ଫ୍ଲିପକାର୍ଟ ବିକ୍ରିକରିବ ନିତ୍ୟବ୍ୟବହାର ଗ୍ରୋସରୀ । ଲଞ୍ଚ ହେଲା ଫ୍ଲିପ୍କାର୍ଟର ଇ-ଗ୍ରୋସରୀ ‘ସୁପରମାର୍ଟ’ ।

ଭୁବନେଶ୍ୱର, (ହିମାଂଶଭୂଷଣ ପଣ୍ଡା): ଭାରତର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ ଫ୍ଲିପକାଟ ଏବେ ଗ୍ରାହକମାନଙ୍କୁ ଯୋଗାଇଦେବ ଇ-ଗ୍ରୋସରୀ ଅର୍ଥାତ ଏବେ ଲୋକମାନେ ଘରେ ବସି ମଧ୍ୟ ଫ୍ଲିପକାଟ ଜରିଆରେ ଗ୍ରୋସରୀ ସାମଗ୍ରି ପାଇପାରିବେ । ଏହି ଇ-କମର୍ସ କମ୍ପାନୀ ପ୍ରଥମେ ଟିଭି,ମୋବାଇଲ୍ ଏବଂ ଇଲ୍କୋଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଥିଲା । ଧିରେ ଧିରେ ଏହି କମ୍ପାନୀ କପଡା ବିକ୍ରି ମଧ୍ୟ କରିଥିଲା ଆଉ ଏବେ ନୁଆକରି ଗ୍ରୋସରୀ ସାମଗ୍ରୀ ବିକ୍ରି କରିବା ପାଇଁ ସ୍ଥିର କରିଛି । ଗତ ଗୁରୁବାର ଦିନ କମ୍ପାନୀ ତାର ଏହି ଇ-ଗ୍ରୋସରୀ ସୁପରମାର୍ଟକୁ ଲଞ୍ଚ କରିଛି । ଫ୍ଲିପକାଟ କମ୍ପାନିର ଏହି ପଦକ୍ଷେପ ଆମାଜନ୍,ବିଗ୍ବଜାର, ରିଲାଆନ୍ସ ଫ୍ରେସ୍ ଓ ଗ୍ରୋଫର୍ସ ଭଳି ଅନ୍ୟ ଇ-କମର୍ସ କମ୍ପାନି ଏବଂ ସୁପରମାର୍କେଟ ଗୁଡିକ ଉପରେ ନିଶ୍ଚତ ଭାବରେ ପ୍ରଭାବ ପକାଇବ ।

୨୦୧୮ ଶେଷ ସୁଦ୍ଧା ସମସ୍ତ ବଡ଼ ବଡ଼ ସହରରେ ଏହିସେବା ଉପଲବ୍ଧ ହେବ ।

କମ୍ପାନୀ ତାର ଏହି ଇ-ଗ୍ରୋସରୀ ସେବାକୁ ପ୍ରଥମେ ବେଙ୍ଗାଲୁରୁରେ ଆରମ୍ଭ କରିଛି । ଏଥିରେ ପ୍ରଥରେ ବାଙ୍ଗାଲୋରର ସମସ୍ତ ଜରୁରି ପିନକୋଡ୍କୁ କମ୍ପାନି ସରଭରର ଡାଟାବେସ୍ ସହିତ ଯୋଡ଼ାଜାଇଛି । କମ୍ପାନୀ ଏହି ସେବାକୁ କେବଳ ବେଙ୍ଗାଲୁରୁରେ ନୁହେଁ ୨୦୧୮ ଶେଷସୁଦ୍ଧା ଦେଶର କେତେକ ବଡ ବଡ ସହରରେ କାଯ୍ୟଁକାରୀ କରିବାର ଲକ୍ଷ ରଖିଛି । ଏହିକ୍ରମରେ କମ୍ପାନୀ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ କଲିକତା ଭଳି ସହରରେ ଏହି ସେବା ପ୍ରଦାନ କରିବାର ଆଶା ରଖିଛି ।

ଫ୍ଲିପକାର୍ଟର ଗ୍ରୋସରୀ ସେକ୍ସନର ହେଡ ମନୀଷ କୁମାରଙ୍କ କହିବା ଅନୁସାରେ, ଗ୍ରୋସରୀ ଏପରି ଏକ ଜିନିଷ ଜାହାକୁ ଲୋକମାନେ କିଣିଥାନ୍ତି ବହୁତ ଏବଂ ଏଥିରେ ସେମାନେ ବହୁତ ପଇସା ବଞ୍ଚାଇବାକୁ ଚାହିଁଥାନ୍ତି । ସେଥିପାଇଁ ଏଠାରେ ଲୋକମାନଙ୍କୁ ଭାରି ଡିସକାଉଣ୍ଟ୍ ମଧ୍ୟ ମିଳିପାରିବ ଏବଂ ଖୁବ୍ ସହଜରେ ଘରେ ବସି ଅର୍ଡର କରିଥିବା ଗ୍ରୋସରୀ ଜିନିଷକୁ କମ୍ ସମୟ ମଧ୍ୟରେ ପାଇପାରିବେ । ୧୧ ବର୍ଷର ପୁରୁଣା ଏହି କମ୍ପାନି କିଛିଦିନ ତଳୁ ଏହି କାରବାର କରିବା ପାଇଁ ଇଚ୍ଛାପକାଶ କରିଥିଲା । ଶେଷରେ ୨୬୪ ମିଲିୟନ୍ ଡଲାରର ପୁଞ୍ଜିନିବେଶ କରି କମ୍ପାନି ତାର ଏହି ବ୍ୟବସାୟକୁ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଏହି ସେବାରେ ଏଫ୍ଏମ୍ସିଜି, ଡେରୀ ପ୍ରଡକ୍ଟକୁ ସାମିଲ କରାଯାଇଛି ।

ପୁର୍ବରୁ ଇ-ଗ୍ରୋସରୀ କାରବାର ରେ ସୁପର ମାର୍କେଟ ଗୁଡିକ ମଧ୍ୟରେ ଖୁବ ପ୍ରତିଦ୍ୱନ୍ଦିତା ଚାଲିଆସିଛି । ଏବେ ଏହି ତାଲିକାରେ ଫ୍ଲିପ୍କାର୍ଟ ମଧ୍ୟ ସାମିଲ ହୋଇଛି । ଯଦି ଇନଭେଷ୍ଟମେଣ୍ଟ ହିସାବରେ ଦେଖାଯାଏ ତେବେ ପୁର୍ବରୁ ଇ-କମର୍ସ ବ୍ୟବସାୟ କରୁଥିବା କେତେକ କମ୍ପାନୀ ଯଥା ଗୋଫର୍ସ (୬୦ ମିଲିୟନ୍ ଡଲାର), ବିଗ୍ ବାସ୍କେଟ(୨୨୦) ମିଲିୟନ ଡଲାର, ଆମାଜନ୍ (୫୦୦ ମିଲିୟନ ଡଲାର)ର ଇନଭେଷ୍ଟମେଣ୍ଟରେ ଏହି କାରବାର ଆରମ୍ଭ କରିଥିଲେ । ପୁର୍ବରୁ ଏତେସବୁ ଇ-ଗ୍ରୋସରୀ କମ୍ପାନୀ ଥିବାସତ୍ତେ୍ୱବି ଫ୍ଲିପକାଟ ୨୬୪ ମିଲିୟନ ଡଲାର ଇନଭେଷ୍ଟମେଣ୍ଟ କରି ନୁଆରେ ଆରମ୍ଭ କରିଥିବା ଇ-ଗ୍ରୋସରୀ କେତେଦୁର ଫଳପ୍ରଦ ହେବ ଏବଂ ଲୋକମାନେ ଏହାକୁ କେତେ ପସନ୍ଦ କରିବେ ତାହା ଦେଖିବାର କଥା ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply