ଆସିଲା ଆଣ୍ଡ୍ରଏଡର ଲାଟେଷ୍ଟ ଭର୍ଜନ ୯.୦; ଜାଣିବା କଣ ରହିଛି ଏହାର ଫିଚର ?

ବହୁ ସମୟର ବ୍ୟବଧାନ ପରେ ଏବେ ଗୁଗୁଲ ପରିବାରର ଅନ୍ୟଏକ ସଦସ୍ୟ ଆଣ୍ଡ୍ରଏଡ ତାର ଲାଟେଷ୍ଟ ଭର୍ଜନ ବା ଅପଗ୍ରେଡ ଭର୍ଜନ ୯.୦ କୁ ସାଧାରଣରେ ବ୍ୟବହାର ପାଇଁ ଲଞ୍ଚ କରିଛି । ଗୁଗୁଲ ଏହି ଆଣ୍ଡ୍ରଏଡ ୯.୦ ଭର୍ଜନ ନାମ ଆଣ୍ଡ୍ରଏଡ୍ ପାଇ (Android Pie) ରଖିଛି । ଏବେ ଏହି ଆଣ୍ଡ୍ରଏଡ ଓଏସ୍ ଗୁଗୁଲ ପିକ୍ସେଲର ସ୍ମାର୍ଟଫୋନ, ପିକ୍ସେଲ ଏସ୍ଏଲ୍ , ପିକ୍ସେଲ ୨, ପିକ୍ସେଲ ଏସ୍ଏଲ ୨ ରେ ଉପଲବ୍ଧ ହୋଇସାରିଲାଣି । ଖୁବ୍ ଶିଘ୍ର ଏହି ଅପଗ୍ରେଡ ବାକିସବୁ ଆଣ୍ଡ୍ରଏଡ ଫୋନ ପାଇଁ ମଧ୍ୟ ଉପଲବ୍ଧ ହେବ ।
ଏହି ଓଏସ୍ ରେ ଗୁଗୁଲ କଣ ବଦଳାଇଲା……

ଏହି ଓଏସ୍କୁ ବ୍ୟବହାର କରିବା ପରେ ୟୁଜର୍ସ ମାନଙ୍କୁ ସ୍ମାର୍ଟଫୋନ ଚଲାଇବାର ଏକ ନିଆରା ଅନୁଭବ ମିଳିବ । କାରଣ ପୁରୁଣା ଓଏଏସ୍ ଥିବା ଦୁର୍ବଳତାଗୁଡିକୁ ଗୁଗୁଲ ସଂଶୋଧନ କରି ଏହି ଓଏସ୍କୁ ନୁଆକରି ତିଆରି କରିଛି । ଏହି ଅପଡେଟ ଓଏସ ର ସାଇଜ ପାଖାପାଖି ୧ ଜିବି ରୁ ୧.୨ ଜିବି ରହିଛି । ଯଦି ପୁର୍ବରୁ ଥିବା ଫୋନଟି ଆଣ୍ଡ୍ରଏଡ୍ ପାଇ (Android Pie) ଓଏସ୍ ହୋଇଥାଏ ତେବେ ତାହାର ଅପଡେଟ ମାତ୍ର ୫୦ ଏମବି ରେ ମିଳିପାରିବ ।

ଆଣ୍ଡ୍ରଏଡ୍ ପାଇ (Android Pie) ର ଫିଚର୍ସ

୧. ପୁରୁଣା ଓଏଏସ୍ ରେ ଗେଷ୍ଟ ନ୍ୟାଭିଗେସନ ବଟନ ଟି ସ୍କ୍ରିନ ଉପରେ ରହିବା ପାଇଁ ବହୁତ ସ୍ପେସ୍ ଆବଶ୍ୟକ କରୁଥିଲା କିନ୍ତୁ ଏହି ଓଏସ୍ ରେ ତାହା ବହୁତ କମ୍ ସ୍ପେସ୍ ରେ ରହିପାରିବ ।
୨. ଅପଡେଟ ଓଏସ୍ ରେ ହ୍ୟାଣ୍ଡସେଟର ଟାଇମ୍ ଡାହାଣପଟ କର୍ଣର ପରିବର୍ତ୍ତେ ବାମପଟ କର୍ଣରେ ଦେଖାଯିବ ।
୩. ଆଗରୁ ଫୋନକୁ ଆସୁଥିବା କିଛି ନୋଟିଫିକେସନ୍ କୁ ଓପନ୍ କରିବା ପରେ ଦେଖାଯାଇପାରୁଥିଲା କିନ୍ତୁ ଆଣ୍ଡ୍ରଏଡ୍ ପାଇ (Android Pie) ଓଏସ୍ ରେ ନୋଟିଫିକେସନ କୁ ଓପନ୍ ନକରି ମେସେଜ କିମ୍ବା ଭିଡିଓ ଦେଖାଯାଇପାରିବ ।
୪. ନୁଆ ଓଏସ୍ ର ଏକ ବିଶେଷ ଫିଚର ହେଉଛି ୟୁଜର୍ସ କେଉଁ ଆପକୁ କେତେ ବ୍ୟବହାର କରୁଛି ଏବଂ କେଉଁ ଆପକୁ ସବୁଠାରୁ ଅଧିକ ବ୍ୟବହାର କରୁଛି ତା ସମ୍ବନ୍ଧରେ ଜାଣିପାରିବ ଏବଂ ସେହି ହିସାବରେ ହ୍ୟାଣ୍ଡସେଟକୁ ମ୍ୟାନେଜ କରିବ ।
୫. ଏହାଛଡା ସିକ୍ୟୁରିଟି ସିଷ୍ଟମରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି । ଜାହାକି ବ୍ୟବହାରକାରୀମାନଙ୍କ ଡାଟାକୁ ସୁରକ୍ଷିତ ରଖିବା ସଙ୍ଗେ ସଙ୍ଗେ ହ୍ୟାଣ୍ଡସେଟକୁ ମଧ୍ୟ ସୁରକ୍ଷିତ ରଖିବ ।

ଏ ସମ୍ବନ୍ଧୀୟ ଅଧିକ ଖବର ପାଇଁ http://odishatime.com/odiya/new-smart-phone-mi-a2-in-india/

ଶାଓନିର ନୁଆ ସ୍ମାର୍ଟଫୋନ୍ ଏମଆଇ ଏ୨ (MiA2): ନୁଆ ନୁଆ ଫିଚର ଏବଂ ଅଫରରେ ମିଳିବ ଏହି ସ୍ମାର୍ଟଫୋନ୍

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …