କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ରଥଯାତ୍ରା ନଥି

stories on Lord Jagannath and Jagannath Temple

ଚଳିତ ରଥଯାତ୍ରାରେ ସର୍ବାଧିକ ବିଶୃଙ୍ଖଳିତ ପୁଲିସ

ଭୁବନେଶ୍ୱର,(ଓଟି): ଚଳିତବର୍ଷ ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା, ସଂଧ୍ୟାଦର୍ଶନ, ବାହୁଡା, ସୁନାବେଶ, ଅଧର ଓ ନିଳାଦ୍ରୀ ବିଜେ ଆଦି ଶୃଙ୍ଖଳାର ସହିତ ଶେଷ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ସହ ବିଶେଷକରି ସେବାୟତମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଯୋଗୁ ଏହା ସମ୍ଭବପର ହୋଇପାରିଛି । ତେବେ ଏଥର ଯାତ୍ରାରେ ପୁଲିସ ପ୍ରଶାସନ ମଧ୍ୟରେ ରହିଥିବା ବିଶୃଙ୍ଖଳତା ପଦାରେ ପଡିଛି । ଯାହାକି ରାଜ୍ୟ ପୁଲିସ ...

Read More »

ସମୟ ପୂର୍ବରୁ ରଥଯାତ୍ରା ଶେଷ: କି ଗଦ ଶୁଙ୍ଘାଇଲେ ମୁଖ୍ୟ ପ୍ରଶାସକ ତାହାକୁ ନେଇ ଚର୍ଚ୍ଚା

ସୀମିତ ରାଜନୀତିକ ହସ୍ତକ୍ଷେପ ଓ ଦଇତା ସେବାୟତଙ୍କୁ ସରକାରଙ୍କ ନାଲିଆଖି ମୁଖ୍ୟକାରଣ ଭୁବନେଶ୍ୱର,(ଓଟି): ମାତ୍ର ୧୨ଦିନରେ ସମୟ ନିର୍ଘଣ୍ଟ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଗୁରୁବାର ସନ୍ଧ୍ୟାରେ ଶେଷ ହୋଇଛି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ଗୋଟିକରି ରଥ ଉପରୁ ପହଣ୍ଡି କରି ରତ୍ନସିଂହାସନରେ ବିଜେ କରାଯିବା ପରେ ଅବଶିଷ୍ଟ ରୀତିନୀତି ଅନୁଷ୍ଠିତ ହୋଇଛି। ବିଗତ ବର୍ଷମାନଙ୍କରେ ଏମିତି କେବେ ହୋଇ ନଥିଲା। ଦିନ ଥାଉ ଥାଉ ଶ୍ରୀଜଗନ୍ନାଥଙ୍କ ବିଜେ ପହଣ୍ଡି ଅନୁଷ୍ଠିତ ହେବା ...

Read More »

ନିଳାଦ୍ରୀ ବିଜେରେ ରତ୍ନବେଦୀକୁ ବାହୁଡ଼ିଲେ ମହାବାହୁ

ପୁରୀ,(ଓଟି): ରଥଯାତ୍ରାର ଶେଷ ପର୍ଯ୍ୟାୟ ନୀଳାଦ୍ରିବିଜେରେ ଆଜି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି। ୨୫ ତାରିଖ ଶ୍ରୀଗୁଣ୍ଡିଚା ଠାରୁ ଆଜିପର୍ଯ୍ୟନ୍ତ ୧୨ଦିନ ପ୍ରଭୁ ଶ୍ରୀମନ୍ଦିର ଛାଡ଼ିଯାଇଥିଲେ। ଆଜି ମହାପ୍ରଭୁଙ୍କ ରତ୍ନ ସିଂହାସନ ବିଜେ ପରେ ନୀଳକନ୍ଦରରେ ଗହଳି ଲାଗିଲା। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କଲେ ମହାବାହୁ। ଗତ ନିଳାଦ୍ରୀ ବିଜେବେଳେ ବିଶୃଙ୍ଖଳା ଘଟିଥିବାରୁ ଏଥର ସଅଳ ପହଣ୍ଡି ହୋଇଛି। ଆଜି ନୀତି ନିର୍ଘଣ୍ଟର ଦେଢ ଘଣ୍ଟା ପୂର୍ବରୁ ପହଣ୍ଡି ...

Read More »

କାଲି ନିଳାଦ୍ରୀବିଜେ

ପୁରୀ,(ଓଟି): ମହାପ୍ରଭୁଙ୍କ ରଥଯାତ୍ରାର ଶେଷ ପର୍ଯ୍ୟାୟ ନୀଳାଦ୍ରୀ ବିଜେ ଆସନ୍ତା କାଲି ସନ୍ଧ୍ୟା ୬.୩୦ରେ ଆରମ୍ଭ ହେବ। ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରତ୍ନ ସିଂହାସନରେ ବିଭୂଷିତ କରାଯିବ। ନୀଳାଦ୍ରୀ ବିଜେ ଦିନ ରଥ ଉପରେ ଠାକୁର ମାନଙ୍କର ସନ୍ଧ୍ୟା ଧୂପ ସରିବା ପରେ ଚାରମାଳ ବନ୍ଧାଯିବ। ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରୀ ଲାଗିହେବ। ପ୍ରଥମେ ମଦନ ମୋହନ ପରେ ପରେ ରାମକୃଷ୍ଣଙ୍କୁ ମହାଜନସେବକମାନେ ହାତରେ ...

Read More »

ଅଧର ହାଣ୍ଡିରୁ ପଣା ପାଇଲେ ଅଶରୀରି

ପୁରୀ,(ଓଟି): ଗତକାଲି ତିନି ଠାକୁର ସୁବର୍ଣ୍ଣ ବେଶରେ ମଣ୍ଡିତ ହେବା ପରେ ଆଜି ତିନି ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡି ପ୍ରଭୁଙ୍କ ଅଧି ପର୍ଯ୍ୟନ୍ତ ରହି ପଣା ଭୋଗ ହେଉଥିବାରୁ ଏହାର ନାମ ଅଧରପଣା କୁହାଯାଏ। ପ୍ରତି ଠାକୁରଙ୍କ ପାଖରେ ଗୋଟିଏ ବଡହାଣ୍ଡି ଓ ଅନ୍ୟ ଦୁଇଟି ଛୋଟ ହାଣ୍ଡିରେ ପଣା ହୋଇଥାଏ। ବୁଧବାର ମଧ୍ୟାହ୍ନ ଧୂପ ପରେ ଅଧରପଣା ପାଇଁ ...

Read More »

ଯାତ୍ରା କ୍ଲାନ୍ତି ଦୂର ପାଇଁ ପ୍ରଭୁ ଚାରିମାସ ଶୋଇବେ

ପୁରୀ,(ଓଟି): ନୀଳକନ୍ଦର ଠାକୁର ପ୍ରଭୁ କାଳିଆଙ୍କ ବିଭିନ୍ନ ଲୀଳା ଦେଖିବାକୁ ମିଳେ ଶ୍ରୀକ୍ଷେତ୍ରରେ। ବାରମାସରେ ୧୩ ଯାତ୍ରା ମଧ୍ୟରୁ ରଥଯାତ୍ରା ଅନ୍ୟତମ। ରଥଯାତ୍ରାରେ ପ୍ରଭୁ ସେନାପତି ପରି ସେନାପଟା ଲାଗିହୋଇ ରଥଚଢ଼ି ଶ୍ରୀଗୁଣ୍ଡିଚା ମନ୍ଦିର ଯାଆନ୍ତି ଓ ଶ୍ରୀମନ୍ଦିର ଫେରନ୍ତି। ପରେ ସୁନାବେଶ ହୁଅନ୍ତି। ପରେ ଯାତ୍ରାକାଳୀନ କ୍ଲାନ୍ତି ମେଟାଂଇବା ସହ ମା’ ଲକ୍ଷ୍ମୀଙ୍କ କଥା ବୁଝନ୍ତି। ପ୍ରଭୁ ୪ମାସ ନିଦ୍ରାଯିବା ମଧ୍ୟରେ ମା’ ଲକ୍ଷ୍ମୀ ପଦ ପ୍ରକ୍ଷାଳନ କରନ୍ତି। ...

Read More »

ସୁନାରେ ସଜ୍ଜିତ ହେଲେ ମହାବାହୁ

୧୨ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ପୁରୀ,(ଓଟି): ମହାପ୍ରଭୁଙ୍କ ମହାବେଦୀ ମହୋତ୍ସବର ଆଜି ସୁନାବେଶ। ବଡ଼ଦାଣ୍ଡରେ ସର୍ବ ସାଧାରଣ, ସର୍ବଧର୍ମର ମାନବମାନଙ୍କୁ ସୁବର୍ଣ୍ଣ ଠାକୁର ଭାବେ ଉଭାହୋଇ ଦର୍ଶନ ଦେଇଛନ୍ତି ଶ୍ରୀଜୀଉମାନେ । ଏହି ଦୁଲ୍ର୍ଲଭ ସୁବର୍ଣ୍ଣବେଶକୁ ଦର୍ଶନ କଲେ ଅନନ୍ତ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ଅଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ଉପଭୋଗ୍ୟ ଓ ଆକର୍ଷଣୀୟ ବେଶ ଦେଖିବା ପାଇଁ ସିଂହଦ୍ୱାର ଚାରିପଟେ ଭକ୍ତଙ୍କ ସୁଅ ଛୁଟିଛି। ୧୨ଲକ୍ଷ ଭକ୍ତ ...

Read More »

ରଥଯାତ୍ରା ନଥି(୯): ୧୮୯୫ ପାହାନ୍ତାରେ ହେଲେ ରଥ ବିଜେ

ରଥଯାତ୍ରା ଆସିଲେ ଏହାର ସୁରୁଖୁରୁ ପରିଚାଳନା ନେଇ ସବୁଆଡେ଼ ଚର୍ଚ୍ଚା ଚାଲେ, ବିଶେଷକରି ଯେଉଁମାନେ ଶ୍ରୀଜଗନ୍ନାଥ ପ୍ରେମୀ ଏବଂ ଜଗନ୍ନାଥ ସଂସ୍କୃତି ଉପରେ ରୁଚି ରଖନ୍ତି ସେମାନେ ଏହାକୁ ନେଇ ଉତ୍ସାହ ଦେଖାନ୍ତି। ରଥଗୁଡ଼ିକ କେତେବେଳେ ସିଂହଦ୍ୱାରେ ପହଞ୍ଚିବେ, ପ୍ରତିଷ୍ଠା କେତେବେଳେ ହେବ, ଠାକୁରଙ୍କ ପହଣ୍ଡି କେତେବେଳେ ଆରମ୍ଭ ହେବ ଆଉ ରଥ ଟଣା କେତେବେଳେ ହେବ ଏମିତି ରଥଯାତ୍ରାର ନିର୍ଘଣ୍ଟର ପ୍ରଚାର ହୁଏ। ଅବଶ୍ୟ ପ୍ରଶାସନ ବା ସେବାୟତଙ୍କ ...

Read More »

ରଥଯାତ୍ରାର ନଥି (୮): ନାଗାବାବାଙ୍କ ଦାଦାଗିରି

ରଥଯାତ୍ରାରେ ସାଧୁସନ୍ଥଙ୍କ ସମାଗମ ହେବା କିଛି ନୂଆ କଥା ନୁହେଁ। ଯୁଗେ ଯୁଗେ ଏହି ପରମ୍ପରା ରହି ଆସିଛି। ନବକଳେବର ବର୍ଷ ଥିବାରୁ ବିଭିନ୍ନଅ୍ରାଡ଼ୁ ସାଧୁ ସନ୍ଥମାନେ ୧୮୯୩ ରଥଯାତ୍ରାକୁ ଆସିଥିଲେ। ସ୍ନାନ ପୂର୍ଣ୍ଣମୀଠାରୁ ସେମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ସେମାନେଯେ, ଖାଲି ଭକ୍ତି ପୂର୍ବକ ପ୍ରଭୁଙ୍କ ଦର୍ଶନ ଲାଗି ଆସିଥିଲେ ତା ନୁହେଁ ଏଠାରେ ବ୍ୟବସାୟୀଙ୍କ ଉପରେ ଅତ୍ୟାଚାର ଏମିତି କଲେଯେ, ତାହା ଖବରକାଗଜ ପୃଷ୍ଠା ମଣ୍ଡନ କରିଥିଲା। ...

Read More »

ରଥଯାତ୍ରାର ନଥି (୭): ରଥ ଚଢ଼ିବା ନେଇ କଟକଣା

୧୮୯୩ର ରଥ ଯାତ୍ରା ବେଶ‍୍‌ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଏବର୍ଷ ନବକଳେବର ପର୍ବ ହେତୁ ବିଶେଷ ଯାତ୍ରୀଙ୍କ ସମାଗମ ହୋଇଥିଲା। ପୂର୍ବ ବର୍ଷମାନଙ୍କରେ ୧୦ରୁ ୧୫ ହଜାର ବା ଅତିବେଶୀରେ ୨୦ ହଜାର ଯାତ୍ରୀଙ୍କ ସମାଗମ ହେଲେ ଯଥେଷ୍ଟ ହେଉଥିଲା। କିନ୍ତୁ ଏବର୍ଷ ତାହା ୨ଲକ୍ଷକୁ ଟପଥାଏ। ଯାତ୍ରୀଙ୍କ ସାଙ୍ଗକୁ ରଥକାର୍ଯ୍ୟର ପରିଚାଳନା କରିବା ପୁଲିସ ଓ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଗଣାଯାଉଥିଲା। ଏହି କ୍ରମରେ ସବୁ ...

Read More »

ରଥଯାତ୍ରାର ନଥି(୬): ମଶାଲ ଜାଳି ରଥଟଣା ଓ ୨୯ ଦିନିଆ ଶ୍ରୀଗୁଣ୍ଡିଚା

ଉନ୍ନବିଂଶ ଶତାବ୍ଦୀର ସବୁଠାରୁ ବିଶୃଙ୍ଖଳିତ ରଥଯାତ୍ରା ଥିଲା ୧୮୮୦ର ଯାତ୍ରା। ମନ୍ଦିର ମ୍ୟାନେଜର‌୍‍ ଏବଂ ପୁଲିସ ଅଧିକାରୀଙ୍କ ମଧ୍ୟରେ ବଚସା ଯୋଗୁ ରଥଟଣା ବାଧା ପାଇଥିଲା। ଗୁଣ୍ଡିଚାଠାରୁ ଏ ବ୍ୟାଘାତ ଆରମ୍ଭ ହୋଇଥିଲା ଯେ, ଠାକୁରଙ୍କ ଫେରିବାଯାଏଁ। ମାଜିଷ୍ଟେଟ‌୍‍ କି କଲେକ୍ଟର ସଭିଏଁ ପୁଲିସ ବାବୁଙ୍କୁ ସମର୍ଥନ କରୁଥିଲେ। ଫଳରେ ରଥ ଟଣା ପ୍ରଭାବିତ ହେଉଥିଲା। ଫଳରେ ନଅଦିନର ଏଇ ଯାତ୍ରା ପାଖାପାଖି ୨୯ ଦିନ ଯାଏଁ ଚାଲିଥିଲା। ଅଧିକ ...

Read More »

ରଥଯାତ୍ରାର ନଥି (୫): ଠାକୁରଙ୍କ ପାଇଁ ରଥ ନୁହେଁ ଘୋଡ଼ାଗାଡ଼ି!

  ବିଶାଳକାୟ ରଥଗୁଡ଼ିକୁ ପରିଚାଳନା କରିବା ସବୁବେଳେ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥାଏ। କିପରି ଏହାକୁ ସୁରୁଖୁର କରିହେବ ସେଥିନେଇ ବ୍ରିଟିଶ‌୍‍ ଅଧିକାରୀମାନେ ଯେମିତି ଚିନ୍ତା କରୁଥାଆନ୍ତି ସେମିତି ମନ୍ଦିର ପରିଚାଳନା, ସେବାୟତ ଓ ବିଭିନ୍ନ ମଠ ମହନ୍ତମାନେ ପ୍ରସ୍ତାବ ଦେଉଥାଆନ୍ତି। ଏଥିରେ କିଛି ଚାଟୁକାର ବି ମନ୍ତବ୍ୟ ଦେଇ ଲୋକହସା ହୋଇଥିବା ନଜୀର ରହିଛି। ଯେମିତି ୧୮୮୦ ମସିହା ରଥଯାତ୍ରା ସମୟରେ ହୋଇଥିଲା। ମହନ୍ତ ...

Read More »

ରଥଯାତ୍ରାର ନଥି (୪): କଳାପିଠିଆଙ୍କ ମୃତ୍ୟୁ ଓ ଟ୍ରାମ‌୍‍ ପ୍ରସ୍ତାବ

ଜୁନ‍୍‌ ୨୧, ୧୮୭୯, ଶନିବାରଦିନ ଶ୍ରୀଗୁଣ୍ଡିଚା ପଡ଼ିଥିଲା। ଏବର୍ଷର ଯାତ୍ରା ସ୍ମରଣୀୟ କାହିଁକିନା ପ୍ରଥମଥର ପାଇଁ ସକାଳ ୧୧ଟା ସୁଦ୍ଧା ପହଣ୍ଡି ସରି ରଥଟଣା ଆରମ୍ଭ ହୋଇଥିଲା। ବଳଭଦ୍ରଙ୍କ ରଥ ସେହିଦିନ ଗୁଣ୍ଡିଚାଘରେ ପହଞ୍ଚିଥିଲା। ବାଟରେ ମାଉସୀମା ମନ୍ଦିରରେ ଯେଉଁ ବିରତି ହୁଏ ସେଥିପାଇଁ ସମୟ ଦିଆଯାଇନଥିଲା। ତା’ ପରଦିନ ସକାଳ ଛଅଟାରୁ ଶୁଭଦ୍ରାଙ୍କ ରଥ ଟଣା ହେଲା। ସେ ମଧ୍ୟ ବିନା କୌଣସି ବିରତିରେ ୧୦ ଟା ବେଳକୁ ...

Read More »

ରଥ, ପଥ, ଭକ୍ତ ପ୍ରସ୍ତୁତ: ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ବର୍ଷାରେ ବେହାଲ ବଡ଼ଦାଣ୍ଡ ପୁରୀ, (ଓଟି): ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ସ୍ନାନ ଓ ସେହିଦିନ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବା ପରଠାରୁ ଜ୍ୱରରେ ପିଡ଼ିତ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଲାଭ କରିବା ପରେ ଆଜି ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । ନବଯୌବନ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଆସନ୍ତାକାଲି ଘୋଷଯାତ୍ରା । ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀ ...

Read More »

ରଥଯାତ୍ରାର ନଥି (୩): ଅର୍ଦ୍ଧରାତ୍ରରେ ପହଣ୍ଡି

ରଥାଯାତ୍ରା ଦିନ ପହଣ୍ଡିକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହୁଏ। କେତେବେଳେ ଦଇତାଙ୍କ ଦାବିକୁ ଶୁଣିବାରେ ସରକାର ଅମଙ୍ଗ ହେବାରୁ ନୀତି ବିଳମ୍ୱ ହୁଏ ଆଉ କେତେବେଳେ ରଥ ତିଆରି କାର୍ଯ୍ୟରେ ବିଳମ୍ୱ ତଥା ପ୍ରଶାସନିକ କାରଣରୁ ଅହେତୁକ ବିଳମ୍ୱ ହୁଏ। ହେଲେ ୧୮୭୭ ରଥଯାତ୍ରାରେ ଯେଉଁଭଳି ଭାବେ ବିଳମ୍ୱ ହୋଇଥିଲା ତାହା ପୂର୍ବରୁ ପ୍ରାୟ କେବେ ହୋଇ ନଥିଲା। ପହଣ୍ଡି ସରୁ ସରୁ ରାତି ଅଧ ହୋଇଥିଲା। ...

Read More »

ରଥଯାତ୍ରାର ନଥି (୨): ଗଜପତିଙ୍କୁ ତଣ୍ଡ

ଶ୍ରୀମନ୍ଦିର ପରିଚାଳନାକୁ ସୁରୁଖୁର ପାଇଁ ଇଂରେଜମାନଙ୍କ ପଦକ୍ଷେପ ଆରମ୍ଭ ହୋଇସାରିଥାଏ। ଏଥିରେ ଯେମିତି ଲୋକଙ୍କ ଧର୍ମୀୟ ଭାବନା ଆଞ୍ଚ‌୍‍ ନହେବ ସେଥିପ୍ରତି ଧ୍ୟାନ ଦେଇଥାଆନ୍ତି ଅଫିସର‌୍‍ମାନେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ‌୍‍ କ୍ଷମତା ଦିଆଯାଇଥିଲା। ଏ କ୍ଷମତା କିନ୍ତୁ ନିରଙ୍କୁଶ ନଥିଲା। ଆବଶ୍ୟକସ୍ଥଳରେ ତାଙ୍କ ଉପରେ ଜରିମାନା ଲଗାଯାଉଥିଲା। ଏପରିକି ଶ୍ରୀମନ୍ଦିର ରୀତିନୀତି ପରିଚାଳନାରେ ଭୁଲ‍୍‌ ହେଲେ ...

Read More »
   Update :