କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
cancer-101-s1-what-is-cancer-cell

କେନ୍ଦ୍ରର କ୍ୟାନ‍୍‌ସର ଚିକିତ୍ସା ସହାୟତା ସମ୍ପର୍କରେ ଓଡିଶା ଅଫିସରଙ୍କ ଜ୍ଞାନ ନାହିଁ

୨୦୦୯ରୁ କ୍ୟାନ‍୍‌ସର ରୋଗୀ ହରାଇଲେ କୋଟି କୋଟି ଟଙ୍କାର ସହାୟତା

ଭୁବନେଶ୍ୱର,(ଓଟି): କ୍ୟାନ‍୍‌ସର ରୋଗୀମାନଙ୍କୁ ଆଧୁନିକ ଚିକିତ୍ସା ଯୋଗାଇ ଦେବା ଉଦେଶ୍ୟରେ ରାଜ୍ୟରେ ଟାଟା ମେମୋରିଆଲ ଚିକିତ୍ସା କେନ୍ଦ୍ର ଖୋଲିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଗତ ସପ୍ତାହରେ ଚିଠି ଲେଖିଛନ୍ତି । ଯାହାକି ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ସବୁଠାରୁ ବଡ ପରିତାପର ବିଷୟ ହେଉଛି କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଅଧିନରେ ‘ହେଲ‍୍‌ଥ ମିନିଷ୍ଟର କ୍ୟାନ‍୍‌ସର ପେସେଣ୍ଟ ଫଣ୍ଡ’ ନାମରେ ୨୦୦୯ରୁ ଚାଲୁଥିବା ଯୋଜନା ସମ୍ପର୍କରେ ରାଜ୍ୟ ସରକାର କିମ୍ୱା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଜାଣିପାରନାହାନ୍ତି । ଯାହାଫଳରେ ବିଗତ ୯ବର୍ଷ ହେଲା ଏହି ଯୋଜନାରୁ ଓଡିଶାର କ୍ୟାନ‍୍‌ସର ରୋଗୀମାନେ ସହାୟତା ପାଇବାରୁ ବଞ୍ଚିତ ହୋଇଥିବାବେଳେ ଅନ୍ୟ ରାଜ୍ୟମାନେ ଏଥିରୁ ବପୁଳ ପରିମାଣରେ ସହାୟତା ପାଇଛନ୍ତି ।

କ୍ୟାନ‍୍‌ସର ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟୟ ବହୁଳ । ଏହାକୁ ରାଜ୍ୟର ଗରିବ ଲୋକମାନେ ବହନ କରିବା କଷ୍ଟକର ବୋଲି ଉପଲବ୍ଧି କରି କ୍ୟାନ‍୍‌ସର ପୀଡିତ ପରିବାରକୁ ସହାୟତା କରିବା ଉଦେଶ୍ୟରେ କେନ୍ଦ୍ର ସରକାର ୨୦୦୯ରୁ ‘ହେଲ‍୍‌ଥ ମିନିଷ୍ଟର କ୍ୟାନ‍୍‌ସର ପେସେଣ୍ଟ ଫଣ୍ଡ’ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନ‍୍‌ସର ସେଣ୍ଟରକୁ ଅନ୍ତଭୁର୍କ୍ତ କରାଯାଇଛି । ନିୟମ ଅନୁସାରେ ତାଲିକାଭୁକ୍ତ କେନ୍ଦ୍ର ଗୁଡିକ ଆବେଦନ କଲେ ସେମାନଙ୍କୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ଆକାରରେ ଦିଆଯାଇପାରିବ । ଏହି ପାଣ୍ଠିରୁ କ୍ୟାନ‍୍‌ସର ଚିକିତ୍ସା କେନ୍ଦ୍ର ଗୁଡିକ ଗରିବ କ୍ୟାନ‍୍‌ସର ରୋଗୀଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେଇପାରିବେ । ଏପରିକି ଜରୁରୀ ପରିସ୍ଥିତିରେ ଡାକ୍ତର ଅନୁଭବ କଲେ ସଂମ୍ପୃକ୍ତ ରୋଗୀଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ଆଥିର୍କ ସହାୟତା ପ୍ରଦାନ କରିହେବ । ଏଥିରୁ ସରକାରୀ ଚାକିରୀ କରିଥିବା ରୋଗୀଙ୍କୁ ସହାୟତା ମିଳିବ ନାହିଁ ବୋଲି ବ୍ୟବସ୍ଥା ରହିଛି ।

ଏହି ଯୋଜନା ଆରମ୍ଭ ହେବାର ୯ ବର୍ଷ ପରେ ଏଥିରୁ ରାଜ୍ୟର ଗୋଟିଏ ବି ରୋଗୀ ଉପକୃତ ହୋଇପାରିନାହାନ୍ତି । ଅପରପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ବଭାଗର ସଫେଇ ହେଉଛି, କ୍ୟାନ‍୍‌ସର ରୋଗୀମାନଙ୍କୁ ଓଏସଟିଏଫରୁ ସହାୟତା ଦିଆଯାଉଛି । ତେଣୁ ଏହାର ଆବଶ୍ୟକତା ନାହିଁ । ଏହି ଅର୍ଥ ରାଜ୍ୟ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହେଉଛି । କିନ୍ତୁ ‘ହେଲ‍୍‌ଥ ମିନିଷ୍ଟର କ୍ୟାନ‍୍‌ସର ପେସେଣ୍ଟ ଫଣ୍ଡ’ କେନ୍ଦ୍ର ସରକାରଙ୍କ ପାଣ୍ଠି ବହନ କରିୁଛି । ଅନ୍ୟ ରାଜ୍ୟମାନେ ଏହି ଯୋଜନାରୁ ଇତି ମଧ୍ୟରେ ୧୦ କୋଟି ଲେଖାଏଁ ସହାୟତା ନେଇସାରିଥିବାବେଳେ ଓଡିଶାର ଅପିସରମାନଙ୍କ ଅଜ୍ଞତା ଯୋଗୁଁ ଟଙ୍କାଟିଏ ବି ପାଇପାରିନାହିଁ ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *