ଆର୍‍କେ ସଣମୁଖମ୍‍ ଚେଟ୍ଟି ସ୍ୱାଧୀନ ଭାରତର ବଜେଟ୍‍କୁ ଉପସ୍ଥାପନ କରୁଛନ୍ତି

ଭାରତର ପ୍ରଥମ ବଜେଟ୍

ଭାରତବର୍ଷରେ ବଜେଟ୍‍ ବ୍ୟବସ୍ଥା ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଆରମ୍ଭ ହୋଇଥିଲା । ୭ ଏପ୍ରିଲ୍‍ ୧୮୬୦ରେ ବ୍ରିଟିଶ୍‍ କ୍ରାଉନ୍‍କୁ ଭାରତର ଶାସନ ପାଇଁ ପ୍ରଥମ ବଜେଟ୍‍ ପ୍ରଦାନ କରାଯାିଥିଲା ।

କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀଠାରୁ ବ୍ରିଟିଶ୍‍ ସରକାରଙ୍କ ଅଧିନକୁ ଭାରତ ସିଧାସଳଖ ଆସିବା ପରେ ଭାରତର ଶାସନ ବ୍ୟବସ୍ଥାର ପରିଚାଳନା ପାଇଁ ବ୍ରିଟିଶ୍‍ ସରକାରଙକ୍‍ ପକ୍ଷରୁ ବଜେଟ୍‍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଫେବୃୟାରୀ ୧୮, ୧୮୬୯ ମସିହାରେ ପ୍ରଥମକରି ଭାରତ ପାଇଁ ଏକ ବଜେଟ୍‍ ବ୍ରିଟିଶ୍‍ ସରକାର ପ୍ରସ୍ତୁତ କରିଥିଲେ । ଏହାକୁ ଭାରତର ପ୍ରଥମ ବଜେଟ୍‍ ବୋଲି କୁହାଯାଏ । ସେତେବେଳେ ଭାରତୀୟ କାଉନ୍ସିଲ୍‍ ଅର୍ଥନୀତିକ ସଦସ୍ୟ ଜେମ୍‍ସ ୱିଲସନ୍‍ ଏହି ବଜେଟ୍‍ ଉପସ୍ଥାପନ କରିଥିଲେ । ସାଧାରଣତଃ ବଜେଟ୍ ଉପସ୍ଥାପନା ଦାୟିତ୍ୱ ଅର୍ଥମନ୍ତ୍ରୀଙ୍କ ଉପରେ ରହୁଥିବାରୁ ଜେମ୍ସଙ୍କୁ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ମାନ୍ୟତା ଦିଆଯାଏ । ସେ ବ୍ରିଟିଶ୍‍ କାଉନ୍‍ସିଲ୍‍ର ଅର୍ଥନୀତିକ ସଦସ୍ୟ ଥିଲେ ।

ମାତ୍ର ଭାରତରେ ପ୍ରକୃତ ବଜେଟ୍ ବ୍ୟବସ୍ଥା ‘ବମ୍ବେ ପ୍ଲାନ୍ ଅଫ୍ ୧୯୪୪’ ଆଧାରରେ ଆରମ୍ଭ ହୋଇଥିବା କୁହାଯାଏ । ଜନ୍ ମାଥାଇ, ଜିଡି ବିର୍ଲା ଓ ଜେଆରଡି ଟାଟାଙ୍କ ମିଳିତ ପ୍ରଚେଷ୍ଟା ଓ ଉଦ୍ୟମରେ ବମ୍ବେ ପ୍ଲାନ୍ ଆରମ୍ଭ ହେବା ପରେ ବଜେଟ୍ ବ୍ୟବସ୍ଥାର ଆବଶ୍ୟକ ଓ ଗୁରୁତ୍ୱ ଅନୁଭୂତ ହୋଇଥିଲା ।

ସ୍ୱାଧୀନତା ପ୍ରାପ୍ତି ପରେ ଭାରତର ପ୍ରଥମ ବଜେଟ୍ ଉପସ୍ଥାପିତ ହୋଇଥିଲା ୧୯୪୭ ମସିହା ନଭେମ୍ବର ୨୪ ତାରିଖରେ । ଏହାର ବୈଧାନିକ ଅବଧି ଥିଲା ମାତ୍ର ୭ମାସ ୧୫ ଦିନ(୧୯୪୭ ଅଗଷ୍ଟ ୧୫ ତାରିଖରୁ ୧୯୪୮ ମାର୍ଚ୍ଚ ୩୧ତାରିଖ) । ସ୍ୱାଧୀନୋତ୍ତର ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଭାବରେ ଆର କେ ସନ୍ମୁଖମ୍ ଚେଟ୍ଟୀ ଏହି ବଜେଟ୍ ଉପସ୍ଥାପନା କରିଥିଲେ । ଏହା କେବଳ ଦେଶର ଅର୍ଥନୈତିକ ସ୍ଥିତି ଓ ସମୀକ୍ଷା ଉପରେ ପର୍ଯ୍ୟବସିତ ଥିଲା । ଏଥିରେ କୌଣସି ଟିକସ ବ୍ୟବସ୍ଥା ନଥିଲା ।

ଏଥିପୂର୍ବରୁ ୧୯୪୬-୪୭ ଆର୍ଥିକ ବର୍ଷ ଲାଗି ଅନ୍ତରୀଣ ସରକାର ଓ ପରାଧୀନ ଭାରତର ଶେଷ ଅର୍ଥମନ୍ତ୍ରୀ ରୂପେ ଲିଆକତ୍ ଅଲ୍ଲୀଖାନ୍ ବଜେଟ୍ ଉପସ୍ଥାପନ କରିଥିଲେ । ୧୯୪୭ ଅଗଷ୍ଟରେ ଭାରତଠାରୁ ପାକିସ୍ତାନ ଅଲଗା ହେବା ପରେ ଉକ୍ତ ବଜେଟ୍ ଅକାମୀ ହୋଇଯାଇଥିଲା । ତେଣୁ ପୁଣି ଏକ ନୂଆ ବଜେଟ୍ ଉପସ୍ଥାପନ କରିବାର ଆବଶ୍ୟକ ପଡ଼ିଥିଲା । ଏହି ବଜେଟ୍ ଉପସ୍ଥାପିତ ହେବାର ମାତ୍ର ୯୫ ଦିନ ପରେ ୧୯୪୮-୪୯ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବାକୁ ଥିବାରୁ ଶ୍ରୀ ଚେଟ୍ଟୀ ତାଙ୍କର ପ୍ରଥମ ବଜେଟ୍ରେ କୌଣସି କର କିମ୍ବା ଟିକସ ପ୍ରସ୍ତାବ ଆଗତ କରି ନଥିଲେ । ସମ୍ବିଧାନ କାର୍ଯ୍ୟକାରୀ ହେବା ପରେ ‘ରିପବ୍ଲିକାନ୍ ଇଣ୍ଡିଆ’ର ପ୍ରଥମ ବଜେଟ୍ ୧୯୫୦ ଫେବ୍ରୁଆରି ୨୮ ତାରିଖରେ ଉପସ୍ଥାପନ କରିଥିଲେ ଜନ୍ ମାଥାଇ । ସେହିପରି ଦେଶର ପ୍ରଥମ ସାଧାରଣ ନିର୍ବାଚନ ବା ଭୋଟ ପରେ ଗଠିତ ପ୍ରଥମ ନିର୍ବାଚିତ ସରକାର ପାଇଁ ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ ସିଡି ଦେଶମୁଖ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରଥମ ଗଭର୍ଣ୍ଣର ପଦବୀ ମଧ୍ୟ ଶ୍ରୀଦେଶମୁଖ ଅଳଂକୃତ କରିଥିଲେ ।

 

About admin

Check Also

ଏଥର ରାଜ୍ୟ ସରକାରଙ୍କ ନିର୍ବାଚନୀ ବଜେଟ‍୍‌

ବଜେଟ‍୍‌ ଆକାର ୧.୦୨ଲକ୍ଷ କୋଟି ଛୁଇଁପାରେ ଚାଷୀ, ଜଳସେଚନ, ବିଜୁ ଆବାସ ଯୋଜନା, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଭୁବନେଶ୍ୱର,(ଓଟି): …

Leave a Reply