଗରେ ଗୋଟିଏ ଆଇଟି ଟିମ‍୍‌ ନେଇ ଯିବାକଥା ବୋଲି ବିଶେଷଜ୍ଞମାନେ କହୁଛନ୍ତି।

କେବଳ ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତ ନୁହେଁ ଦୀର୍ଘ ବର୍ଷ ହେଲାଣି ରାଜ୍ୟ ତଥା ଦେଶ ବାହାରେ ଅନୁଷ୍ଠିତ ଆଇଟି ସମ୍ମିଳନୀକୁ ଆଇଟି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ, ସଚିବ ଓ ଓକାକ୍ର କିଛି ନିର୍ଦ୍ଦିଷ୍ଟ ଅଫିସର ଗସ୍ତ କରିବାରେ ଲାଗିଛନ୍ତି। ରାଜ୍ୟ ସରକାରଙ୍କ ପଇସାରେ ଏଭଳି ବିଦେଶ ବୁଲାରୁ କି ଫାଇଦା ମିଳୁଛି ତାହା କେହି ଜାଣିପାରୁ ନାହାନ୍ତି। ବିଦେଶ ଯାତ୍ରା ନେଇ ରାଜ୍ୟ ସରକାରଙ୍କ ଥିବା କଟକଣା ବି ଏମାନଙ୍କ ବେଳକୁ କିଭଳି ବଦଳି ଯାଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଆଇଟି ବିଭାଗରେ ଜଣେ ହେଲେ ଆଇଟି ଡିଗ୍ରୀଧାରୀ ନଥିବାବେଳେ ଏହା ଅଧିନରେ ଥିବା ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍)ରେ କିନ୍ତୁ କିଛି ବିଶେଷଜ୍ଞ ଅଛନ୍ତି। ହେଲେ ଓକାକ୍କୁ ଡେପୁଟେସନରେ ଯାଇ ଦୀର୍ଘଦିନ ଧରି ଗାଦି ମାଡିବସିଥିବା ପ୍ରଶାସନିକ ଅଧିକାରୀମାନେ ବିଦେଶ ଗସ୍ତ ବେଳକୁ ନିଜେ ଆଗତୁରା ବାହାରି ପଡିବା ସହିତ ଉପର ସ୍ତରରେ ଧରାଧରି କରି ଗସ୍ତ ପକÑା କରିଦେଉଛନ୍ତି। ରାଜ୍ୟ ଆଇଟି ବିଭାଗ ବାବୁ ମାନଙ୍କର ଏଭଳି ବିଦେଶ ବୁଲା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସରକାରୀ ପଇସାରେ ଆଇଟି ଜ୍ଞାନ ଗାରିମା ନଥିବା ବ୍ୟକ୍ତିଙ୍କୁ ଆର୍ନ୍ତଜାତୀୟ ଆଇଟି ସମ୍ମିଳନୀକୁ କିଭଳି ସରକାର ପଠାଉଛନ୍ତି ସେଥିଘେନି ଆଶ୍ଚର୍ଯ୍ୟ ପ୍ରକାଟ ପାଇଛି।

Loading...