କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ପୁଣି ପରଦାକୁ ଆସିବ ମାଧୁରି-ଅନିଲଙ୍କ ଯୋଡି

ମୁମ୍ୱାଇ: ୧୭ ବର୍ଷ ପରେ ପୁଣି ଏକାଠି ପରଦାକୁ ଆସିବ ଅନିଲ କପୁର ଓ ମାଧୁରୀ ଦୀକ୍ଷିତଙ୍କ ହିଟ‌୍‍ ଯୋଡି। ଏହି ଯୋଡି ଇନ୍ଦର କୁମାରଙ୍କ ଧମାଲର ପରବତୀର୍ ସିକ୍ୱେନ୍ସ ଟୋଟଲ ଧମାଲରେ ଅଭିନୟ କରିବେ। ୨୦୧୮ ଦୀପାବଳୀ ଅବସରରେ ଏହି ଫିଲ୍ମ ରିଲିଜ‌୍‍ ହେବ। ଏହି ଫିଲ୍ମର ସ୍କ୍ରିପ୍ଟ ପ୍ରଥମେ ମାଧୁରୀ ପଢିବା ପରେ ଅଭିନୟ ପାଇଁ ହଁ ଭରିଥିଲେ। ଏଥିରେ ରୋମାନ୍ସ ସିନ‌୍‍ ଅଧିକ ନଥିବା ବେଳେ ଏହା ଏକ କମେଡି ଫିଲ୍ମ। ତେଣୁ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଇନ୍ଦର କୁମାର। ୯୦ ଦଶକରେ ଏହି ଯୋଡି ରୂପେଲି ପରଦାରେ ଧୂମ ମଚାଇଥିଲା। ମାଧୁରୀ ଓ ଅନିଲ କପୁର ଅଭିନିତ ଫିଲ୍ମ ତେଜାବ, ରାମ ଲଖନ, ବେଟା, ପୁକାର, ଜମାଇ ରାଜା, କିସାନ କହ୍ନେୟା, ଜିନ୍ଦେଗୀ ଏକ ଜୁଆ ବେଶ‌୍‍ ଲୋକପ୍ରିୟ ହୋଇଥିଲା।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :