କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ସୁଲୁଙ୍କୁ ପଦ୍ମାବତୀଙ୍କ ବରଦାନ

ଦିପ୍ତିମୟୀ ମହାପାତ୍ର

ସୁରେଶ ତ୍ରିବେଣୀଙ୍କ ନିର୍ଦ୍ଦେଶିତ ଓ ବଙ୍ଗୀୟ ସୁନ୍ଦରୀ ବିଦ୍ୟା ବାଲାନ‌୍‍ଙ୍କ ଅଭିନୀତ ‘ତୁମ‌୍‍ହାରି ସୁଲୁ’ ବକ୍ସ ଅଫିସ‌୍‍ରେ ଦମ‌୍‍ଦାର‌୍‍ ବ୍ୟବସାୟ କରିଚାଲିଛି। ଏହି ସଫଳତା ପଦ୍ମାବତୀଙ୍କ ଠାରୁ ସୁଲୁଙ୍କୁ ବରଦାନ ଭାବେ ମିଳିଛି ବୋଲି ଚର୍ଚ୍ଚା ଜୋର‌୍‍ ଧରିଛି। କଥା ହେଉଛି ‘ତୁମ‌୍‍ହାରି ସୁଲୁ’ ପରେ ବଂଶାଲିଙ୍କ  ନିର୍ଦ୍ଦେଶିତ ବିବାଦୀୟ ଫିଲ୍ମ ‘ପଦ୍ମାବତୀ’ ମୁକ୍ତିଲାଭ ଅପେକ୍ଷାରେ ରହିଥିଲା।

କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ଫିଲ୍ମ ବିବାଦ ଘେର ମଧ୍ୟରୁ ବାହାରି ପାରି ନଥିବାରୁ ତାହାର ଲାଭ ଉଠାଇଛନ୍ତି ସୁଲୁ। ବିଦ୍ୟାଙ୍କ ଫିଲ୍ମ ଲଗାତାର ଭାବେ ୩ ସପ୍ତାହ ପ୍ରଦର୍ଶିତ ହୋଇଆସୁଛି ଏବଂ ଗତ ରବିବାର ଦିନ ଏହାର ବକ୍ସ ଅଫିସ‌୍‍ କଲେକ୍ସନ‌୍‍ ୧କୋଟି ୪୦ ଲକ୍ଷ ଥିଲା। ଇତିମଧ୍ୟରେ କମେଡି କିଙ୍ଗ‌୍‍ କପିଲ‌୍‍ଙ୍କ ଅଭିନୀତ ‘ଫିରଙ୍ଗୀ’ ଓ ସନ୍ନିଙ୍କ ‘ତେରା ଇନ୍ତଜାର‌୍‍’ ମୁକ୍ତିଲାଭ କରି ସାରିଥିଲେ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିପାରିନାହିଁ। ପ୍ରଥମ ସପ୍ତାହରେ ୧ କୋଟି ୭୮ ଲକ୍ଷ ଓ ଦ୍ୱିତୀୟ ସପ୍ତାହରେ ୯କୋଟି ୪୯ ଲକ୍ଷ ବ୍ୟବସାୟ କରିଥିବା ‘ତୁମ‌୍‍ହାରି ସୁଲୁ’ର କାହାଣୀ ଜଣେ ଗୃହିଣୀ ରେଡିଓ ଜକି ହେବାର ସଫଳତାର କାହାଣୀକୁ ଦର୍ଶାଇଛି।

ଏହି ଅଫ‌୍‍ବିଟ‌୍‍ ଫିଲ୍ମକୁ ଦର୍ଶକ ଖୁବ‌୍‍ ପସନ୍ଦ କରିଛନ୍ତି ଏବଂ ଏହାର ବକ୍ସ ଅଫିସ‌୍‍ ବ୍ୟବସାୟ ଆହୁରି ବଢିବ ବୋଲି ସିନେମା ଜଗତର ଆଗଧାଡିର ପଣ୍ଡିତମାନେ ସ୍ପଷ୍ଟ କରିଛନ୍ତି, ଯାହାକି ବିଦ୍ୟା ଓରଫ‌୍‍ ସୁଲୁ ଏବଂ ତାଙ୍କର ପ୍ରଶଂସକଙ୍କ ପାଇଁ ଖୁସି ଆଣିଦେଇଛି।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :