କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ

ବିଜେଡ଼ିରେ ଯୋଗଦେବେ!

ଭବାନୀପାଟଣା,(ଓଟି): କଳାହାଣ୍ଡି ଜିଲ୍ଲାର ପୂର୍ବତନ ଭବାନୀପାଟଣା ବିଧାୟକ ଦୁଷ୍ମନ୍ତ ନାଏକ ବୁଧବାର କଂଗ୍ରେସ ଛାଡ଼ିଛନ୍ତି। ସେ ବିଜୁ ଜନତା ଦଳରେ ଯୋଗଦେବେ। କଂଗ୍ରେସ ଦଳରେ ତାଙ୍କୁ ଅଣଦେଖା କରାଯାଇଥିବାରୁ ସେ କଂଗ୍ରେସ ଛାଡ଼ିଛନ୍ତି ବୋଲି କହିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ, ପୂର୍ବତନ ବିଧାୟକ ଭାରତ ବେମାଳ କଳାହାଣ୍ଡି ଜିଲ୍ଲା ସଭାପତି ହେବା ଠାରୁ ଦଳରେ ତାଙ୍କୁ ଅଧିକ ଅଣଦେଖା କରାଯାଉଥିଲା।

ଛାତ୍ର ନେତାରୁ କ୍ୟାରିୟର ଆରମ୍ଭ କରିଥିବା ଦୁଷ୍ମନ୍ତ ନାଏକ ପରବର୍ତ୍ତୀ ସମୟରେ ଯୁବ ନେତା ଭାବେ ଉଭା ହୋଇଥିଲେ। ୧୯୯୫ରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନରେ ପରାଜିତ ହୋଇଥିଲେ। ସେହିପରି ୨୦୦୦ ଓ ୨୦୧୪ ବିଧାନସଭା ନିର୍ବାଚନରେ ମଧ୍ୟ ଦୁଷ୍ମନ୍ତଙ୍କୁ ପରାଜୟ ମିଳିଥିଲେ ମଧ୍ୟ ୨୦୦୯ରେ ସେ ବିଜୟୀ ହୋଇଥିଲେ।

ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା। ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ସହ ଅପଡ଼ ଯୋଗୁଁ ଦୁଷ୍ମନ୍ତ ବହୁଦିନ ଧରି ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଥିଲେ। ଗତ ବର୍ଷେ ଧରି ସେ ଦଳ ଛାଡ଼ିବେ ବୋଲି କହି ଆସୁଥିଲେ।  କିନ୍ତୁ ଆଜି ସେ ବିଧିବଦ୍ଧ ଭାବେ ଦଳ ଛାଡ଼ିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଉଲ୍ଳେଖ କରିଛନ୍ତି।

କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ପୂର୍ବତନ ଦୁଷ୍ମନ୍ତ କହିଛନ୍ତି। ଆଗାମୀ ଜୁଲାଇ ୧୩ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ବିଜେଡ଼ିର ମିଶ୍ରଣ ପର୍ବରେ ସେ ୩୨ ଜଣ ସରପଞ୍ଚ, ୩୦ ଜଣ ପଞ୍ଚାୟତ ସମିତି ସଦସ୍ୟ ଓ ଶତାଧିକ କର୍ମକର୍ତ୍ତାଙ୍କ ସମର୍ଥନରେ ଯୋଗଦେବେ। ଏଥି ପାଇଁ ଭବାନୀପାଟଣାରୁ ୧୨ଟି ବସ ଓ ୨୦୦ଟି ଛୋଟ ଗାଡ଼ି ଭୁବନେଶ୍ୱର ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଦୁଷ୍ମନ୍ତଙ୍କ ପତ୍ନୀ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମାଟିଆ ପଂଚାୟତରେ ସମିତି ସଦସ୍ୟା ଅଛନ୍ତି। ପୂର୍ବରୁ ସେ ଭବାନୀପାଟଣା ପୌରପାଳିକାରେ ଅଧ୍ୟକ୍ଷା ଥିଲେ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply