କେମିିତି କରିବେ ନିଜ କମ୍ପୁଟରରେ ଛୋଟ ଛୋଟ ଟ୍ରବୁଲସୁଟ୍ ।

0
12

ଭୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ଆଜିକାଲିର ଯୁଗ ହେଉଛି କମ୍ପ୍ୟୁଟରର ଯୁଗ, ବିନା କମ୍ପ୍ୟୁଟରରେ କୌଣସି କାମ କରିବା ଅସମ୍ଭବ ପ୍ରାୟ ହୋଇଗଲାଣି । ଏଥିପାଇଁ ପ୍ରାୟ ସମସ୍ତ ଅଫିସ, ବ୍ୟାଙ୍କ, ବ୍ୟବସାୟିକ ଅନୁଷ୍ଠାନମାନଙ୍କରେ କମ୍ପ୍ୟୁଟରର ବ୍ୟବହାର ହେଉଥିବାର ଦେଖାଜାଉଛି । ସାଧାରଣ ଲୋକମାନେ ମଧ୍ୟ ଘରେ ଘରେ କମ୍ପ୍ୟୁଟରର ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । ମୁଖ୍ୟ କଥା ହେଉଛି କମ୍ପ୍ୟୁଟର ବ୍ୟବହାର କରିବା ଠିକ ଅଛି କିନ୍ତୁ କିପରି ଏହାକୁ ସଠିକ ଭାବରେ ବ୍ୟବହାର କରିବା ଏବଂ ଛୋଟ ଛୋଟ ପ୍ରୋବ୍ଲେମ ଗୁଡ଼ିକୁ କିପରି ସମାଧାନ କରିବା ସେ ସମ୍ବନ୍ଧୀୟ ସାମାନ୍ୟ ଜ୍ଞାନ ରଖିବା ନିହାତି ଆବଶ୍ୟକ । ପ୍ରୋବ୍ଲେମ ଗୁଡିକ ଯେମିତିକି…..

୧. କମ୍ପ୍ୟୁଟର ଅନ୍ ହେବା ହେଲେ ମନିଟର ରେ ଡିସ୍‍ପ୍ଲେ ନ ଆସିବା ।
୨. କମ୍ପ୍ୟୁଟର ଆପେ ଆପେ ବାରମ୍ବାର ରିଷ୍ଟାର୍ଟ ହେବା ।
୩. କମ୍ପ୍ୟୁଟର ଅନ୍ ହେବାପରେ ହ୍ୟାଙ୍ଗ୍ ହୋଇ ରହିବା ।

୧. କମ୍ପୁଟର ଅନ୍ ହେବା ହେଲେ ମନିଟର ରେ ଡିସ୍‍ପ୍ଲେ ନ ଆସିବା ।

ଯଦି ଆପଣ କମ୍ପୁଟର ଅନ୍ କଲାପରେ ଏପରି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ଆପଣ ବ୍ୟସ୍ତ ହେବା ଦରକାର ନାହିଁ ଆପଣ ଏହାର ସମାଧାନ ନିଜେ କରିପାରିବେ । ଏଥିପାଇଁ ପ୍ରଥମେ ଆପଣଙ୍କୁ କମ୍ପୁଟରର ସିପିୟୁ (CPU ପଛପଟେ ଥିବା ଭିଜିଏ (VGA) କେବୁଲ୍କୁ ଚେକ୍ କରିବାକୁ ପଡିବ । ଜଦି ଭିଜିଏ (VGA) କେବୁଲ୍ ଢିଲା ଥାଏ କେବେ ଏହି କେବଲୁ କୁ ଠିକ୍ ଭାବରେ ଲଗାଇବାକୁ ପଡିବ । ଜଦି ଏହାପରେ ବି ଡ ଡିସ୍‍ପ୍ଲେ ଆସେନାହିଁ ତେବେ (CPU) ର କ୍ୟାବିନେଟ କୁ ଖୋଲି ମଦର ବୋର୍ଡ ରେ ଲାଗିଥିବା ରାମ ସ୍ଲଟ୍ରୁ (RAM) କୁ ବାହାର କରିବାକୁ ହବ । ପରେ ତାକୁ ସଫା କରି ପୁଣି ସେହି ସ୍ଲଟ୍ରେ ଲଗାଇବାକୁ ହେବ । ରାମ ଲଗାଇସାରିବା ପରେ କ୍ୟାବିନେଟ୍ କୁ ବନ୍ଦ କରିଦିଅନ୍ତୁ ଏବଂ ଏବେ କମ୍ପୁଟର କୁ ଅନ୍ କରନ୍ତୁ ।

୨. କମ୍ପୁଟର ଆପେ ଆପେ ବାରମ୍ବାର ରିଷ୍ଟାଟ୍ ହେବା ।

ଯଦି ଆପଣଙ୍କ କମ୍ପୁଟର ଷ୍ଟାଟ ହେଲାପରେ ଆପେ ଆପେ ରିଷ୍ଟାଟ ହୋଉଛି ତେବେ ଆପଣଙ୍କୁ ପ୍ରଥମେ କମ୍ପୁଟରକୁ ଯାଇଥିବା ଆପଣଙ୍କ ଘରର ପାୱାର ସପ୍ଲାଇକୁ ଚେକ୍ କରିବାକୁ ପଡିବ । ଜଦି ଆପଣଙ୍କ ପାୱାର ସପ୍ଲାଇ ଠିକ୍ ଅଛି ତେବେ କମ୍ପୁଟର ରେ ଲାଗିଥିବା ସୁଇଚ୍ ମୋଡ ପାୱାର ସପ୍ଲାଇ (SMPS) କୁ ଚେକ୍ କରିବାକୁ ପଡିବ ସୁଇଚ୍ ମୋଡ ପାୱାର ସପ୍ଲାଇ (SMPS) ରୁ ବାହାରୁଥିବା ବିଭିନ୍ନ ଭୋଲଟେଜ୍ ଗୁଡିକ ଠିକ୍ ଅଛିକି ନାହିଁ ।

ଯଦି ଉପର ଡାଇଗ୍ରାମ ରେ ଥିବା ରଙ୍ଗର କେବୁଲ ହିସାବରେ ଭୋଲଟେଜ ଠିକ୍ ବାହାରୁନଥିବ ତେବେ ଆପଣଙ୍କ ସୁଇଚ୍ ମୋଡ ପାୱାର ସପ୍ଲାଇ (SMPS) ଖରାପ ଅଛି । ଏହାକୁ ସଜାଡିବା ପାଇଁ ଦେବାକୁ ହେବ ।
ଆହୁରି ମଧ୍ୟ ଚେକ କରିବାକୁ ପଡିବ ଯେ ରାମ୍ (RAM) ଠିକ୍ ଅଛିକି ନାହିଁ । ରାମ (RAM) ଜଦି ଖରାପ ଥାଏ ତେବେ ମଧ୍ୟ କମ୍ପୁଟର ବାରମ୍ବାର ରିଷ୍ଟାର୍ଟ ହୋଇଥାଏ ।

୩. କମ୍ପୁଟର ଅନ୍ ହେବାପରେ ହ୍ୟାଙ୍ଗ୍ ହୋଇ ରହିବା ।

ଜଦି ଆପଣଙ୍କ କମ୍ପୁଟର ଅନ୍ ହେବାପରେ ହ୍ୟାଙ୍ଗ୍‍ ହୋଇ ରହିଯାଉଛି ତେବେ ଆପଣଙ୍କୁ କେତେଗୋଟି ଜିନିଷ କୁ ଚେକ୍ କରିବାକୁ ପଡିବ । ପ୍ରଥମେ ରାମ୍ (RAM) କୁ ଚେକ୍ କରିବାକୁ ହେବ ଏହା ଠିକ୍ ଅଛି କି ନାହିଁ । ଏହାପରେ କମ୍ପୁଟର ଭିତରେ ଥିବା ସମସ୍ତ ହାର୍ଡ ଡ୍ରାଇଭ୍‍, ସିଡି ଡ୍ରାଇଭ, ଫ୍ଲପି ଡ୍ରାଇଭରୁ ଯେଉଁ ଡାଟା କେବୁଲ ଗୁଡିକ ଯାଇ ମଦର ବୋର୍ଡର ସ୍ଲଟ ସହିତ ସଂଯୋଗ ହୋଇଥାଏ ସେ ସମସ୍ତ କେବୁଲ ଗୁଡିକୁ ଚେକ କରିବାକୁ ପଡିବ, କୌଣସି ଗୋଟିଏ କେବୁଲ ଖରାପ ଥିଲେ ମଧ୍ୟ କମ୍ପୁଟର ହ୍ୟାଙ୍ଗ୍‍ ହେବ । ଆହୁରି ମଧ୍ୟ ଯଦି ପ୍ରୋସେସର (CPU) କୁଲିଙ୍ଗ୍ ଫ୍ୟାନ କୁ ଚେକ କରିବାକୁ ହେବ । ଜଦି ପ୍ରୋସେସର (CPU) ର କୁଲିଙ୍ଗ ଫ୍ୟାନ ବନ୍ଦ ରହେ ଏବଂ ସିପିୟୁ ଉପରେ ଲାଗିଥିବା ପେଷ୍ଟ ଶୁଖିଯାଇଥାଏ ତେବେ କମ୍ପୁଟର ଅନ ହେବାପରେ ହ୍ୟାଙ୍ଗ ହୋଇ ରହିଯାଏ । ଆହୁରି ମଧ୍ୟ କମ୍ପୁଟର ହ୍ୟାଙ୍ଗ୍‍ ହେବା ଷ୍ଟୋରେଜ ଉପରେ ନିର୍ଭର କରିଥାଏ । ସେଥିପାଇଁ ସବୁ ସମୟରେ କମ୍ପୁଟରର ସି ଡ୍ରାଇଭ (C- DRIVEର) ଯେଉଁଥିରେ ଅପରେଟିଂ ସିଷ୍ଟମ (Operating system) ରହିଥାଏ ସେହି ଡ୍ରାଇଭ ରେ କିଛି ଜାଗା ଖାଲିରଖିଲେ କମ୍ପୁଟର କମ୍ ହ୍ୟାଙ୍ଗ ହୋଇଥାଏ ।।

ଏ ସମ୍ବନ୍ଧୀୟ ଅଧିକ ଖବର ପାଇଁ

http://odishatime.com/odiya/googles-news-android-pie/

 

ଆସିଲା ଆଣ୍ଡ୍ରଏଡର ଲାଟେଷ୍ଟ ଭର୍ଜନ ୯.୦; ଜାଣିବା କଣ ରହିଛି ଏହାର ଫିଚର ?

Loading...