BIGtheme.net http://bigtheme.net/ecommerce/opencart OpenCart Templates

ଆଜିର ରାଶିଫଳ

 

 

ମେଷ

ଦିନଟି ଶୁଭରେ କଟିବ । ପୂର୍ବରୁ ଲାଗିଥିବା ସମସ୍ୟା ସମାଧାନ ହୋଇଯିବା । ଆର୍ଥିକ ଲାଭ ହେବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ ।

 

 

ବୃଷ 

ଆପଣଙ୍କ ଦିନଟି ମୋଟାମୋଟି ଶୁଭ ରହିବ । ବନ୍ଧୁଙ୍କ ଠାରୁ ଆକସ୍ମିକ ଭାବେ କିଛି ଖୁସି ଖବର ପାଇ ପରନ୍ତି । ଏହା ଛଡା ସମସ୍ତଙ୍କ ସହିତ ସମ୍ପର୍କ ଭଲ ରହିବ ।

 

 

ମିଥୁନ

ଆଜି ଆପଣ ଜୟଯୁକ୍ତ ହେବେ । ଆପଣଙ୍କର ପୂରା ଦିନଟି ଆଜି ବେଶ୍ ମଜାରେ କଟିବ । ବନ୍ଧୁମାନଙ୍କ ସହିତ ଖୁବ୍ ବୁଲିବେ ।

 

 

 

କର୍କଟ

ଆଧ୍ୟାତ୍ମିକ କାମରୁ ଆଜିର ଦିନଟି ଆରମ୍ଭ ହେବ । ଆପଣ ଟିକେ ଅଧିକ ପରିଶ୍ରମ ବି କରନ୍ତୁ, ଆଗକୁ ସରକାରୀ ସ୍ତରରେ ବିଶେଷ ଲାଭବାନ୍ ହେବେ ।

 

 

ସିଂହ

ଆଜିର ଦିନଟି ପର ଉପକାରରେ କଟିବ । ଧନ ସମ୍ପର୍କିତ କାମରେ ଆଜି ଆପଣ ସଫଳ ରହିବେ । ଏହା ସହିତ କର୍ମକ୍ଷେତ୍ରରେ ବି ଆପଣ ଖୁବ୍ ପ୍ରଶଂସିତ ହେବେ ।

 

 

 

କନ୍ୟା

ଆପଣ କେଉଁଠି ପୁଞ୍ଜି ଲଗାଇଥିଲେ, ଆଜି ଧନ ପାଇବାର ଯୋଗ ରହିଛି । ଏସବୁ ସହିତ ଆଜି ସାତ୍ୱିକ ଆହାର ଉପରେ ଆପଣ ଧ୍ୟାନ ଦିଅନ୍ତୁ ।

 

 

 

ତୁଳା

କର୍ମକ୍ଷେତ୍ରରେ ବନ୍ଧୁଙ୍କର ସହ ଯୋଗ ପାଇବେ । ନିଜର ମେଳାପୀ ସ୍ୱାଭାବ ଯୋଗୁଁ ଆଜି ଆପଣ ସମସ୍ତଙ୍କର ପ୍ରିୟ ରହିବେ । ଦିନଟି ଆପଣଙ୍କ ପାଇଁ ଖୁବ୍ ଶୁଭଙ୍କର ।

 

 

ବିଛା

ଆପଣ ବେଶ୍ ପ୍ରଶଂସିତ ହେବେ । ଗୁରୁଜନ ଓ ସାଧୁ ସନ୍ଥଙ୍କ ସେବା କରିବାର ସୁଯୋଗ ପାଇପାରନ୍ତି । ଭବିଷ୍ୟତ ଖୁବ୍ ସୁଖମୟ ହେବ ।

 

 

 

ଧନୁ

କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ଆପଣ ସାହାର୍ଯ୍ୟ ପାଇପାରନ୍ତି । ଦିନର ଶେଷ ଭାଗ ଆପଣ ବନ୍ଧୁମାନଙ୍କ ସହିତ ବିତେଇବେ । ଢେର ମନୋରଂଜନର ଯୋଗ ରହିଛି ।

 

ମକର

କୌଣସି କାମ ଆରମ୍ଭ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ । ବନ୍ଧୁଙ୍କର ସହ ଯୋଗରୁ ତାହା ଦୁର ହେବ । ମନ ଉଣା କରନ୍ତୁ ନାହିଁ । ଈଶ୍ୱରଙ୍କ ବିଶ୍ୱାସ ରଖନ୍ତୁ । ସବୁ ଠିକ୍ ହେଇଯିବ ।

 

 

କୁମ୍ଭ

ଦିନଟି ଅତ୍ୟନ୍ତ ଆନନ୍ଦରେ ଦିନ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ମଚାରୀଙ୍କ ଦ୍ୱାରା ସମ୍ମାନୀତ ହେବେ । ମହିଳାମାନେ କର୍ମକ୍ଷେତ୍ରରେ ଉନ୍ନତି କରିବେ ।

 

 

ମୀନ

କର୍ମକ୍ଷେତ୍ରରେ ଅନେକ ସଫଳତା ପାଇବେ । ଧନ ପାଇବାର ଯୋଗ ମଧ୍ୟ ରହିଛି । ପରିବାର ସହିତ ବେଶ୍ ଖୁସିରେ ବିତେଇବେ ।