ହରିବଂଶ ନାରାୟଣ ସିଂହ ରାଜ୍ୟସଭାର ଉପସଭାପତି ନିର୍ବାଚିତ

0
10

ଭୁବନେଶ୍ୱର,(ଓଟି): ଆଜି ରାଜ୍ୟସଭାର ଉପସଭାପତି ଭାବେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ବିଜୟୀ ହୋଇଛନ୍ତି । ଏହି ଶକ୍ତି ପରୀକ୍ଷାରେ ଏନଡିଏ ପ୍ରାର୍ଥୀ ତଥା ଜେଡ଼ିୟୁ ସାଂସଦ ହରିବଂଶ ନାରାୟଣ ସିଂହ ମେଣ୍ଟ ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ବି କେ ହରିପ୍ରସାଦଙ୍କୁ ୨୦ଟି ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ରାଜ୍ୟସଭାର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଏହି ନିର୍ବାଚନରେ ହରିବଂଶଙ୍କୁ ୧୨୫ଟି ଭୋଟି ମିଳିଥିବା ବେଳେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ ମିଳିଥିଲା । ତାଙ୍କୁ ବିଜୟୀ ହେବା ପାଇଁ ୧୧୯ଟି ଭୋଟ ଆବଶ୍ୟକ ଥିବା ବେଳେ ସେ ୧୨୫ଟି ଭୋଟ ପାଇଛନ୍ତି । ହରିବଂଶଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ତେବେ ବିଜୁ ଜନତା ଦଳ ହରିବଂଶଙ୍କ ସପକ୍ଷରେ ଭୋଟ ଦେଇଥିବା ଜଣାପଡିଛି ।

ରିବଂଶ ବିଜୟୀ ହେବା ପରେ ତାଙ୍କୁ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।  ଜଣେ ସମ୍ବାଦିକ ତଥା ସାମାଜିକ କାର୍ଯ୍ୟକର୍ତା ଭାବେ ହରିବଂଶ ଦେଶର ନାମକୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ଆଜାଦ କହିଛନ୍ତି । ଏହା ସହ ସେ ଜଣେ ସମ୍ବାଦିକ ହୋଇଥିବାରୁ ଗଣମାଧ୍ୟମରେ ସଂସଦର କାର୍ଯ୍ୟକ୍ରମ ଅଧିକ ପ୍ରସାରଣ କରାଯିବ ବେଲି ସେ ଆଶା କରିଛନ୍ତି ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ତଥା  ଜେଡ଼ିୟୁ ସାଂସଦ ହରିବଂଶ ନାରାୟଣ ସିଂହ ବିଜୟୀ ହୋଇଛନ୍ତି  । ଅପରପକ୍ଷରେ ଉପା ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ବିକେ ହରିପ୍ରସାଦ ପରାସ୍ତ ହୋଇଛନ୍ତି  । ଭୋଟିଂ ପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଏହା ଘୋଷଣା କରିଛନ୍ତି  । ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଉପରାଷ୍ଟ୍ରପତିଙ୍କ ସମେତ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରମୁଖ ସ୍ୱାଗତ ଜଣାଇଥିଲେ  ।

Loading...