BIGtheme.net http://bigtheme.net/ecommerce/opencart OpenCart Templates

ବଜେଟ୍‍ର ପ୍ରଭାବ

ବଜେଟ୍‍ର ପ୍ରଭାବ

ରେଳ ବଜେଟରେ ଓଡ଼ିଶା ପାଇଁ ୫୨୫୨ କୋଟି ଟଙ୍କାର ବ୍ୟବସ୍ଥା

ଓଡ଼ିିଶା ଦାବି କରିଥିଲା ୬୫୦୦ କୋଟି ଗତବର୍ଷ ତୁଳନାରେ ମାତ୍ର ୧୫୦ କୋଟି ଅଧିକ ନୂଆଦିଲ୍ଲୀ : ୨୦୧୮-୧୯ ବଜେଟରେ ରେଳବାଇ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୧ ଲକ୍ଷ ୪୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରଛନ୍ତି। ତେବେ ଆଜି ସଂସଦରେ ରେଳବାଇ ପାଇଁ ୨୦୧୮-୧୯ ବଜେଟ୍‌ରେ ପ୍ରସ୍ତାବିତ ଅର୍ଥ କିପରି ବିନିଯୋଗ ହେବ , ସେ ସମ୍ପର୍କରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ପ୍ରସ୍ତାବ ରଖିଛନ୍ତି। ଏଥରେ ଓଡ଼ିଶାକୁ ...

Read More »

ବଜେଟ‌୍‍କୁ ଭତ୍ତିକରି କିଛି କମେଡ଼ି କମେଣ୍ଟ, ଭିଡିଓ ଓ ଫଟୋଗ୍ରାଫ‌୍‍

ଫେବୃୟାରୀ ୧ ତାରିଖରେ ଅରୁଣ ଜେଟ‌୍‍ଲି ୨୦୧୮-୧୯ର ସାଧାରଣ ବଜେଟ‌୍‍ ଉପସ୍ଥାପନ କରିଥିଲେ। ଏଥିରେ କୃଷିକୁ ଅଧିକ ପ୍ରାଧାନ୍ୟ ମିଳିଥିବାବେଳେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କୌଣସି ବିଶେଷ ଦୃଷ୍ଟି ଦିଆଯାଇନାହିଁ ବୋଲି ଅନେକଂଶରେ ଚର୍ଚ୍ଚା ହେଉଛି। ଆଉ କେତେଜଣ ଏଥିରେ ମିଶ୍ରିତ ପ୍ରତିକ୍ରିୟା ଦେଖାଇଛନ୍ତି। କିନ୍ତୁ ଯୁବପିଢ଼ିଙ୍କ କ୍ଷେତ୍ରରେ ଏକ ନିଆରା ଢ଼ଙ୍ଗରେ ଏହି ବଜେଟ‌୍‍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଭିନ୍ନ ସୋସିଆଲ‌୍‍ ସାଇଟ‌୍‍ରେ ଚଳିତବର୍ଷର ବଜେଟ‌୍‍କୁ ‘ପକୋଡ଼ା ବେଜଟ‌୍‍’ ...

Read More »

୧ଲକ୍ଷ କୋଟି ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ: ସରକାର ପାଣ୍ଠି ଯୋଗାଡ଼ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସୁଧାର ଆଣିବା ଲାଗି ପ୍ରୟାସ ଆରମ୍ଭ କରିଦେଇଛନ୍ତି । ୨୦୧୮-୧୯ର ସାଧାରଣ ବଜେଟ ଉପସ୍ଥାପନ କରି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲୀ ଆଜି ସଂସଦରେ କହିଛନ୍ତି ଯେ ୨୪ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗରେ ନୀତିଗତ ପୁଞ୍ଜି ପ୍ରତ୍ୟାହାର  ପ୍ରକ୍ରିୟା ଆରମ୍ଭ କରାଯାଇଛି, ଯେଉଁଥିରେ ଏଆର ଇଣ୍ଡିଆର ନୀତିଗତ ଘରୋଇକରଣ ରହିଛି । ପାଣ୍ଠି ଯୋଗାଡ଼ କରିବା ...

Read More »

ବିକଶିତ ହେବ ପ୍ରତିରକ୍ଷା ଉଦ୍ୟୋଗିକ ଉତ୍ପାଦନ କରିଡର

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ବଜେଟ ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତ ବୋଲି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲୀ ଆଜି ସଂସଦରେ ସାଧାରଣ ବଜେଟ ୨୦୧୮-୧୯ ଉପସ୍ଥାପନ କରି କହିଛନ୍ତି । ସେ କହିଥିଲେ ଯେ ଗତ ସାଢ଼େ ତିନି ବର୍ଷରେ ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ଏବଂ କାର୍ଯ୍ୟକ୍ଷମତାରେ ବୃଦ୍ଧି ପ୍ରତି ସରକାର ଗୁରୁତ୍ବ ଦେଇଆସିଛନ୍ତି । ଦେଶର ସୀମାରେ ସମ୍ମୁଖୀନ ହେଉଥିବା ଆହ୍ବାନର ...

Read More »

ଗ୍ରାମାଞ୍ଚଳ ମୌଳିକ ଭିତିଭୂମିରେ ୧୪.୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ

ନୂଆଦିଲ୍ଲୀ:  ୨୦୧୮-୧୯ସାଧାରଣ ବଜେଟରେ ଗ୍ରାମାଞ୍ଚଳରେ ଜୀବିକା ସମ୍ବଳ, କୃଷି ଓ ତତସମ୍ବନ୍ଧୀୟ କାର୍ଯ୍ୟକଳାପ ଏବଂ ଗ୍ରାମାଞ୍ଚଳ ମୌଳିକ ଭିତିଭୂମି ସୁବିଧାର ନିର୍ମାଣ ଉପରେ ସରକାର ଆହୁରି ଅଧିକ ଅର୍ଥ ବ୍ୟୟ କରିବେ । ଯାହାଦ୍ବାରା ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଜୀବିକାନିର୍ବାହ ସୁଯୋଗ ଉପଲବ୍ଧ ହୋଇପାରିବ । ୨୦୧୮-୧୯ରେ ଗ୍ରାମାଞ୍ଚଳ କ୍ଷେତ୍ରରେ ଜୀବିକା ଏବଂ ମୌଳିକ ଭିତିଭୂମି ସୁଯୋଗ ସୃଷ୍ଟି ଲାଗି ମନ୍ତ୍ରଣାଳୟଗୁଡ଼ିକ ଦ୍ବାରା ୧୪.୩୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ...

Read More »

ଜିଡିପିର ୩.୩ % ରାଜସ୍ୱ ନିଅଣ୍ଟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରି ଆଜି କହିଛନ୍ତି ଯେ ସରକାର କୃଷି, ସାମାଜିକ କ୍ଷେତ୍ର, ଡିଜିଟାଲ ପଇଠ, ଭିତିଭୂମି ତଥା ନିଯୁକ୍ତି ସୁଯୋଗ ସୃଷ୍ଟିରେ ନିବେଶକୁ ପ୍ରୋତ୍ସାହନ ଦେବା ସହିତ ଆର୍ଥିକ ସମାନତାର ମାର୍ଗ ପ୍ରଶସ୍ତ କରିବା ଲାଗି ନିଜର ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶିତ କରୁଛନ୍ତି । ଜେଟଲୀ କହିଥିଲେ ଯେ ସଂଶୋଧିତ ଆକଳନ (୨୦୧୭-୧୮) ତୁଳନାରେ ବ୍ୟୟରେ ୨,୨୪,୪୬୩ ...

Read More »

କାମ ଦେଉନି ମୋଦି ମନ୍ତ୍ର: ନୂଆ ଭୋଟବ୍ୟାଙ୍କ ଉପରେ ନଜର

ଭୁବନେଶ୍ୱର,(ଓଟି): ୨୦୧୪ ସାଧାରଣ ନିର୍ବାଚନ ପରେ ୨୦୧୯ରେ ଯେଉଁ ସଫଳତା ପାଇବାକୁ ବିଜେପି ଆଶା ରଖିଥିଲା ସେ ଆଶା ପୂରଣ ହେଲାଭଳି ଲାଗୁନି । ଏକଥା ଦଳର ଶୀର୍ଷନେତୃତ୍ୱ ବୁଝିସାରିଲେଣି । ଗୁଜୁରାଟ ମଡେଲ ଓ ହିନ୍ଦୁତ୍ୱ ଏଜେଣ୍ଡା ଆଉ କାମ ଦେଉନି । ଆଜି ପ୍ରକାଶ ପାଇଥିବା ୩ଟି ଲୋକସଭା ଓ ୨ଟି ବିଧାନସଭା ଉପ-ନିର୍ବାଚନ ଫଳାଫଳରୁ ତାହା ପ୍ରମାଣିତ ହୋଇଛି । ଯେଉଁଥିପାଇଁ ଏଥର ବଜେଟରେ ବିଜେପି ନୂଆ ...

Read More »

ଜୈବିକ କୃଷି ବିଶେଷଜ୍ଞ ନଟବର ଷଡ଼ଙ୍ଗୀଙ୍କ ମତ: ଚାଷୀଙ୍କୁ ଭଣ୍ଡଇବା ଲାଗି ବଜେଟ୍‍- ୨୦୧୮

ଏବର୍ଷର ବଜେଟ୍‍ ଚାଷୀମାନଙ୍କ ପାଇଁ ମହାକାଳ ଫଳ ସଦୃଶ । ଅର୍ଥାତ୍‍ ଦେଖିବାକୁ ଚକଚକିଆ, ଭିତର ଫମ୍ପା । ଦୀର୍ଘଦିନ ହେଲା ସମସ୍ତେ ଆଶା କରିଥିଲେଚୃଷି ଋଣ ଛାଡ଼ ହେବ, ତାହା ହେଲା ନାହିଁ । ସାର, ବିହନ ଉପରେ ରିହାତି ନାହିଁ । ଏମ୍‍ଏସ୍‍ପି ବଢ଼ାଇବାକୁ ଯେଉଁ ଘୋଷଣା କରାଯାଇଛି ସେଥିରେ ଚାଲାକି କରାଯାଇଛି । କେବଳ ଖରିଫରେ ଦେଢ଼ଗୁଣଏମ୍‍ଏସ୍‍ପି ଦିଆଯିବ ବୋଲି ଘୋଷଣା କରାଯାଇଛି । ଖରିଫ ...

Read More »

ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଚିତ୍ତରଞ୍ଜନ ବେହେରାଙ୍କ ମତ: ଏଥର କୃଷି ଏବଂ ଗ୍ରାମାଞ୍ଚଳ ଅଭିମୁଖୀ ବଜେଟ ହୋଇଛି

ସବୁ ବର୍ଗର ଲୋକଙ୍କ ପାଇଁ କିଛି କିଛି ବ୍ୟବସ୍ଥା ରହିଛି । ଯେଉଁ ଯୋଜନା କରାଯାଇଛି- ୧୦ କୋଟି ପରିବାର ପାଇଁ ୫ ଲକ୍ଷ ଯାଏ ସ୍ୱାସ୍ଥ୍ୟବୀମା ଏକ ଭଲ ଯୋଜନା । କିନ୍ତୁ ଯେମିତି ଦୁର୍ନୀତି ନହୁଏ ସେଥିପ୍ରତି ଧ୍ୟାନଦେବାକୁ ହେବ । କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପାଇଁ ଶିଳ୍ପ ପୁଞ୍ଜ ଗଢ଼ି ଉଠିବ । ୪୨ଟି ପାଇଁ ଯୋଜନା ରହିଛି । ଏହା ହେଲେ କୃଷିଜାତ ଦ୍ରବ୍ୟର ...

Read More »

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ମତ: ବଜେଟ୍‍ରେ ହୋଇଛି ମଧ୍ୟବିତ୍ତ ଓ ନିମ୍ନ ଶ୍ରେଣୀକୁ ଅଣଦେଖା

କେନ୍ଦ୍ରୀୟ ବଜେଟ୍‍ ଅନେକ ସୁନ୍ଦର ଏବଂ ସ୍ୱାସ୍ଥ୍ୟ ରକ୍ଷାକାରୀ, ଶବ୍ଦ ବହୁଳ ବଜଟ୍‍ ଭାବେ ଆମ ସାମ୍ନାକୁ ଆସିଛି । ଏହି ବଜେଟ୍‍ରେ ବିଶେଷଭାବେ ମଧ୍ୟବିତ୍ତ ଓ ନିମ୍ନ ପରିବାରର ଲୋକ ଯାହା ଆଶା କରୁଥିଲେ ତାହା ପ୍ରତିଫଳିତ ହୋଇ ନାହିଁ । ମଧ୍ୟବିତ୍ତ ଶ୍ରେଣୀ ଆଶା କରୁଥିଲେ ଇନ୍‍କମ୍‍ ଟ୍ୟାକ୍ସ ରିହାତି, ତାହା ହୋଇ ନାହିିଁ । ସେହିପରି ନିମ୍ନ ରୋଜଗାରୀ ବର୍ଗର ଲୋକେ ଆଶା କରୁଥିଲେ ଭତ୍ତା ...

Read More »

ଟ୍ୟାକ୍ସ ବିଶେଷଜ୍ଞ ନିରଞ୍ଜନ ମିଶ୍ରଙ୍କ ବିଶ୍ଳେଷଣ: ଏବଷ; ବଜେଟ୍‍ରେ କିଛି ନୂଆ ନାହିଁ, ପୁରୁଣା ପାଠର ଆଲୋଚନା ହୋଇଛି

ଚଳିତବର୍ଷ ବଜେଟ୍‍ରେ କିଛି ନୂଆ ଜିନିଷ ଥିବା ଭଳି ମନେ ହେଉନାହିିଁ । ଯେତେସବୁ ଯୋଜନା ପୂର୍ବରୁ ହୋଇଛି ସେସବୁକୁ ଆଗକୁ ନେବା ପାଇଁ ହିିଁ ଉଦ୍ଦିଷ୍ଟ । କୃଷି କ୍ଷେତ୍ର ହେଉ ବା ଭିତ୍ତିଭୂମି କ୍ଷେତ୍ର ସେଗୁଡ଼ିକ ପାଇଁ ଧ୍ୟାନ ଦିଆଯିବ ବୋଲି ଆଗରୁ ଜଣାଥିଲା । ଅପରପକ୍ଷେ ପ୍ରତ୍ୟକ୍ଷ କର ବ୍ୟବସ୍ଥାରେ ଅପରିବର୍ତ୍ତିତ ରହିବା ମଧ୍ୟ ସରକାରଙ୍କ ବାଧ୍ୟବାଧକତା ଥିଲା । କାରଣ ସରକାର ଟିକସ ବ୍ୟବସ୍ଥାରେ ...

Read More »

ବଜେଟ୍‍- ୨୦୧୮ ପ୍ରତିକ୍ରିୟା: ଶସ୍ତା ଲୋକପ୍ରିୟତା ନୁହେଁ- ନଟବର ଖୁଣ୍ଟିଆ, ସ୍ତମ୍ଭକାର

ପ୍ରସ୍ତାବିତ ବଜେଟ୍‍କୁ ୧୦୦ରୁ ୮୦ ନମ୍ବର ଦେଉଛି । ପୁଞ୍ଜିବାଦ ଓ ସାମାଜବାଦର ଏହା ଏକ ଉଚିତ୍‍ ସମନ୍ୱୟ ବୋଲି ଅଭିହିତ କରାଯାଇପାରେ । ଆଗକୁ ନିର୍ବାଚନ ବର୍ଷ ଥିବାରୁ ସରକାର ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ସବ୍‍ସିଡି, ଋଣ ଛାଡ଼ ପ୍ରଭୃତି ଘୋଷଣା କରିବେ ବୋଲି ଯେଉଁ ଆଶଙ୍କା ଥିଲା ତାହା ହୋଇ ନାହିିଁ । ଯାହା ବି ଅର୍ଥମନ୍ତ୍ରୀ କହିଛନ୍ତି ତାହା ଦେଶର ଅର୍ଥନୀତିକ ସ୍ୱାସ୍ଥ୍ୟକୁ ...

Read More »

ଚଳିତ ବର୍ଷ ୧୫ ବିଧାନସଭା ସହିତ ଲୋକସଭା ନିର୍ବାଚନ ଆଗୁଆ ହେବ!

ଭୁବନେଶ୍ୱର,(ଓଟି): ଏକା ସହିତ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତାମତ ପରେ ଦୁଇ ଦିନ ତଳେ ସଂସଦର ବଜେଟ ଅଧିବେଶନର ଅଭିଭାଷଣରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଦୋହରାଇଥିଲେ। ଆଜି କେନ୍ଦ୍ରୀୟ ବଜେଟରେ ଯେପରି ଜନହିତକାରୀ ଯୋଜନାରେ ନିଜର ଭଣ୍ଡାର ଖୋଲା ଯାଇଛି ଏଥିରୁ ଲାଗୁଛି ସରକାର ସମୟ ପୁର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସଙ୍ଗେ ଚଳିତ ବର୍ଷ ଶେଷ ...

Read More »

ବଜେଟରେ ଶିକ୍ଷା ଓ ରୋଜଗାର ଉପରେ ଗୁରତ୍ୱ

ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବଜେଟରେ ଶିକ୍ଷା ଓ ରୋଜଗାର ଉପରେ ମଧ୍ୟ ଗୁରତ୍ୱ ଦେଇଛନ୍ତି । ପିଲାଙ୍କୁ କେବଳ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚାଇବା ଯଥେଷ୍ଟ ନୁହେଁ, ବରଂ ଶିକ୍ଷାର ମାନ ଓ ରୋଜଗାର ଯୋଗାଇଥିବା ଶିକ୍ଷା ଦେବା ଆବଶ୍ୟକ ବୋଲି ଜେଟଲି କହିଛନ୍ତି। ସାଧାରଣ ବଜେଟରେ ଅଭିଭାଷଣ ଦେବା ସମୟରେ ଜେଟଲି କହିଛନ୍ତି ଶିକ୍ଷାର ମାନ ଏବେ ଚିନ୍ତାର ବିଷୟ ପାଲିଟିଛି ।  ପ୍ରି ନର୍ସରୀରୁ ଦ୍ୱାଦଶ ପର୍ୟ୍ୟନ୍ତ ଶିକ୍ଷା ...

Read More »

୨ ଟଙ୍କା ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍

ବଜେଟରେ ଖୁସି ଖବର ଆସିଲା। ଲଗାତାର ବଢୁଥିବା ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ରୋକ୍‌ ଲାଗିଲା।  ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ନେଇ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।  ଫଳରେ ତେଲ ଦରରେ ପରିବର୍ତ୍ତନ ଆସିଛି।  ପେଟ୍ରୋଲ ଲିଟର ପ୍ରତି  ୨ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୨ ଟଙ୍କା ହ୍ରାସ ହୋଇଛି। ପୂର୍ବରୁ ଅଣ ବ୍ରାଣ୍ଡେଡ ପେଟ୍ରୋଲ ଲିଟର ...

Read More »

ବଜେଟରେ ଶସ୍ତା-ମହଙ୍ଗା

ନୂଆଦିଲ୍ଲୀ:  ମୋବାଇଲ୍ ଓ ଟେଲିଭିଜନ ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରି ଦେଇଛନ୍ତି। ଖୁବ୍‌ଶୀଘ୍ର ମୋବାଇଲ୍ ଓ ଟେଲିଭିଜନର ଦାମ୍ ବଢ଼ିପାରେ। ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କଲା ବେଳେ ଏହି ସୂଚନା ଦେଇଛନ୍ତି। ମୋବାଇଲ୍ ଉପରେ ସୀମା ଶୁଳ୍କ ୧୫ ପ୍ରତିଶତରୁ ୨୦ ପ୍ରତିଶକୁ ବଢ଼ାଇ ଦିଆଯାଇଛି। ତେଣୁ ଏହାର ଦାମ୍ ବଢ଼ିବ। ଟିଭିର ଦାମ୍ ପ୍ରାୟ ୫% ...

Read More »

୨୦୧୮ ବଜେଟ୍: ସେୟାର ବଜାରାରେ ହାହାକାର

ସେନ୍ସେକ୍ସ ୪୫୦ଅଙ୍କ ତଳକୁ ଖସିଲା ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ବଜେଟ ଭାଷଣରେ ସେୟାର ବଜାରରେ ହାହାକର ପଡ଼ିଛି । ସେନ୍ସେକ୍ସ ୪୫୦ଅଙ୍କ ତଳକୁ ଖସିଛି । ଲଙ୍ଗ ଟର୍ମ କ୍ୟାପିଟାଲ ଟ୍ୟାକ୍ସ ଗେନ୍ ଉପରେ ଟ୍ୟାକ୍ସ ଲାଗୁ ଘୋଷଣା ପରେ ସେନ୍ସେକ୍ସ ତାର ଉଚ୍ଚତମ ସ୍ତରରୁ ତଳକୁ ଖସି ଯାଇଛି । ନିଫ୍ଟି ମଧ୍ୟ ୧୦୦ ଅଙ୍କ ତଳକୁ ଖସିଛି । ନିଫ୍ଟିର ୧୧ଟି ଇଣ୍ଡେକ୍ସରୁ ୯ଟି ଇଣ୍ଡେକ୍ସ ...

Read More »