BIGtheme.net http://bigtheme.net/ecommerce/opencart OpenCart Templates

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତରବରିଆ ସୂଚନା: ଓଡ଼ିଶାରେ ହୋଇଥିଲା ରସଗୋଲାର ଉତ୍ପତ୍ତି ଜିଆଇ ପଞ୍ଜିକରଣ ପାଇଁ ଆବେଦନ ଖୁବ‍୍‌ଶୀଘ୍ର

ଭୁବନେଶ୍ୱର, (ଓଟି): ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ହିଁ ହୋଇଥିବା ଓଡ଼ିଶା ସରକାର ଆଜି ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ଏନେଇ ସରକାରଙ୍କ ପାଖରେ ୮୦୦ ବର୍ଷର ଇତିହାସ ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ‍୍‌ ବିଜ୍ଞପ୍ତିରେ କୁହାଯାଇଛି। ଏନେଇ ଖୁବ‍୍‌ ଶୀଘ୍ର ଭୌଗୋଳିକ ସୂଚକାଙ୍କ ( ଜିଆଇ) ପଞ୍ଜିକରଣ ପାଇଁ ଆବେଦନ କରାଯିବ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

“ବାଂଲାର‍୍‌ ରସୋଗୁଲ୍ଲା’ ଜିଆଇ ପଞ୍ଜିକରଣ ପାଇଁ ଏକ ପ୍ରକାର ନିଶ୍ଚିତ ହୋଇ ସାରିବା ନେଇ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର‍୍‌ରେ ସୂଚନା ପରେ ଓଡ଼ିଶାରେ ସୃଷ୍ଟି ହୋଇଥିବା ସରକାର ବିରୋଧୀ ଭାବନାକୁ କାବୁ କରିବା ପାଇଁ ସନ୍ଧ୍ୟା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏପରି ଏକ ବିଜ୍ଞପ୍ତି ଜାରି କରହିଛନ୍ତି। କିନ୍ତୁ ଏହି ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ ବା ଅନ୍ୟ କୌଣସି ମନ୍ତ୍ରୀଙ୍କ ପକ୍ଷରୁ ଏହା ଜାରି କରାଯାଇଥିବା ଉଲ୍ଲେଖ ନାହିଁ। ଏପରିକି କେଉଁ ଅଧିକାରୀ ଏହାକୁ ଜାରି କରିଛନ୍ତି ସେ ସମ୍ପର୍କରେ ମଧ୍ୟ କିଛି ଉଲ୍ଲେଖ ନାହିଁ। ତରବରିଆ ଭାବେ ଏହି ବିଜ୍ଞପ୍ତି ଜାରି କରାଯାଇ ଗଣମାଧ୍ୟମର ନକରାତ୍ମକ ପ୍ରକାଶକୁ ରୋକିବା ଏହାର ଉଦ୍ଦେଦେଶ୍ୟ ବୋଲି ଆଲୋଚନା ହେଉଛି।

ଏହି ବିଜ୍ଞପ୍ତିରେ କୁହାଯାଇଛି, ଓଡ଼ିଶାର ଉତ୍ପତ୍ତି ଲାଭ କରିଥିବା ରସଗୋଲା ଦ୍ୱାଦଶ ଶତାବ୍ଦୀରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଧର୍ମୀୟ ରୀତିନୀତି ଅନୁସାରେ ଅର୍ପଣ କରାଯାଉଛି।

“ବାଂଲାର‍୍‌ ରସୋଗୁଲ୍ଲା’କୁ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଦରଖାସ୍ତକୁ ବିଚାରକୁ ନେଇ ଜିଆଇ ଜେଜିଷ୍ଟ୍ରେସନ‍୍‌ ପ୍ରଦାନ କରାଯାଇଥିବା ସମ୍ପର୍କରେ ଖବର ଆମ ଦୃଷ୍ଟିକୁ ଆସିଛି। ଏହି ରେଜିଷ୍ଟ୍ରେସନ‍୍‌ ପଶ୍ଚିମବଙ୍ଗ ରାଜ୍ୟର ପରିସୀମା ମଧ୍ୟରେ ବାଙ୍ଗ୍ଲାର‍୍‌ ରସୋଗୁଲ୍ଲା ପାଇଁ ଉଦ୍ଦିଷ୍ଟ। ୮ଶହ ବର୍ଷ ତଳୁ ଓଡ଼ିଶାରେ ପ୍ରସ୍ତୁତ ହୋଇ ଆସୁଥିବା ଓଡ଼ିଶାର ରସଗୋଲା ପାଇଁ ଜିଆଇ ରେଜିଷ୍ଟ୍ରେସନ‍୍‌ ମାନ୍ୟତା ହାସଲ କରିବା ନିମନ୍ତେ ଓଡ଼ିଶା ସରକାର ତଥ୍ୟ ସମ୍ୱଳିତ ଦାବି ଦାଖଲ କରିବାକୁ ଯାଉଛନ୍ତି।

About admin

Check Also

ଦାମଙ୍କ ନୀରବତା: ସମସ୍ତେ ଚିନ୍ତାରେ

ଭୁବନେଶ୍ୱର,(ଓଟି): ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଡ଼ା. ଦାମୋଦର ରାଉତ ମନ୍ତ୍ରୀ ପଦ ସମେତ ଦଳୀୟ ପଦ ପଦବୀରୁ ...

Leave a Reply