ଅନ୍ତରୀଣ ବଜେଟ୍

ଦୁଇଟି ପୂର୍ଣ୍ଣାଙ୍ଗ ବଜେଟ୍ର ମଧ୍ୟବର୍ତ୍ତୀ କାଳରେ ଉପସ୍ଥାପିତ ହେଉଥିବା ବଜେଟ୍କୁ ଅନ୍ତରୀଣ(ଇଣ୍ଟରିମ୍) ବଜେଟ୍ କୁହାଯାଏ । ସାଧାରଣତଃ ଯେଉଁ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୁଏ ସେହି ବର୍ଷ ବିଦାୟୀ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥାନ୍ତି । ଏହି ବଜେଟ୍ର ଅବଧି ଆର୍ଥିକ ବର୍ଷର ପ୍ରଥମ ତିନି କିମ୍ବା ଚାରିମାସ ପର୍ଯ୍ୟନ୍ତ ବଳବତ୍ତର ଥାଏ । ଏହାପରେ କ୍ଷମତାକୁ ଆସିଥିବା ନୂଆ ସରକାର ଆର୍ଥିକ ବର୍ଷର ବାକି ସମୟ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥାନ୍ତି । ରାଜ୍ୟରେ ମଧ୍ୟ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହୁଏ । ଏବେ ଅନ୍ତରୀଣ ବଜେଟ୍କୁ କାମଚଳା ବଜେଟ୍ ଭାବରେ ଅଭିହିତ କରାଯାଉଛି । ସେହିପରି ଏବେ ଗତ କିଛି ବର୍ଷ ହେଲା ପ୍ରତିବର୍ଷ ଡିସେମ୍ବର ମାସରେ ଆଉ ଏକ ଆଂଶିକ ବଜେଟ୍ ଉପସ୍ଥାପିତ ହେବାର ଧାରା ସୃଷ୍ଟି ହୋଇଛି । ଏହାକୁ ଅତିରିକ୍ତ ବଜେଟ୍ ବା ଅତିରିକ୍ତ ଖର୍ଚ୍ଚ ଦାବି ବା ବ୍ୟୟମଞ୍ଜୁରୀ ବିଲ୍ ବୋଲି କୁହାଯାଉଛି । ଭାରତର ପ୍ରଥମ ଅନ୍ତରୀଣ ବଜେଟ୍(ଇଣ୍ଟରିମ୍ ବଜେଟ୍)ର ପ୍ରବର୍ତ୍ତକ ଥିଲେ ଆର କେ ସନ୍ମୁଖମ୍ ଚେଟ୍ଟୀ । ୧୯୪୮-୪୯ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟ୍ ଅଭିଭାଷଣରେ ଶ୍ରୀ ଚେଟ୍ଟୀ ଏହି ପ୍ରଥମେ ଅନ୍ତରୀଣ ବଜେଟ୍ ବିଷୟ ଉଲ୍ଲେଖ କରିଥିଲେ । ୧୯୪୭-୪୮ ଆର୍ଥିକ ବର୍ଷର ବାକି ସମୟ ପାଇଁ ଉପସ୍ଥାପିତ ବଜେଟ୍କୁ ଅନ୍ତରୀଣ ବଜେଟ୍ ବୋଲି ସେ ୧୯୪୮-୪୯ ଆର୍ଥିକ ବଜେଟ୍ ଅଭିଭାଷଣରେ କହିବା ପରେ ଏହି ଧାରା ଆରମ୍ଭ ହୋଇଥିଲା । ମାତ୍ର ୧୯୫୧-୫୨ ଆର୍ଥିକ ବର୍ଷରେ ଦେଶର ପ୍ରଥମ ଅନ୍ତରୀଣ ବଜେଟ୍ ଉପସ୍ଥାପନ ହୋଇଥିଲା । ସିଡି ଦେଶମୁଖ ଏହି ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ । ୯୦ ଦଶକରେ ସର୍ବାଧିକ ୩ ଥର ଅନ୍ତରୀଣ ବଜେଟ୍ ଉପସ୍ଥାପିତ ହୋଇଥିଲା ।

About admin

Check Also

ଏଥର ରାଜ୍ୟ ସରକାରଙ୍କ ନିର୍ବାଚନୀ ବଜେଟ‍୍‌

ବଜେଟ‍୍‌ ଆକାର ୧.୦୨ଲକ୍ଷ କୋଟି ଛୁଇଁପାରେ ଚାଷୀ, ଜଳସେଚନ, ବିଜୁ ଆବାସ ଯୋଜନା, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଭୁବନେଶ୍ୱର,(ଓଟି): …

Leave a Reply