କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
dama

ଗୃହରେ ଉଠିଲା ଚାଷୀଙ୍କ କଥା: କୃଷିମନ୍ତ୍ରୀଙ୍କ ଉତ୍ତରରେ ବିଜେପି ସଭ୍ୟଙ୍କ ଅସନ୍ତୋଷ; କକ୍ଷ ତ୍ୟାଗ

ଭୁବନେଶ୍ୱର,(ଓଟି): ମୁଁ ଚାଷୀ ଘରୁ ଆସିଛି । ଚାଷୀଙ୍କ ଦୁଃଖ କଣ ତାହା ଜାଣିଛି । ସେମାନଙ୍କ ଦୁଃଖ ଦୂର କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛି ବୋଲି କୃଷି ମନ୍ତ୍ରୀ ଦାମୋଦର ରାଉତ ପ୍ରକାଶ କରିଛନ୍ତି । ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦେବାକୁ ଗୃହରେ ନିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ଲାଗି ବିଧାନସଭା ଗୃହ କମିଟି ୨ ଥର ଚିଠି ଲେଖିଥିଲା। ତାଙ୍କ ପରିବେର୍ତ୍ତ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାଚସ୍ପତିଙ୍କ ଅଫିସକୁ ଆସିଥିବା ଉତ୍ତର ଦୁର୍ଭାଗ୍ୟ ଜନକ। ପ୍ରଧାନମନ୍ତ୍ରୀଙ୍କର ଓଡିଶା ପ୍ରତି ଏଭଳି ଆଭିମୁଖ୍ୟ ଠିକ‌୍‍ ହୋଇନାହିଁ। ଏହା ଓଡିଶା ବିଧାନସଭା ଓ ଓଡିଶାବାସୀଙ୍କ ପ୍ରତି ଅପମାନ। ତାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଛି । ତେବେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ କି ବୋଲି ପ୍ରଶ୍ନ ଅଣାଯାଇଛି । ଯଦି କରିଥିଲେ କେବେ କରିଥିଲେ।

ସେହିପରି ଓଡିଶା ଭବନରେ ଥିବା ୩ ଜଣ ଆଇଏଏସ‌୍‍ ଅଫିସର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ କି। ଏହାର ପୂର୍ଣ୍ଣାଙ୍ଗ ତଥ୍ୟ ଗୃହରେ ରଖିବା ପାଇଁ ବିଜେପି ଦାବି କରିଥିଲା । ଅନ୍ୟପକ୍ଷରେ କୃଷି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ସଭ୍ୟ ମାନେ କକ୍ଷ ତ୍ୟାଗ କରିଥିଲେ ।
ଚାଷୀ ଆଖିରେ ଲୁହର ସମାଧାନ ପରିବର୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରାକାର ଦୋଷ ଲଦାଲଦି ହେବା ଜନିତ ମୁଲତବୀ ନୋଟିସ‌୍‍ ଉପରେ ଆଲୋଚନା ଗୃହର ବାତାବରଣକୁ ସରଗରମ କରିଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ କଂଗ୍ରେସ ସଭ୍ୟ ନବ କିଶୋର ଦାସ , ତାରା ପ୍ରସାଦ ବାହିନୀପତି ପ୍ରମୁଖ ଅଭିଯୋଗ କରିଥିଲେ ଯେ ଚାଷୀଙ୍କ ପାଇଁ ସରକାର ସବୁ କିଛି କରିଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ସେମାନେ ଆର୍ଥିକ ଶୋଷଣର ଶୀକାର ହେଉଛନ୍ତି । ସେମାନଙ୍କ ପାଇଁ ସମ୍ମାନ,ପେନସନ‌୍‍, ଶୀତଳ ଭଣ୍ଡାର, ସ୍ୱାସ୍ଥ୍ୟବୀମା, ଜଳସେଚନ ନାହିଁ କି ମଣ୍ଡି ନାହିଁ । ଚାଷୀ ଆତ୍ମହତ୍ୟା ବଢି ଚାଲିଛି । ବରଗଡର ଚାଷୀ ଖଏନୁ ବଗର୍ତୀ ଆତ୍ମହତ୍ୟା ଘଟଣା ପାଇଁ ଗୃହ କମିଟି ଗଠନକୁ ୬ ମାସ ବିତି ଥିଲେ ମଧ୍ୟ ଏପଯ୍ର୍ୟନ୍ତ ତଦନ୍ତ ହେଲା ନାହିଁ ବୋଲି ସେମାନେ ଉଦବେଗ ପ୍ରକାଶ କରିଥିଲେ ।
ଗୋଟିଏ ଘଟଣାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କୁ ଗୃହ କମିଟି ସାକ୍ଷାତ କରିଥିଲେ ଏବଂ ସେ ଧ୍ଭଯ୍ର୍ୟର ସହ ସେମାନଙ୍କ କଥା ଶୁଣିଥିଲେ। ମାତ୍ର ଏବର ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଓଲଟା ବ୍ୟବହାର ପ୍ରଦର୍ଶନ କରିଛନ୍ତି । ସଭ୍ୟ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଦୀପ ପୁରୋହିତ କହିଲେ ଯେ ଏବେ ବି ଚାଷୀମାନେ ଅଭାବୀ ବିକ୍ରିର ଶୀକାର ହେଉଛନ୍ତି । ପିସି ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କହିବା ପରେ ପଞ୍ଚାୟତ ଓ ବ୍ଲକରେ ଏହା ବ୍ୟାପକ ଭାବେ ବୃଦ୍ଧି ପାଇଛି । ମହାରାଷ୍ଟ୍ର , ମଧ୍ୟ ପ୍ରଦେଶ , ଛତିଶଗଡ , ଉତର ପ୍ରଦେଶ ସରକାର ଚାଷୀମାନଙ୍କୁ ଋଣ ଛାଡ କରିଥିବା ବେଳେ ରାଜ୍ୟ ସରକାର ଘୋଷଣା କରିଥିବା ସବସିଡି ଦେଇ ପାରୁନାହାନ୍ତି କି ମରୁଡି ଘୋଷଣା କରିପାରୁନାହାନ୍ତି ।

ଏସମ୍ପର୍କରେ ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ନୋଟିସ‌୍‍ ଦେଇଥିବା ଶାସକ ଦଳ ସଭ୍ୟ ସଂଜୟ ଦାସବର୍ମା ପ୍ରମିଳା ମଲ୍ଲିକ ପ୍ରମୁଖ ବିରୋଧୀ ଦଳକୁ ସମାଲୋଚନା କରି କହିଥିଲେ ଯେ ଦଳୀୟ ଆଭିମୁଖ୍ୟରେ ଆଲୋଚନା କରାଗଲେ ଚାଷୀଙ୍କ ସମସ୍ୟା ଦୂର ହେବ ନାହିଁ । ସେମାନଙ୍କ ପ୍ରତି ସମ୍ୱେଦନଶୀଳ ହେବା ଉଚିତ‌୍‍। ଧାନର ଏମଏସପି ନେଇ ଗୃହରେ ଗୃହୀତ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ପୁନର୍ବାର ଅନୁରୋଧ କରାଯାଉ । ଚଳିତ ଅଧିବେଶନ ଭିତରେ ଗୃହର ବୈଠକ ଡକାଯାଉ ବୋଲି ସେମାନେ କହିଥିଲେ ।
ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ ଡା. ରାଉତ କହିଥିଲେ ଯେ ରାଜ୍ୟ ସରକାର ଚାଷୀମାନଙ୍କ ସାମୁହିକ କଲ୍ୟାଣ ନିମନ୍ତେ ବିବିଧ ଉନ୍ନତିମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କୃଷି ଉତ୍ପାଦନ ବୃଦ୍ଧି , ସଂରକ୍ଷଣ ଏବଂ ସହାୟକ ମୂଲ୍ୟ ପ୍ରଦାନ ଉପରେ ସରକାରଙ୍କ ପ୍ରତିବଦ୍ଧତା ରହିଥିବା ପ୍ରମାଣିତ ହୋଇସାରିଛି । ଓଡିଶା ଏବେ ଦେଶର ସାଧାରଣ ବିତରଣ ବ୍ୟବସ୍ଥାରେ ତୃତୀୟ ସର୍ବାଧିକ ଚାଉଳ ପ୍ରଦାନ ରାଜ୍ୟ ଭାବେ ପରିଗଣିତ । ଚାଷୀମାନଙ୍କ ଲାଗି ସ୍ୱତନ୍ତ୍ର କୃଷି କ୍ୟାବେନେଟ‌୍‍ , ସ୍ୱତନ୍ତ୍ର କୃଷି ବଜେଟ‌୍‍ , ନୂତନ କୃଷି ନୀତି ପ୍ରଣୟନ କରିଛନ୍ତି । ସେହିପରି ସ୍ୱାସ୍ଥ୍ୟବୀମା ନିମେନ୍ତ ବିଜୁ କୃଷକ କଲ୍ୟାଣ ଯୋଜନା ପ୍ରଣୟନ ହୋଇଛି । ଧାନ ସଂଗ୍ରହକୁ ବିକେନ୍ଦ୍ରୀକରଣ କରାଯାଇଛି । ଅନଲାଇନ‌୍‍ ଯୋଗେ ଧାନ ଦର ପୈଠ କରାଯାଉଛି। ଅଣଧାନ ଫସଲ (ଚିନାବାଦାମ , ମୁଗ, ସୂଯ୍ର୍ୟମୂଖୀ) ଚାଷୀମାନଙ୍କ ଠାରୁ ସିଧାସଳଖ କିଣାଯାଉଛି । କେନ୍ଦ୍ର ସରକାର ବିଗତ ବର୍ଷ ଅପେକ୍ଷା କ୍ୟୁଂଟାଲ ପ୍ରତି ୮୦ ଟଙ୍କା ବୃଦ୍ଧି କରି ଧାନର ସହାୟକ ମୂଲ୍ୟ ୧୫୫୦ ଟଙ୍କା ଚଳିତ ବର୍ଷ ପାଇଁ ଧାର୍ଯ୍ୟ କରିଛନ୍ତି ।
ଶେଷରେ ସେ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଫସଲବୀମା ଯୋଜନା ୨୦୧୬ ଖରିଫ‌୍‍ ବର୍ଷରୁ ପ୍ରଚଳନ କରାଯାଇଛି । ଏହି ଯୋଜନାରେ ବଜ୍ରପାତ, ଅଗ୍ନିକାଣ୍ଡ, ବାତ୍ୟା, କୁଆପଥର, ବନ୍ୟା, ମରୁଡି ଓ ରୋଗପୋକ ଯୋଗୁଁ ଫସଲ ଅମଳ ଜନିତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରାଯାଉଛି । ୨୦୧୫ ଖରିଫ‌୍‍ ଋତୁ ପାଇଁ ରାଷ୍ଟ୍ରୀୟ କୃଷି ବୀମା ଯୋଜନାରେ ୧୧ଲକ୍ଷ ୬୧ ହଜାର୧୩୮ ଜଣ ଚାଷୀଙ୍କୁ ୧ହଜାର୭୭୬କୋଟି୩୪ ଲକ୍ଷ ଟଙ୍କାର କ୍ଷତିପୂଣ ପ୍ରଦାନ କରାଯାଇଛି । ରବି ଋତୁ ପାଇଁ ୬କୋଟି୩୦ ଲକ୍ଷ ଟଙ୍କା ୧୪ ହଜାର ଚାଷୀଙ୍କୁ ପ୍ରଦାନ କରାଯାଇଛି । ୨୦୧୬ ଖରିଫ‌୍‍ ରେ ୧୭ଲକ୍ଷ୬୩ହଜାର୫୭୮ ଜଣ ଓ ରବି ଋତୁରେ ୫୭ ହଜାର୮୧୬ ଜଣଙ୍କୁ ବୀମାଭୁକ୍ତ କରାଯାଇଛି । ସେଥିମଧ୍ୟରୁ ୧ଲକ୍ଷ ୬୪ ହଜାର୪୩୫ ଜଣ ଚାଷୀଙ୍କୁ ମୋଟ ୪୨୨କୋଟି ୫୪ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ରବି ଋତୁରେ ୧୭ ଲକ୍ଷ ୫୬ ହଜାର ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *