କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
bjp

ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ବିଭାଗରେ ସର୍ବାଧିକ ଦୁର୍ନୀତି: ବିଜେପି

ଭୁୁବନେଶ୍ୱର,(ଓଟି): ଅବାଧ ପିସି କାରବାର ଯୋଗୁଁ ରାଜ୍ୟରେ ବିକାଶ କାର୍ଯ୍ୟ ବହୁ ପ୍ରଭାବିତ ହେଉଛି। ବିଶେଷ ଭାବେ ଖୋଦ‌୍‍ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ବିଭାଗରେ ଏହି ପିସି କାରବାର ବହୁ ଅଧିକ। ପୂର୍ତ୍ତ ବିଭାଗରେ ଅତ୍ୟାଧିକ ପିସି କାରବାର କଥା କାହାକୁ ଅଛପା ନାହିଁ। ଗୋଟିଏ ପଟେ ନିଜ ଏବଂ ନିଜ ଦଳର ପାଣ୍ଠି ବୃଦ୍ଧି କରିବାରେ ବ୍ୟସ୍ତ ଥିବା ଶାସକ ଦଳର ନେତାମାନେ ରାଜ୍ୟ ସ୍ୱାର୍ଥକୁ ଅଣଦେଖା କରି ଚାଲିଛନ୍ତି। ଏହା ଫଳରେ ସାଧାରଣ ରାଜ୍ୟବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ବୋଲି ଆଜି ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରି କହିଛନ୍ତି।
ଶ୍ରୀ ପୁରୋହିତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିଜ ଅଧିନରେ ଥିବା ପୂର୍ତ୍ତ ବିଭାଗର କାର୍ଯ୍ୟ ଅତି ନିମ୍ନମାନର ହେଉଥିବାର ବହୁ ଅଭିଯୋଗ ଆସୁଥିବା ସତ୍ୱେ ମୁଖ୍ୟମନ୍ତ୍ରୀ ଏ ସମସ୍ତକୁ କର୍ଣ୍ଣପାତ ନକରି ମନ ଇଚ୍ଛା କାଯ୍ର୍ୟ କରୁଥିବାର ଫଳ ସଦୃଶ ଆଜି କେବଳ ବୋମିଖାଲ ନିର୍ମାଣଧିନ ପୋଲ ଦୁର୍ଘଟଣା ନୁହେଁ ବରଂ ଏହିଭଳି ବହୁ ନିର୍ମାଣଧିନ ପୋଲ ଭୁଷୁଡି ଯାଇଛି।
ଶ୍ରୀ ପୁରୋହିତ କହିଛନ୍ତି ଯେ, ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ନିର୍ମାଣ କାଯ୍ର୍ୟ ୪୮ କୋଟି ଟଙ୍କା ବ୍ୟୟ ଅଟକଳରେ ଗାମନ ଇଣ୍ଡିଆ ଠିକା କଂପାନୀ ମାଧ୍ୟମରେ ୨୦୦୬ ମସିହାରେ ଆରମ୍ଭ ହୋଇ ୨୦୦୯ ମସିହାରେ ସଂପୂର୍ଣ୍ଣ ହେବାର ଥିଲା। ମାତ୍ର ନିର୍ମାଣ କାଯ୍ର୍ୟ ସଠିକ ସମୟରେ ସଂପୂର୍ଣ୍ଣ ନହେବା କାରଣରୁ ୨୦୧୫ ମସିହା ବେଳକୁ ବ୍ୟୟ ଅଟକଳ ୧୧୫ କୋଟିକୁ ବୃଦ୍ଧି ପାଇ ସାରିଥିଲା। ରାଜ୍ୟ ସରକାର ୨୦୧୫ ମସିହାରେ ପୁଣି ଥରେ ନୂତନ ଭାବେ ରୟାଲ ଇଣ୍ଡିଆ କଂପାନୀ ସହ ଚୁକ୍ତି କରି ବ୍ୟୟ ଅଟକଳକୁ ୧୭୩ କୋଟି ଟଙ୍କା କରିଥିଲେ। ୨୦୧୬ ମସିହା ଏପ୍ରିଲ ୧୬ ତାରିଖରେ ନିର୍ମାଣଧିନ ଗୁରୁପ୍ରିୟା ସେତୁ ପ୍ରଥମ ଥର ପାଇଁ ଭୁଷୁଡି ପଡିଥିଲା। ତତ‌୍‍‌୍‍କ୍ଷଣାତ ମୁଖ୍ୟମନ୍ତ୍ରୀ ଏହି ଅଘଟଣ ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଘୋଷଣା କରିଥିଲେ ଏବଂ ପୂର୍ତ ସଚିବ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ଆଜି ପଯ୍ର୍ୟନ୍ତ ଏହି ରିପୋର୍ଟକୁ ରାଜ୍ୟ ସରକାର ସାର୍ବଜନୀନ ନ କରିବାର କାରଣ କ’ଣ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି।
ସେହିପରି ଗତ ଜୁଲାଇ ମାସ ୨୫ ତାରିଖରେ ନିର୍ମାଣଧିନ ଗୁରୁପ୍ରିୟା ସେତୁ ଦିତ୍ୱୀୟ ଥର ପାଇଁ ଭୁଷୁଡି ପଡିଥିଲା। ମାତ୍ର ସୈାଭାଗ୍ୟବଶତଃ ୨୫ ଜଣଙ୍କ ପ୍ରାଣ ଅଳ୍ପକେ ବଞ୍ଚି ଯାଇଥିଲା। ଏଥର ମଧ୍ୟ ରାଜ୍ୟ ସରକାର ଚିରାଚରିତ ପ୍ପହାଇ ଲେବଲ ଇନଭେଷ୍ଟିଗେସନଡ୍ଗ କଥା କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ। ନିର୍ମାଣଧିନ ଅବସ୍ଥାରେ ଗୋଟିଏ ପୋଲ ଦୁଇ ଦୁଇ ଥର ଭୁଷୁଡି ଯିବା ପଛରେ କେଉଁ କେଉଁ ମାନେ ଦାୟୀ ଏବଂ ସେମାନଙ୍କ ଉପରେ ପୂର୍ତ୍ତ ମନ୍ତ୍ରୀ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି।
ସ୍ଥାନୀୟ ଶାସକ ଦଳର ବିଧାୟକ ଶ୍ରୀ ଡମ୍ୱରୁଧର ଶୀସା ୧୫/୧୨/୨୦୧୫ ରେ ପତ୍ର ମାଧ୍ୟମରେ ପୂର୍ତ୍ତ ବିଭାଗ ସଚିବଙ୍କୁ ନିର୍ମାଣଧିନ ଗୁରୁପ୍ରିୟା ସେତୁର କାର୍ଯ୍ର୍ୟ ଅତି ନିମ୍ନମାନର ବୋଲି କହିବା ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ ନକରିବା ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଏବଂ କାର୍ଯ୍ୟଶୈଳୀ ଉପରେ ସନ୍ଦେହ ସୃଷ୍ଟି କରିଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ବାଚନୀ ପାଣ୍ଠି ସଂଗ୍ରହ ଆଳରେ ସେତୁ ନିର୍ମାଣ କାର୍ଯ୍ୟକୁ ଜାଣିଶୁଣି ବିଳମ୍ୱ କରିବା ସହ ବ୍ୟୟ ଅଟକଳ ୧୭୩ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଅର୍ଥ ସିଧାସଳଖ ଶାସକ ବିଜେଡି ଆକାଉଣ୍ଟକୁ ଯାଉଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗ ଘଟଣା ଗୁଡିକ ନବୀନ ବାବୁଙ୍କ ଶ୍ରେଷ୍ଠ ପ୍ରଶାସକ ହେବାର ମୁଖା ଖୋଲି ଦେଉଛି। ନିଜ ଅଧିନରେ ଥିବା ପୂର୍ତ୍ତ ବିଭାଗର ଏଭଳି କାର୍ଯ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ଚଳିତ ଅଧିବେଶନରେ ବିଧାନସଭା ଗୃହରେ ଉପସ୍ଥାପିତ କରିବା ପାଇଁ ଶ୍ରୀ ପୁରୋହିତ ଦାବି ଜଣାଇଛନ୍ତି।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *