କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ରାଜନୀତି

ଓଡ଼ିଶା ଏବଂ ଆଖପାଖର ରାଜନୀତିକ ଚର୍ଚ୍ଚା ସମ୍ୱନ୍ଧରେ ଆଧାରିତ ରିପୋର୍ଟ ଓ ସମୀକରଣ ।

ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସୁଶାନ୍ତଙ୍କ ପ୍ରମାଣ କୁଆଡେ ଗଲା ?

ଭୁବନେଶ୍ୱର,(ଓଟି):  ବରଗଡ ଜିଲ୍ଲାର ଚାଷୀ ବୃନ୍ଦା ସାହୁର ଆତ୍ମହତ୍ୟା ରିପୋର୍ଟକୁ ନେଇ ସରକାର ହରଡଘଣାରେ ପଡିଥିବାବେଳେ ମୃତ୍ୟୁ ସଂକ୍ରାନ୍ତରେ ଠୋସ‍୍‌ ପ୍ରମାଣ ପାଇଥିବା ରାଜ୍ୟ ଶ୍ରମ ଓ ଇଏସ‍୍‌ଆଇ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ଦେଖା ଦେଉନାହାନ୍ତି। ବୃନ୍ଦାଙ୍କ ମୃତ୍ୟୁ ପଛରେ ବିଜେପି କର୍ମୀଙ୍କ ହାତ ଅଛି ଓ ଏ ସଂକ୍ରାନ୍ତରେ ତାଙ୍କ ନିକଟରେ ଭିଡିଓ ରହିଛି ବୋଲି ଗଣମାଧ୍ୟମରେ ବାରମ୍ୱାର କହୁଥିବା ମନ୍ତ୍ରୀ ଆଉ ଏ ନେଇ ମୁହଁ ...

Read More »

ଚାଷୀ ଆତ୍ମହତ୍ୟା ସମାଲୋଚନାରୁ ବଞ୍ଚିବା ପାଇଁ ବିଜେଡିର ଆଗୁଆ ଯୋଜନା!

ଭୁବନେଶ୍ୱର,(ଓଟି): ବରଗଡ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣାରେ ଶାସକ ବିଜେଡିକୁ ବିଧାନସଭାରେ ଘେରିବା ଲାଗି ବିଜେପି ପ୍ରସ୍ତୁତି ଚଳାଇଛି। ବିଧାନସଭାର ଆଗାମୀ ଅଧିବେଶନ କାଳରେ ଏଥିରୁ ବଞ୍ଚିବା ପାଇଁ ଧାନର ସହାୟକ ମୂଲ୍ୟ ବୃଦ୍ଧି ଆଳରେ ବିଜେଡି ବିଧାନ ସଭା ଅଚଳ ଲାଗି ଯୋଜନା ଆରମ୍ଭ କରିଦେଇଛି। ବିଧାନ ସଭା ଅଧବବେଶନ ବସିବାକୁ ଆଉ ମାତ୍ର ୧୦ ଦିନ ସମୟ ଥିବାବେଳେ ଏହି ଦାବିରେ ...

Read More »

ବିଜେଡିକୁ ମାଡି ଆସୁଛି ‘ପ୍ରୀତି’ ବିପଦ

ଭୁବନେଶ୍ୱର,(ଓଟି): ନଭେମ୍ୱର ପହିଲା ପର୍ଯ୍ୟନ୍ତ ଏକ ଅଜଣା ନାମ ଥିଲା ପ୍ରୀତି ସାହୁ। ପ୍ରୀତି ହେଉଛନ୍ତି ଆତ୍ମହତ୍ୟା କରିଥିବା ବରଗଡ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁଙ୍କ ସାନ ଝିଅ। ଏହା ପରେ ପ୍ରୀତି ସାହୁଙ୍କ ନାମ ଏବେ ଓଡିଶାର ଚାଷୀଙ୍କ ଘରେ ଏକ ଜଣାଶୁଣା ନାଁ। କାରଣ ସେ ତାଙ୍କ ବାପାଙ୍କ ଆତ୍ମହତ୍ୟା ମାମଲାରେ ସରକାର ତଥା ଶାସକ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି। ବାପାଙ୍କ ...

Read More »

‘ଚାଷୀର ମୃତ୍ୟୁ ଆତ୍ମହତ୍ୟା କି?’

  ଡା. ଦାମୋଦର ରାଉତ ପିଲାଦିନେ ଶୁଣିଥିଲି ଚାଷ ଆମର ବୃତ୍ତି ଏବଂ ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି । ପାଠ ପଢିକି ଏକଥା ମଧ୍ୟ ବହିରୁ ଜାଣିଲି । ବୟସ୍କ ଲୋକମାନଙ୍କଠାରୁ ଆମର ବୃତ୍ତି କେବେ ଆରମ୍ଭ ହେଲା, କେମିତି ଆରମ୍ଭ ହେଲା ତାକୁ ଆମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଏବଂ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ କେମିତି ଯୋଡ଼ି ବାର ମାସରେ ତେର ପର୍ବ ହେଲା ...

Read More »

କୃଷି ବିକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ମାଗିଲେ ସହାୟତା

ଭୁବନେଶ୍ୱର,(ଓଟି): ଚୋର ଗଲା ପରେ ବୁଦ୍ଧି ଉଦୟ ହେଲା ପରି ଚାଷୀ ଆତ୍ମହତ୍ୟା ପରେ ବହୁ ବିଳମ୍ବରେ  ରାଜ୍ୟ ସରକାରଙ୍କ ବୁଦ୍ଧି ଉଦୟ ହୋଇଛି। ଆଗାମୀ ଦିନରେ ଯେପରି ଚକଡ଼ା ପୋକର ପ୍ରାଦୁର୍ଭାବରେ ଫସଲ ନଷ୍ଟ ନହେବ,  କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବିକାଶ ନେଇ ରାଜ୍ୟ ସରକାର କେନ୍ଦ୍ରର ସହାୟତା ଲୋଡିଛନ୍ତି ।   ଓୟୁଏଟି ଭଳି ସଂସ୍ଥାକୁ ସହାୟତା ପାଇଁ ୧୭ଶହ ୧୩କୋଟି ୭୫ ଲକ୍ଷ ଟଙ୍କା ରାଜ୍ୟ ସରକାର ...

Read More »

ଚାଷୀ ଆତ୍ମହତ୍ୟାକୁ ସରକାରଙ୍କ ଅସ୍ୱୀକାର

ଭୁବନେଶ୍ୱର, (ଓଟି): ମରୁଡ଼ି ଓ ଚକଡ଼ା ପୋକରେ ପ୍ରଭାବିତ ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ରାଜ୍ୟ ସରକାର ବୁଧବାର ଏହାକୁ ଅସ୍ୱୀକାର କରିଛନ୍ତି। ବରଗଡ଼ ଜିଲ୍ଲାରେ ଗତମାସରେ ଜୀବନ ହାରିଥିବା ଚାଷୀ ବୃନ୍ଦା ସାହୁର ଆତ୍ମହତ୍ୟା ନେଇ ସରକାର ନୀରବ ରହିଛନ୍ତି। ସରକାର କହୁଛନ୍ତି ଫସଲହାନୀ ଯୋଗୁଁ ବୃନ୍ଦା ଆତ୍ମହତ୍ୟା କରି ନାହାଁନ୍ତି ବରଂ ଋଣ ବୋଝ ହେଉଛି ଆତ୍ମହତ୍ୟାର ମୁଖ୍ୟ କାରଣ। ବରଗଡ଼ କଳାପାଣି ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ...

Read More »

ବିଜେପି ମନଗଢ଼ା ଅଙ୍କ କହି ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଅପଚେଷ୍ଟା କରୁଛ:ବିଜେଡି

ଭୁବନେଶ୍ୱର,(ଓଟି): ଚଳିତ ଶିଶୁଦିବସ ପାଳନ କରିବାର ଉଦ୍ଦେଶ୍ୟ ମହତ ଥିଲା। ସମସ୍ତ କାର୍ଯ୍ୟକ୍ରମ ସର୍ବସମ୍ମୁଖରେ ବ୍ୟାପକ ଆୟୋଜନ କରାଯାଇଥିଲା, ଯାହା ଓଡ଼ିଶାବାସୀ ଦେଖିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆଜିର ଏହି ଶିଶୁଦିବସ କାର୍ଯ୍ୟକ୍ରମ ଆଗାମୀ ଓଡ଼ିଶାର ନିର୍ମାଣ ପାଇଁ ଉତ୍ସାହ ଓ ପ୍ରେରଣା ଦେଇଛି। ଏହି ଶିଶୁଦିବସ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କର ମାର୍ଗଦର୍ଶନ କରାଇବା ସହିତ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର, ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଓ ...

Read More »

ଶିଶୁ ଦିବସ ପାଳନ କରି ଭାଷା ଆନ୍ଦୋଳନକୁ ବିଭ୍ରାନ୍ତ କରିବାକୁ ଉଦ୍ୟମଶିଶୁ ଦିବସ ପାଳନ କରି ଭାଷା ଆନ୍ଦୋଳନକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ:ବୈଷ୍ଣବ ପରିଡ଼ା

ଭୁବନେଶ୍ୱର,(ଓଟି): ସରକାର ଶିଶୁ ଦିବସ ପାଳନ ଅବସରରେ ରାଜ୍ୟବ୍ୟାପୀ ବ୍ୟାପକ ଆୟୋଜନ କରି ପାଞ୍ଚ ବର୍ଷ ଧରି ରାଜ୍ୟରେ ଚାଲିଥିବା ଭାଷା ଆନ୍ଦୋଳନକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି ବୋଲି ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଏବଂ ଓଡ଼ିଆ ପଢ଼ିବା ପାଇଁ ଛାତ୍ରମାନଙ୍କୁ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ସେ ଭୁଲି ଯାଉଛନ୍ତି ଓଡ଼ିଆ ...

Read More »

‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଲେ ୫ ହଜାର ଟଙ୍କା ପୁରସ୍କାର ମିଳିବ ଚଳିତ ବର୍ଷ ଠାରୁ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ୧୦ ଶ୍ରେଣୀ ପରୀକ୍ଷାର ୪୦ହଜାର ଛାତ୍ରଛାତ୍ରୀଙ୍କୁ ଆଗାମୀ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତିି ପ୍ରଦାନ କରାଯିବ   ଭୁବନେଶ୍ୱର,(ଓଟି): ଆଜି ପ୍ରଥମ ଥର ପାଇଁ  ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାର ଦୀର୍ଘ ୧୭ ବର୍ଷ ପରେ ଶିଶୁ ଦିବସ ଅବସରରେ ପିଲାମାନଙ୍କ ଆଗରେ ...

Read More »

ବିଜେପି ଅସହିଷ୍ଣୁ : ମୁଖ୍ୟମନ୍ତ୍ରୀଙ୍କୁ ନିୟମିତ ସମାଲୋଚନା କରୁଛନ୍ତି- ବିଜେଡି

ଭୁବନେଶ୍ୱର,(ଓଟି): ବିଜେପିର ପରାମର୍ଶରେ ବିଜେଡି ସରକାର ଚାଲିପାରିବ ନାହିଁ । ସରକାର କଣ କରିବେ କଣ ନକରିବେ ତାହା ନିଜସ୍ୱ ନିଷ୍ପତ୍ତି। ଲୋକେ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି । ରାଜ୍ୟର ବିକାଶ ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ କାଯ୍ର୍ୟକାରୀ କରୁଛନ୍ତି । ନିର୍ବାଚନ ପ୍ରତିଶ୍ରୁତି ଉକ୍ତ ଯୋଜନାରେ ପ୍ରତିଫଳିତ ହେଉଛି ବୋଲି ବିଜେଡି ମୁଖପାତ୍ର ସମୀର ରଂଜନ ...

Read More »

ନିଜ ଜନପ୍ରିୟତାର ମିଛ ନଗଡା ବଜାଇବା ପାଇଁ ଶିଶୁ ଦିବସରେ ଡ୍ରାମା କରୁଛନ୍ତି ନବୀନ : ବିଜେପି

-ବିତର୍କ ଓ ରଚନା ପ୍ରତିଯୋଗିତାରେ ଛାତ୍ର- ଛାତ୍ରୀଙ୍କ ସହାୟତା ପାଇଁ ବିଜେପିର ୱବସାଇଟ‌୍‍ ଲୋକାର୍ପିତ ଭୁବନେଶ୍ୱର,(ଓଟି): ଶାସନର ୧୭ ବର୍ଷ ପରେ ୨୦୧୭ ମସିହାରେ ନଭେମ୍ୱର ୧୪ ଶିଶୁ ଦିବସ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କୁ ମନେ ପଡିବା ପଛରେ କଣ ଗୁଢ ରହସ୍ୟ ରହିଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି। ବିଗତ ୧୭ ବର୍ଷ ଧରି ...

Read More »

ମୃତ ଚାଷୀ ବୃନ୍ଦାବନ ସାହୁ ବିଜେପିର ଦଳର-ମୁଁ କାହିଁକି ଭେଟିବାକୁ ଯିବି : କୃଷିମନ୍ତ୍ରୀ

          ଭୁବନେଶ୍ୱର,(ଓଟି):ମୃତ ଚାଷୀଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ମୃତ ଚାଷୀ ପରିବାରକୁ ରାଜ୍ୟ କୃଷିମନ୍ତ୍ରୀ ଡ଼ା. ଦାମୋଦର ରାଉତ ସମବେଦନା ଜଣାଇବା ପରିବର୍ତେ ସେମାନଙ୍କୁ ଜଳୀୟ ରାଜନୀତି ଭିତରକୁ ଟାଣି ଆଣିଛନ୍ତି। ମୃତ ଚାଷୀ ବୃନ୍ଦାବନ ସାହୁ ବିଜେପିର ବୋଲି ଅଭିହିତ କରି ସେ ତାଙ୍କ ପରିବାରକୁ ଭେଟିବାକୁ ଉଚିତ୍ ମନେ କରିନାହାନ୍ତି ବୋଲି କହିଛନ୍ତି। ବୃନ୍ଦାବନ ସାହୁ ଜଣେ ...

Read More »

ବିଜେପୁର ଉପନିର୍ବାଚନରେ ବୃନ୍ଦା ପରିବାର ବିଜେଡି ବିରୋଧରେ ପ୍ରଚାର କରିବେ!

ଭୁବନେଶ୍ୱର,(ଓଟି): ବୃନ୍ଦାବନ ସାହୁ ଓରଫ ବୃନ୍ଦା ବର୍ତ୍ତମାନ ରାଜ୍ୟ ରାଜନୀତିର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଚାଷୀ ଆତ୍ମହତ୍ୟାରୁ ଶାସକ ଦଳକୁ ଅକଳରେ ପକାଇବାକୁ ବିରୋଧି ବିଜେପି ପ୍ରୟାସ ଜାରି ରଖିଛି। ଅପର ପକ୍ଷରେ ଏହି ମାମଲାରେ ବିଜେପିକୁ ବଦନାମ କରି ଚାଷୀଙ୍କ ସମର୍ଥନ ପାଇବା ପାଇଁ ଶାସକ ବିଜେଡି ମଧ୍ୟ ପଛରେ ନାହିଁ। ତେଣୁ ବର୍ତ୍ତମାନ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଗ୍ରାସ କରିଛି। ବରଗଡ ଜିଲ୍ଲା କଳାପାଣି ...

Read More »

ବିନା ଆଇନରେ ରାଜ୍ୟ ସରକାରଙ୍କ ଭାଗଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା ପ୍ରତାରଣାପୂର୍ଣ୍ଣ : ବିଶ୍ୱଭୂଷଣ

ଭୁବନେଶ୍ୱର,(ଓଟି): ଚକଡା ପୋକ ଓ ଅନ୍ୟ ଫସଲ ବିଧ୍ୱଂସକାରୀ ପୋକମାନଙ୍କ ଦ୍ୱାରା ରାଜ୍ୟର ୧ଲକ୍ଷ ୮୦ହଜାର ହେକ୍ଟର ଚାଷଜମିର ଫସଲ ସଂପୂର୍ଣ୍ଣ ନଷ୍ଟ ହେବା ଅତ୍ୟନ୍ତ ଦୁଃଖଜନକ ଓ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ସଠିକ ସମୟରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ ଆଜି ବହୁ ଫସଲ ବଂଚିଥାନ୍ତା ଏବଂ ଚାଷୀ ମୃତ୍ୟୁକୁ ମଧ୍ୟ ରୋକାଯାଇପାରନ୍ତା। ଚାଷୀମାନଙ୍କ ପ୍ରତି ସରକାରଙ୍କ ଯଦି ସାମାନ୍ୟ ସମବେଦନା ଥାଆନ୍ତା, ତାହେଲେ ରାଜ୍ୟ ସରକାର ଚାଷୀ ...

Read More »

କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଉପରେ ବର୍ଷିଲେ ମନ୍ତ୍ରୀ ଦାମ ରାଉତ

– ଚାଷୀ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ କିମ୍ୱା ତାଙ୍କ ସହ ଆଲୋଚନା କରିବାକୁ ଦାମଙ୍କ ଆହ୍ୱାନ ଭୁବନେଶ୍ୱର,(ଓଟି): ରାଜ୍ୟରେ ରୋଗପୋକ ନେଇ ପୂର୍ବରୁ ସତର୍କ କରାଯାଇଥଲା ବୋଲି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ଅଭିଯୋଗ ପ୍ରସଙ୍ଗରେ କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ କେନ୍ଦ୍ରକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ଓଡିଶାର ଚାଷୀ ମାନେ ଯେତେବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେତେବେଳେ ଚାଷୀ ମାନଙ୍କୁ ସହାୟତା ଯୋଗାଇବା ...

Read More »

ଓଡିଶା ଭଳି ଫସଲ ହାନୀ ହୋଇଥିବା ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଟିମ‌୍‍ କେତେଥର ପରିଦର୍ଶନରେ ଯାଉଛନ୍ତି : ପ୍ରତାପ

ଭୁବନେଶ୍ୱର,(ଓଟି): ଓଡିଶା ଭାରତ ନୁହେଁ । ଓଡିଶା ଭଳି ବିଭିନ୍ନ ରାଜ୍ୟରେ ଫସଲ ହାନୀ ଘଟିଛି । ସେସବୁ ରାଜ୍ୟମାନଙ୍କୁ କେନ୍ଦ୍ରମନ୍ତ୍ରୀମାନେ ଏବଂ କେନ୍ଦ୍ରୀୟ ଟିମ‌୍‍ ରୋଗପୋକ ଲାଗି ଫସଲ ନଷ୍ଟର ଅନୁଧ୍ୟାନ କରିବା ପାଇଁ କେତେଥର ପରିଦର୍ଶନରେ ଯାଉଛନ୍ତି ? କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ଆସୁଥିବା କେନ୍ଦ୍ରୀୟ ଟିମ‌୍‍ ବାଦିପାଲା ଭଳି ହୋଇଛି ବୋଲି ବିଜେଡିର ମୁଖପାତ୍ର ପ୍ରତାପ ଦେବ ପ୍ରକାଶ କରିଛନ୍ତି । ଶୁକ୍ରବାର ଦିନ ସଚିବାଳୟ ...

Read More »

ମୟୁରଭଞ୍ଜରେ ଜିଲ୍ଳାପାଳ-ବିଜେପି ମୁହାଁମୁହିଁ

ବାରିପଦା,(ଓଟି): ଗତ ସୋମବାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁଳିଅଣା ବ୍ଲକରେ ଜିଲାପ୍ରଶାସନ ପକ୍ଷରୁ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ବିଜେପିର ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ଜିଲାପାଳ ଶ୍ରୀ ମୀନା ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାର ଅଭିଯୋଗ ଆଣିଥିଲା ବିଜେପି। ଏହାପରେ ଗତ ୮ ତାରିଖରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୪ର୍ଥ ଜିଲାପରିଷଦ ବୈଠକରେ ବିଜେପିର ଜିଲାପରିଷଦ ...

Read More »
   Update :