କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

 ପରିଚୟ ଫାଉଣ୍ଡେସନ‌୍‍ ପକ୍ଷରୁ ଏସିଡ‌୍‍ ପୀଡିତାଙ୍କୁ ନେଇ କିଆ ଫ୍ୟାଶନ ଶୋ

ଭୁବନେଶ୍ୱର,(ଓଟି): ପରିଚୟ ଫାଉଣ୍ଡେସନ‌୍‍ ଏବଂ ଛାଁୱ ଫାଉଣ୍ଡେସନ‌୍‍ର ମିଳିତ ସହଯୋଗିତାରେ ଏକ ଭିନ୍ନ ଧରଣର ଫ୍ୟାଶନ ଶୋ କିଆ ଫ୍ୟାଶନ ଶୋ’ର ୨ୟ ସଂସ୍କରଣ ଆୟୋଜିତ ହୋଇଯାଇଛି। ଏହି ଫ୍ୟାଶନ ଶୋ ମାଧ୍ୟମରେ ଏସିଡ‌୍‍ ପୀଡିତାମାନେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇଥିଲେ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରା ଏବଂ ଲକ୍ଷ୍ନୌର ସିରୋଜ କ୍ୟାଫେରୁ ୮ଜଣ ଏସିଡ‌୍‍ ପୀଡିତାମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା।

ସେହିପରି ଏସିଡ‌୍‍ ପୀଡିତାଙ୍କ ପାଇଁ ନିଯୁକ୍ତି ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ଛାଁୱ ଫାଉଣ୍ଡେସନ‌୍‍ ସବୁବେଳେ ପ୍ରୟାସ କରି ଆସିଛି। ସାରା ଭାରତରେ ଏସିଡ‌୍‍ ଆକ୍ରମଣକୁ ରୋକିବା ଅଭିଯାନର ସଦସ୍ୟ ତଥା ଟେଲିଭିଜନ ଉପସ୍ଥାପକ ଲକ୍ଷ୍ମୀ ଅଗ୍ରୱାଲ‌୍‍ ମଧ୍ୟ ଏହି ଶୋ’ରେ ଅଂଶଗ୍ରହଣ କରିଥିଲେ।‘ପରିଚୟ ଫାଉଣ୍ଡେସନ‌୍‍’ ପକ୍ଷରୁ ଗତ ବର୍ଷ ନଭେମ୍ୱର ୧୪ ତାରିଖରେ ଆରମ୍ଭ ହୋଇଥିବା ଏହି କିଆ ଫ୍ୟାସନ‌୍‍ ଶୋ’ର ପ୍ରଥମ ସଂସ୍କରଣରେ ପରିଚୟ ପକ୍ଷରୁ ପୋଷ୍ୟଭାବେ ଗ୍ରହଣ କରାଯାଇଥିବା ଝିଅମାନେ ରାମ୍ପରେ ଚାଲିବାର ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଓଲିଉଡ‌୍‍ର ବର୍ଷିୟାନ ଅଭିନେତା ବିଜୟ ମହାନ୍ତି, ବିଷିଷ୍ଟ ଶିକ୍ଷାବିତ‌୍‍ ଅନ୍ନପୂର୍ଣ୍ଣା ପାଣ୍ଡେ, ସାମାଜିକ କାର୍ଯକର୍ତ୍ତା ଶୁଭଶ୍ରୀ ଦାସ‌୍‍ , ପ୍ରସିଦ୍ଧ ଉଦ୍ଦ୍ୟୋଗୀ ତଥା ରୁଚିର ନିଦ୍ଦେର୍ଶକ ରଶ୍ମି ସାହୁ, ଲିଟିଲ‌୍‍ ମିସ‌୍‍ ୟୁନିଭର୍ସ ୨୦୧୭ ପଦ୍ମାଳୟ ନନ୍ଦ ଏବଂ ବଲିଓଡ‌୍‍ର ବିଖ୍ୟାତ ଅଭିନେତ୍ରୀ ଟିସ୍କା ଚୋପ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଯୋଗଦାନ ଦେଇ ଏହାକୁ ଆହୁରି ସଫଳ କରିଥିବାରୁ ସମସ୍ତ ପ୍ରୟୋଜକଙ୍କୁ ‘ପରିଚୟ ଫାଉଣ୍ଡେସନ‌୍‍’ କୃତଜ୍ଞତା ଜ୍ଞାପନ କରୁଛି।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :