‘ଟ୍ୱିଟର‌୍‍ ଟପ‌୍‍ ୭’ର ମହାନାୟକ ବିଗ‌୍‍ ବି

ଦିପ୍ତିମୟୀ ମହାପାତ୍ର

ବିଗ‌୍‍ ବିଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର। ରୁପେଲି ପରଦାର ମହାନାୟକ ବିଗ‌୍‍ ବି ସୋସିଆଲ‌୍‍ ମିଡିଆ ‘ଟ୍ୱିଟର‌୍‍’ ଜଗତରେ ମଧ୍ୟ ମହାନାୟକର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ‘ଟ୍ୱିଟର‌୍‍’ରେ ସବୁଠାରୁ ଅଧିକ ଫଲୋର୍ସ ଥିବା ବ୍ୟକ୍ତିଙ୍କର ଏକ ତାଲିକା ପ୍ରକାଶ ପାଇଥିଲା।

ଟ୍ୱିଟର‌୍‍ ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସବୁଠାରୁ ଅଧିକ ଫଲୋର୍ସ ଥିଲେ ମଧ୍ୟ ବଲିଉଡ‌୍‍ ତାରକାଙ୍କ ମଧ୍ୟରୁ ବିଗ‌୍‍ ବି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଫଲୋର୍ସ ସଂଖା ହେଉଛି ୩.୧୫ କୋଟି। ସବୁବେଳେ ସୋସିଆଲ‌୍‍ ମିଡିଆରେ ସକ୍ରିୟ ରହି ମାୟା ନଗରୀର ସେହନ‌୍‍ଶାହା ବିଗ‌୍‍ ବି ନିଜର ପରିଣତ ବୟସରେ ମଧ୍ୟ ବଲିଉଡ‌୍‍ର ଅନ୍ୟ ସୁପର‌୍‍ଡୁପର‌୍‍ ହିରୋଙ୍କୁ ପଛରେ ପକାଇଛନ୍ତି, ଯାହାକି ସିନେପ୍ରେମୀଙ୍କ ପାଇଁ ଆଣିଦେଇଛି ଅପାର ଆନନ୍ଦ।

ସେହନ‌୍‍ଶାହଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବାଦ‌୍‍ଶାହ ଶାହରୁଖ‌୍‍। ତାଙ୍କର ୩.୦୯ କୋଟି ଫଲୋର୍ସ ଅଛନ୍ତି। ୨. ୮୫କୋଟି ଫଲୋର୍ସଙ୍କ ସହ ଦବଙ୍ଗ ହିରୋ ସଲ‌୍‍ମାନ‌୍‍ ତୃତୀୟ ସ୍ଥାନରେ ରହିଥିବାବେଳେ ଖିଲାଡି କୁମାର ଚତୁର୍ଥସ୍ଥାନରେ ଅକ୍ତିଆର‌୍‍ କରିଛନ୍ତି। ଅକିଙ୍କ ଫଲୋର୍ସ ସଂଖ୍ୟା ହେଉଛି ୨.୨୮କୋଟି। ପଞ୍ଚମ ସ୍ଥାନରେ ଅଛନ୍ତି ଦଙ୍ଗଲ ଫେମ‌୍‍ ଅମୀର‌୍‍। ତାଙ୍କର ୨.୨୪କୋଟି ଫଲୋର୍ସ ଅଛନ୍ତି। ବଲିଉଡ‌୍‍ ପଦ୍ମାବତୀ ଦୀପିକା ୨.୨୧କୋଟି ଫଲୋର୍ସ ସହିତ ଷଷ୍ଠ ଓ ହ୍ରିତିକ‌୍‍ ରୌସନ‌୍‍ ୨,୦୯କୋଟି ଫଲୋର୍ସ ସହିତ ୭ମ ତଥା ତାଲିକାର ଶେଷ ସ୍ଥାନରେ ଅଛନ୍ତି।

About admin

Check Also

ସାଓନିର ନୁଆ ଲାପଟପ୍

ଭୁବନେଶ୍ୱର, (ହିମାଂଶୁ ଭୂଷଣ ପଣ୍ଡା): ସାଓନି କେବଳ ଏମ୍ଆଇର ସ୍ମାର୍ଟଫୋନ୍ ତିଆରି କରିବା ପାଇଁ ଜଣାଶୁଣା କମ୍ପାନୀ ହୋଇନାହିଁ । …

Leave a Reply