ସୂଚନା ଲୋକସମ୍ପର୍କ ବିଭାଗର ବିଜ୍ଞାପନ ଦୁର୍ନୀତି: ସରକାରୀ ନିୟମକୁ ସାମ୍ବାଦିକଙ୍କ ଫୁ’, ବିନା ଆଦେଶରେ ବିଲ୍‍, ବିଭାଗର ମୁଣ୍ଡବିନ୍ଧା

ଭୁବନେଶ୍ୱର, (ଓଟି): ସରକାରଙ୍କ ନୂତନ ବିଜ୍ଞାପନ ନୀତି ପ୍ରସ୍ତୁତ ହୋଇନି କି କୌଣସି କାର୍ଯ୍ୟାଦେଶ ଦିଆଯାଇ ନାହିଁ, କିନ୍ତୁ ସୂଚନା ଲୋକସମ୍ପର୍କ ବିଭାଗ ଆଗରେ ଦାଖଲ ହୋଇଛି ପ୍ରାୟ ସାଢ଼େ ୬ ଲକ୍ଷ ଟଙ୍କାର ବିଲ୍‍ । ଏହାପୁଣି ଏକ ନିର୍ଦ୍ଦିଷ୍ଟ ୱେବ୍‍ସାଇଟ୍‍ର । ଏହି ପୋର୍ଟାଲ୍‍ର ତୃତୀୟ ମହଲା ଅମଲାତାନ୍ତ୍ରିକ ଲିଙ୍କ୍‍ ଓ ସରକାରୀ ନୀତିକୁ ପ୍ରଭାବିତ କରିବା କ୍ଷମତାକୁ ଆମେ ଗଲା ଗୁରୁବାରଦିନ ପ୍ରକାଶ କରିଥିଲୁ । ତାଙ୍କୁ ଖୁସି କରିବା ପାଇଁ ତୃତୀୟ ମହଲାରେ ଅବସ୍ଥାପିତ ଜଣେ ଅଧିକାରୀ କିପରି ଜଣେ କ୍ୟାବିନେଟ୍‍ ପାହ୍ୟା ମନ୍ତ୍ରୀଙ୍କୁ ଧମକ ଦେଉଛନ୍ତି ତାହା ଉଲ୍ଲେଖ କରିଥିଲୁ । ଆଜି ତାହାର ଆଉ ଏକ ନମୁନା ଦେଖିବାକୁ ମିଳିଛି । ଯେଉଁଥିରେ ସମ୍ପୃକ୍ତ ୱେବ୍‍ପୋର୍ଟାଲ ସବୁ ସରକାରୀ ନୀତିକୁ ଫୁ’ କରି ସରକାରୀ ଅର୍ଥ ପାଇବାକୁ ଆଶା କରିଛନ୍ତି ।

ନିିର୍ଦ୍ଦିଷ୍ଟ ଅମଲାଙ୍କ ଚାପରେ ସୂଚନା ଲୋକସମ୍ପର୍କ ବିଭାଗ ଚେପା ହୋଇ ନିଜର ବହୁ ପ୍ରତୀକ୍ଷିତ ବିଜ୍ଞାପନ ନୀତି ପ୍ରସ୍ତୁତ କରିଥିଲେ । ହେଲେ ବିଜ୍ଞାପନ ନୀତିର ବିଜ୍ଞପ୍ତି ପ୍ରକାଶ ନପାଉଣୁ ସମ୍ପୃକ୍ତ ସାମ୍ବାଦିକ ନିଜ ୱେବ୍‍ପୋର୍ଟାଲ୍‍ରେ ସରକାରୀ ବିଜ୍ଞାପନ ପ୍ରକାଶ କରିଛନ୍ତି ବୋଲି ଦର୍ଶାଇ ବିଲ୍‍ ଉପସ୍ଥାପନ କରିଛନ୍ତି । ଏହି ବିଲ୍‍ର ପରିମାଣ ରହିଛି ୬ ଲକ୍ଷ ୩୬ ହଜାରରୁ ସାମାନ୍ୟ ଅଧିକ ବୋଲି ସୂଚନା ମିଳିଛି । ବିଜ୍ଞାପନ ପ୍ରକାଶ ପାଇଁ ଆଦେଶ ନଥାଇ ଏପରି ଏକ ବିଲ୍‍ ଉପସ୍ଥାପନ କରିବା ବେଆଇନ ଓ ଗ୍ରହଣ ଯୋଗ୍ୟ ହୋଇ ନଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ କିନ୍ତୁ ଏ ବାବଦରେ ଫାଇଲ୍‍ ପ୍ରସ୍ତୁତ ପାଇଁ ମୌଖିକ ଆଦେଶ ଦେଇଥିବା ସୂଚନା ମିଳିଛି । ଯାହାକୁ ଆଧାରରେ ରଖି  ଏକ ଅଯୋଗ୍ୟ ଅର୍ଥବିଲ୍‍କୁ ଆଲୋଚନା କରି ସମୟ ନଷ୍ଟ କରିବାରେ ଲାଗି ପଡ଼ିଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏହିପରି ଏକ ଅବ୍ୟବସ୍ଥିତ ପ୍ରକ୍ରିୟାକୁ ରାଜ୍ୟର କମ୍ପଟ୍ରଲର ଅଡିଟର ଜେନେରାଲ୍‍ ( ସିଏଜି) ସ୍ୱତଃ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

ପ୍ରଚଳିତ ନୀତି ଅନୁସାରେ କୌଣସି ଖବରକାଗଜ, ଟିଭି, ରେଡିଓ ବା ମ୍ୟାଗାଜିନ୍‍କୁ ସରକାର ବିଜ୍ଞାପନ ଦେବାକୁ ହେଲେ ତାଲିକାଭୁକ୍ତ ସଂସ୍ଥାକୁ ଏକ କାର୍ଯ୍ୟ ଆଦେଶ ଦେଇଥାଆନ୍ତି । ଏହିକାର୍ଯ୍ୟ ଏବେ ଏବେ ଅନ୍‍ଲାଇନ୍‍ ମଧ୍ୟ କରାଯାଉଛି । ଭାରତ ସରକାରଙ୍କ ନିୟମକୁ ପାଥେୟ କରି ଏହି ଅନ୍‍ଲାଇନ୍‍ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହିକ୍ରମରେ ରାଜ୍ୟ ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗ ୱେବ୍‍ନୀତି ଅନୁସାରେ ମଧ୍ୟ ବିଜ୍ଞାପନ ଆଦେଶ ଦେଇପାରିବେ । ହେଲେ ଏନେଇ ବିଜ୍ଞପ୍ତ ପ୍ରକାଶ ପାଇ ନଥିବାରେୁ ତାହାକୁ ଅପେକ୍ଷା କରାଯାଇଥିଲା । ସୋମବାରଦିନ ଏହି ବିଜ୍ଞପ୍ତି ପ୍ରକାଶ ପରେ ସରକାରୀ କ୍ଷେତ୍ରରେ ୱେବ୍‍ସାଇଟ୍‍ରେ କିପରି ବିଜ୍ଞପ୍ତି ପ୍ରକାଶ ପାଇବ ସେଥିପାଇଁ ଚିନ୍ତାରେ ପଡ଼ିଥିବା ବିଭାଗ ପାଖରେ ଏକ ନିର୍ଦ୍ଦିଷ୍ଟ ୱେବ୍‍ସାଇଟ୍‍ର ଟଙ୍କା ଦାବି କୌତୁହଳ ସୃଷ୍ଟି କରିଛି ।

ସମ୍ପୃକ୍ତ ପୋର୍ଟାଲ୍‍ର ମୁଖ୍ୟ ସାମ୍ବାଦିକ ଜଣେ ପ୍ରତିଷ୍ଠିତ ବ୍ୟକ୍ତିି । ବିଦେଶରୁ ସାମ୍ବାଦିକତା ପାଇଁ ବୃତ୍ତି ତଥା ଫେଲୋଶିପ୍‍ ମଧ୍ୟ ହାସଲ କରିଛନ୍ତି । ହେଲେ କଳେବଳେ କୌଶଳେ ସେ ଯେପରି ଚାପ ବିଭାଗ ଉପରେ ପକାଇଛନ୍ତି ତାହାକୁ ନେଇ ତଳୁ ଉପରଯାଏ ଅଧିକାରୀ ସ୍ତବ୍ଧ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ବିଜ୍ଞାପନ ଆଦେଶ ନମିଳିଥିଲେ ମଧ୍ୟ ସମ୍ପୃକ୍ତ ସାମ୍ବାଦିକ ତାଙ୍କ ୱେବ୍‍ସାଇଟ୍‍ରେ ସରକାରୀ ବିଜ୍ଞାପନ ନିଜ ଇଚ୍ଛା ଅନୁସାରେ ଲଗାଇଥିଲେ । ଏଥିରେ ଉତ୍କଳ ଦିବସ, କଳାହାଣ୍ଡି ମେଡିକାଲ୍‍ କଲେଜ ଚୁକ୍ତି, ମୁଖ୍ୟମନ୍ତ୍ରୀଙ୍କ ପୋଲ ଉଦଘାଟନ ବିଷୟ ସାମିଲ । ଯେଉଁଦିନ ତାଙ୍କରି ୱେବ୍‍ସାଇଟ୍‍ ବିଜ୍ଞାପନ ପାଇଁ ଯୋଗ୍ୟ ବୋଲି ବିଜ୍ଞପ୍ତି ପ୍ରକାଶ ହେଲା ତା’ ପରଦିନ ସେ ପୂର୍ବ ୭ ଦିନର ବିଲ୍‍ ଦାଖଲ କରିଛନ୍ତି । ଏହା ବେଆଇନ ନୁହେଁ କି?

ପ୍ରଶ୍ନ ଉଠୁଛି ବିଭାଗ ଏହିଭଳି ଏକ ବେଆଇନ ବିଲ୍‍ ଦାଖଲକୁ ଅନୁମତି କିପରି ଦେଉଛି?

ଏହାଦ୍ୱାରା ସରକାରୀ ଅର୍ଥ, ମାନବବଳର ଅପବ୍ୟୟ ହେଉନାହିଁ କି ? ଯେଉଁ ଅଧିକାରୀ ଏହାକୁ ଗ୍ରହଣ କରୁଛନ୍ତି ତାଙ୍କ ବିରୋଧରେ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ଅନୁଚିତ କି?

ଜଣେ ଅଧିକାରୀଙ୍କୁ ଡରି କ’ଣ ବିଭାଗ ପୋଲା ହୋଇଯିବ ଆଉ ସରକାରୀ ସଂସ୍ଥା ବିଜ୍ଞାପନ ଦୁର୍ନୀତିରେ ଫସିବ?

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

One comment

  1. Jit the journo

    ସତ କଥା ଏଠି ଏତେ ଓଡ଼ିଆ ମିଡିଆ ପ୍ରତିଷ୍ଠିତ ୱେବ ସାଇଟ । ଓଁମ୍ ନାମର ଅପ ବ୍ୟବହାର । କେମିଟି ସେଠି କି ବିଜ୍ଞାପନ ଗଲା। କିଏ ଦେଲା କୋଉ ନିୟମାବଳୀ ଅନୁସାରେ । ମାଳ ମାଳ ରାଜ୍ୟ ସରକାରୀ ବିଜ୍ଞାପନ ଆଉ କୋଉଠି ନାହିଁ ସେଠି କାହିଁକି ଏତେ ପ୍ରୀତି। ଏଠି ମୁଖ୍ୟ ତ ସରକାରୀ ବାବୁଙ୍କ କଥାରେ ପରି ଚାଳିତ ବିଭା ଗ କଥା ଛାଡ଼ ।

Leave a Reply