କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ମିଡିଆ ଚର୍ଚ୍ଚା

this segment is dedicated to the news and gossips in and around Odisha media houses and newsmen, reporters, editors and owners.

ସବୁ ଉଦ୍ୟମ ସତ୍ତ୍ୱେ ଈଟିଭି ଦର୍ଶକ ଜୁଟାଇବାରେ ଫେଲ‍୍‌: ଦୟାନିଧିଙ୍କ ୫ ବିଫଳତା

dayanidhi das

ଭୁବନେଶ୍ୱର, (ଓଟି): ଓଟିଭିର ପୂର୍ବତନ ନ୍ୟୁଜ୍‌ ମୁଖ୍ୟ ଦୟାନିଧି ଦାଶ ଈଟିଭି ଓଡ଼ିଆ ନ୍ୟୁଜ୍‌ରେ ଯୋଗ ଦେବା ପରେ ଆଶା କରାଯାଉଥିଲା ଓଡ଼ିଶା ନ୍ୟୁଜ୍‌ ଟିଭି ଦୁନିଆରେ କିଛି ପରିବର୍ତ୍ତନ ହେବ। ଅତିକମ‍୍‌ରେ ଈଟିଭି ପୁଣିଥରେ ତା’ର ପୂର୍ବ ଅବସ୍ଥା ଫେରି ପାଇବା ସହ ଅନ୍ୟମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିବ। ହେଲେ ଗଲା ତିନିମାସ ଭିତରେ ସବୁ ଉଦ୍ୟମ ସତ୍ତ୍ୱେ ଶ୍ରୀ ଦାଶ ଫେଲ‍୍‌ ମାରିଥିବା ଚର୍ଚ୍ଚା ହେଉଛି। କାରଣ ଚ୍ୟାନେଲ‍୍‌ର ...

Read More »

ପ୍ରେସ‍୍‌ କାଉନ‍୍‌ସିଲ‍୍‌ଙ୍କ “ସେନ‍୍‌ସର’ରେ ଓଡ଼ିଶାରୁ ଟାଇମ୍ସ ଅଫ ଇଣ୍ଡିଆ ଓ ଓଡ଼ିଶା ଭାସ୍କର

PCI On toi and Bhaskar

  ୫୧ ନ୍ୟୁଜ୍‌ପେପରକୁ ଡିଏଭିପିଙ୍କ ବିଜ୍ଞାପନ କଟକଣା  ପେଡ୍ ନ୍ୟୁଜ୍‌ ଛାପିବା ଥିଲା ମୁଖ୍ୟ ଅଭିଯୋଗ  ସାମ୍ୱଦିକତାର ସୀମା ସରହଦ ପାର କରିଥିବା ନେଇ ପ୍ରେସ‍୍‌ କାଉନ‍୍‌ସିଲ‍୍‌ଙ୍କ ରିପୋର୍ଟ ଭୁବନେଶ୍ୱର, (ଓଟି): ପେଡ୍ ନ୍ୟୁଜ୍‌ ଓ ଅନ୍ୟାନ୍ୟ ଅଭିଯୋଗରେ ପ୍ରେସ କାଉନ‍୍‌ସିଲ‍୍‌ଙ୍କ ରିପୋର୍ଟକୁ ଆଧାରକରି ଭାରତ ସରକାରଙ୍କ ଡିଏଭିପି ୫୧ ନ୍ୟୁଜ୍‌ ପେପର ଉପରେ ବିଜ୍ଞାପନ କଟକଣା ଲଗାଇଛନ୍ତି। ଏହିକ୍ରମରେ ଭାରତ ସରକାରଙ୍କ ପକ୍ଷରୁ ଏହି ଖବରକାଗଜଗୁଡ଼ିକରେ ଦୁଇମାସ ଯାଏ ...

Read More »

୨ବର୍ଷରେ ୧୪୨ ସମ୍ୱାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ: ୭୦ମୃତ

04-11-journalist

ନୂଆଦିଲ୍ଲୀ : ବେଙ୍ଗାଲୁରର ସମ୍ୱାଦିକା ତଥା ଗୌରୀ ଲଗ୍ଧେଶ ପତ୍ରିକାର ସମ୍ପଦିକା ଗୌରୀ ଲଗ୍ଧେଶଙ୍କୁ ଗତକାଲି ଆତତାୟୀମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି । ଭାରତରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କ ଉପରେ ଆକ୍ରମଣ ନୂଆ କଥା ନୁହେଁ । ବିଗତ ୨ବର୍ଷ ମଧ୍ୟରେ ଦେଶର ୧୪୨ଜଣ ସାମ୍ୱାଦିକମାନଙ୍କ ଉପରେ ମରଣାତକ ଆକ୍ରମଣ ହୋଇଛି । ଜାତୀୟ ଅପରାଧ ରେକର୍ଡ ...

Read More »

ଦିଲ୍ଲୀ ଉଠିବାକୁ ପ୍ରସ୍ତୁତ ହେଉଛି ଜୀ କଳିଙ୍ଗ: କର୍ମଚାରୀ ମିଳୁନାହାନ୍ତି

zee kalinga

ଭୁବନେଶ୍ୱର(ଓଟି): ଚର୍ଚ୍ଚାରେ ଥିବା ଜୀ କଳିଙ୍ଗରେ ସାମ୍ୱାଦିକତା କରିବା ପାଇଁ ବରିଷ୍ଠ ସାମ୍ୱାଦିକମାନେ ରାଜି ହେଉନାହାନ୍ତି । ବିଶେଷକରି ନିକଟ ଭବିଷ୍ୟତରେ ଚ୍ୟାନେଲର ଡେସ୍କ୍ ଦିଲ୍ଲୀ ଉଠିଯିବ ଶୁଣିଲା ପରେ ଅନେକ କର୍ମକର୍ତ୍ତା ଓଡ଼ିଶାରେ ନିଜର “ରୋଜିରୋଟି’ ଖୋଜିବା ଆରମ୍ଭ କରିଦେଇଛନ୍ତି। ଅପରପକ୍ଷେ ସମ୍ଭାବ୍ୟ ଅସୁବିଧାକୁ ସମ୍ମୁଖୀନ ହେବା ଲାଗି ଯେଉଁ ବରିଷ୍ଠ ସାମ୍ୱାଦିକଙ୍କୁ ଇଣ୍ଟରଭ୍ୟୁ କରି ଚ୍ୟାନେଲ‍୍‌ କର୍ତ୍ତୃପକ୍ଷ ଅଫର‍୍‌ ଦେଉଛନ୍ତି ସେମାନେ ଯେତେ ଆଥିର୍କ ଲାଭ ପାଇଲେ ...

Read More »

ଈ-ଟିଭି ଭାରତରେ ଯୋଗଦେଲେ ଶାରଦା ଲାହାଙ୍ଗୀର

sharada lahangir

ଭୁବନେଶ୍ୱର, (ଓଟି): ରାମୋଜୀ ରାଓଙ୍କ ନୂଆ ଡିଜିଟାଲ‍୍‌ ନ୍ୟୁଜ୍‌ ଟିଭି ପ୍ରକଳ୍ପ “ଈ ଟିଭି ଭାରତ-ଓଡ଼ିଆ’ରେ ଯୋଗ ଦେଇଛନ୍ତି ରାମନାଥ ଗୋଏଙ୍ଗା ପୁରସ୍କାର ପ୍ରାପ୍ତ ସାମ୍ୱାଦିକ ଶାରଦା ଲାହଙ୍ଗୀର। ସେ ଚ୍ୟାନେଲ‍୍‌ର ନ୍ୟୁଜ୍‌ କୋ-ଅର୍ଡିନେଟର ଭାବେ କାର୍ଯ୍ୟକରିବେ। ଭୁବନେଶ୍ୱରଠାରେ ତାଙ୍କ ଅଫିସ ହେବ। ଏହା ପୂର୍ବରୁ ସେ ଜୀ-କଳିଙ୍ଗ ଟିଭ ଚ୍ୟାନେଲର ଡେପୁଟି ଏଡିଟର ପଦବୀରୁ ଇସ୍ତଫା ଦେଇଥିଲେ। “ଈ ଟିଭି- ଭାରତ’ ଏକ ସମ୍ପୂର୍ଣ୍ଣ ନୂଆ ଡିଜିଟାଲ‍୍‌ ଟିଭି ...

Read More »

ଜୀ କଳିଙ୍ଗରୁ “ବାପା’ କ୍ୟାପ୍ଟେନ‍୍‌ ବିଭୁ ପଟ୍ଟନାୟକଙ୍କ ଇସ୍ତଫା: କହିଲେ ଓଡ଼ିଆ ଚ୍ୟାନେଲ‍୍‌ରେ ଚାଲିଛି ବିହାରୀ ରାଜ୍‌

Bibhu Patnaik_Zee

ଭୁବନେଶ୍ୱର, (ଓଟି): ଓଡ଼ିଆ ଭାଷାରେ ନ୍ୟୁଜ୍‌ ପରିବେଷଣ କରୁଥିବା ଜୀ-ନେଟ‍୍‌ୱର୍କର ଜୀ-କଳିଙ୍ଗ ନ୍ୟୁଜ୍‌ ଚ୍ୟାନେଲ‍୍‌ର ସମ୍ପାଦକ ବିଭୁ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ମାତ୍ର ଏକ ବର୍ଷର କାର୍ଯ୍ୟକାଳ ଭିତରେ ସେ ଜୀ-କଳିଙ୍ଗ ପରିଚାଳନାରେ ଅସନ୍ତୁଷ୍ଟ ହୋଇ ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତେବେ କମ୍ପାନୀ ନେଟ‍୍‌ୱର୍କରେ ଥିବା ବିହାରୀ ସାମ୍ୱାଦିକ ଓ ଅଣ ସାମ୍ୱାଦିକଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ସେ ପଦବୀରୁ ଇସ୍ତଫା ଦେବା ଉଚିତ ...

Read More »

ରାଜଧାନୀ ସାମ୍ୱାଦିକ ଏବେ ରାଜନୀତି ମୁହାଁ: ନିର୍ବାଚନ ଲଢ଼ିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ମେନ‍୍‌ଷ୍ଟ୍ରିମ‍୍‌ ସାମ୍ୱାଦିକ

journalist

ଭୁବନେଶ୍ୱର, (ଓଟି): ଆଗୁଆ ନିର୍ବାଚନ ହେବ ବୋଲି ରାଜନୀତିକ ଦଳଗୁଡ଼ିକ ଏବେ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଯଦିଓ କିଏ କେଉଁଠୁ ଲଢ଼ିବେ ତାହା ସ୍ଥିର ହୋଇ ନାହିଁ କିନ୍ତୁ ନୂଆ ପୁରୁଣା ନେତା ମାନେ ନିଜ ପକ୍ଷକୁ ରାଜନୀତିକ ସମୀକରଣକୁ ଟାଣିବା ଲାଗି ଉଦ୍ୟମ କରୁଛନ୍ତି। ଆଉ ଏହି ଉଦ୍ୟମରେ ରାଜଧାନୀ ଭିତ୍ତିକ କିଛି ମେନ‍୍‌ଷ୍ଟ୍ରିମ‍୍‌ ଚର୍ଚ୍ଚିତ ସାମ୍ୱାଦିକ ମଧ୍ୟ ନିଜକୁ ସାମିଲ କରିଛନ୍ତି। କେହି କେହି ରାଜନୀତିକୁ ...

Read More »

ନୂଆ ରୂପରେ ‘ଧରିତ୍ରୀ’ ଡିଜିଟାଲ‍୍‌

Dharitri

– ଡିଜିଟାଲ‍୍‌ କଣ୍ଟେଣ୍ଟ୍ ଦୁନିଆରେ ‘ଧରିତ୍ରୀ’ର ଅପ‍୍‌ଡେଟସ‍୍‌ – ଇ-ପେପର ପାଇଁ ସ୍ୱତନ୍ତ୍ର ସ୍ଥାନ – ବ୍ଲୁ-  ବ୍ୟାକ ଡ୍ରପ ଓ ବଡ଼ ଅକ୍ଷର               ଭୁବନେଶ୍ୱର,(ଓଟି): ଡିଜିଟାଲ‍୍‌ କଣ୍ଟେଣ୍ଟ୍ ଦୁନିଆରେ ପ୍ରବେଶ କରିଛି ଓଡ଼ିଶାର ପ୍ରତିଷ୍ଠିତ ଖବରକାଗଜ ଧରିତ୍ରୀ। ପୂର୍ବରୁ ଏହାର ଇ-ପେପର ଆସୁଥିବା ପୋର୍ଟାଲ‍୍‌ରେ ପରିବର୍ତ୍ତନ ଅଣାଯାଇ ଏଥିପାଇଁ ଏକ ନୂଆ ରୁପ ଦିଆଯାଇଛି। ଧରିତ୍ରୀ ଅଫିସ ପରିସରରେ ...

Read More »

ଜୀ କଳିଙ୍ଗର ନୂଆ ରୂପ: ସଂସ୍କାର ସାଙ୍ଗକୁ ନୂଆ କାର୍ଯ୍ୟକ୍ରମ, “ବାପା’ ବିରୋଧରେ କାର୍ଯ୍ୟାନୁଷ୍ଠାନ

IMG-20170815-WA0069 (1)

ଭୁବନେଶ୍ୱର, (ଓଟି): ଜୀ-ନ୍ୟୁଜ୍‌ ନେଟ‍୍‌ୱର୍କର ଆଞ୍ଚଳିକ ନ୍ୟୁଜ୍‌ ଚ୍ୟାନେଲ‍୍‌ ଜୀ-କଳିଙ୍ଗ ନିଜର କଳେବର ପରିବର୍ତ୍ତନ ପାଇଁ ଚେଷ୍ଟା କରିଛି। ଇତିମଧ୍ୟରେ କିଛି ଅଣଦ୪ କର୍ମଚାରୀଙ୍କୁ ଦାୟିତ୍ୱରୁୂ ଅବ୍ୟାହତି ଦିଆଯାଇଥିବା ସୂଚନା ମିଳିଛି। ତା’ଛଡ଼ା ଚ୍ୟାନେଲ‍୍‌କୁ ଲୋକଙ୍କ ପାଖରେ ଆଦ୍ରୁତ କରିବା ଲାଗି କର୍ତ୍ତୃପକ୍ଷ ନୂଆ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ୬ଟି ନୂଆ କାର୍ଯ୍ୟକ୍ରମ ଜୀ-କଳିଙ୍ଗ କାର୍ଯ୍ୟକ୍ରମସୂଚୀରେ ଯୋଡ଼ାଯାଇଛି। ଏହା ସହ ଦୀର୍ଘଦିନ ଧରି ଚଳିଆସୁଥିବା ...

Read More »

ଦର୍ଶକ ରେଟିଂରେ କନକ ନ୍ୟୁଜ୍‌ ଯାଉଛି ତଳକୁ, ନ୍ୟୁଜ୍‌ୱର୍ଲଡ ଓଡ଼ିଶାର ବୃଦ୍ଧି ପ୍ରୟାସ

କନକ ନ୍ୟୁଜ୍‌ ସମ୍ପାଦକ ମନୋରଞ୍ଜନ ମିଶ୍ର ଓ ନ୍ୟୁଜ୍‌ୱର୍ଲଡ ଓଡ଼ିଶା ସମ୍ପାଦକ ସନ୍ଦୀପ ମିଶ୍ର

ଟିଆର‍୍‌ପି ହରାଉଛି କନକ ନ୍ୟୁଜ୍‌, ତିନିସପ୍ତାହରେ ୯ ପଏଣ୍ଟ ହ୍ରାସ  ନିଜସ୍ୱ ବିଜ୍‌ନେସ‍୍‌ ମଡେଲ‍୍‌କୁ ଚରିତାର୍ଥ କରିବାକୁ ବ୍ୟଗ୍ର ସମ୍ପାଦକ ମନୋରଞ୍ଜନ ମିଶ୍ର  ଦୁଇଟି ନୂଆ କାର୍ଯ୍ୟକ୍ରମ ଯୋଡ଼ି ନ୍ୟୁଜ୍‌ୱର୍ଲଡର ୩ ପଏଣ୍ଟ ଲାଭ ଭୁବନେଶ୍ୱର, (ଓଟି): ଟେଲିଭିଜନ‍୍‌ ନ୍ୟୁଜ୍‌ ଚ୍ୟାନେଲ‍୍‌ଗୁଡ଼ିକ ବୌଦ୍ଧିକ ବିକାଶର ମାଧ୍ୟମ ନୁହେଁ ବରଂ ସ୍ୱତନ୍ତ୍ର ବିଜ୍‌ନେସ‍୍‌ ମଡେଲ‍୍‌ ଅର୍ଥାତ୍ ଅର୍ଥ ରୋଜଗାରର ମାଧ୍ୟମ ବୋଲି ଦାବି କରୁଥିବା କନକନ୍ୟୁଜର ସମ୍ପାଦକ ଦିନକୁ ଦିନ ଭଲ ...

Read More »

ସଙ୍କୁଚିତ ହେଉଛି କନକ ନ୍ୟୁଜ୍‌ ନେଟୱର୍କ, କିଛି ସହରରେ ସୀମିତ ରହିବ ଚ୍ୟାନେଲ‍୍‌!

ଇଣ୍ଟରନେଟ‍୍‌ରେ ଉପଲବ୍ଧ କନକନ୍ୟୁଜ୍‌ କାର୍ଯ୍ୟକ୍ରମର ଏକ ଫଟୋ

ଭୁବନେଶ୍ୱର, (ଓଟି): ଓଡ଼ିଶାର ଦ୍ୱିତୀୟ ନମ୍ୱର ନ୍ୟୁଜ୍‌ ଚ୍ୟାନେଲ‍୍‌ ହେବା ଲାଗି ଜୋର‍୍‌ଦାର ପ୍ରତିଦ୍ୱନ୍ଦ୍ୱିତା କରୁଥିବା କନକ ନ୍ୟୁଜ୍‌ ଟିଭି ଚ୍ୟାନେଲ‍୍‌ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାଦ୍ୱାରା ଓଡ଼ିଶାର କୋଣେ ଅନୁକୋଣେ ମା’ଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟର ମିଡିଆ ମୋଗଲ‍୍‌ ଭାବେ ପରିଚିତ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ନିଷ୍ପ୍ରଭ ହେଉଛି। କାରଣ କନକଟିଭିରୁ କନକ ନ୍ୟୁଜ୍‌ରେ ରୂପାନ୍ତର ହେବା ...

Read More »

ଦିଲ୍ଲୀ ଉଠିଯିବ ଜୀ କଳିଙ୍ଗ!

zee

ଭୁବନେଶ୍ୱର,(ଓଟି): ଓଡ଼ିଶାରେ ଥିବା ଟିଭି ନ୍ୟୁଜ୍‌ ଚ୍ୟାନେଲ‍୍‌ଗୁଡ଼ିକରେ ଅସ୍ଥିରତା କ୍ରମଶଃ ବଢ଼ି ଚାଲିଛି। ବିଶେଷ କରି ଦୁଇଟି ଜାତୀୟ ସ୍ତରର ସଂସ୍ଥାରେ ପ୍ରତିଦିନ କିଛି ନା କିଛି ନୂଆ ନିଷ୍ପତ୍ତି ନିଆଯାଉଛି। ଭୋକ ବିକଳରେ ତାଟିଆ କାମୁଡ଼ିଲା ପରି ଏହି ଦୁଇଟି ଚ୍ୟାନେଲ‍୍‌ ଟିଆରପି ହାତେଇବା ଚକ୍କରରେ କିଛି କର୍ମଚାରୀଙ୍କୁ ହଇରାଣ କରିବାରେ ଲାଗିଛନ୍ତି। ସେମାନଙ୍କ ବଦଳି, ବହିଷ୍କାର ଆଦି କାର୍ଯ୍ୟ ଏକ ନିୟମିତ ଘଟଣାରେ ପରିଣତ ହୋଇଛି। ଗୁରୁବାର ...

Read More »

ଗଣମାଧ୍ୟମରେ ରାଜନୀତିକ ହସ୍ତକ୍ଷେପ: ଟିଭି-୯ ମରାଠୀରୁ ନିଖିଲ‍୍‌ ୱାଗ୍‌ଲେଙ୍କୁ ଅପସାରଣ

Nikhil wagle

ଭୁବନେଶ୍ୱର, (ଓଟି): କିଛଦିନ ତଳେ ଇପିଡବ୍ଲୁ ପତ୍ରିକାରୁ ସମ୍ପାଦକ ପୁରଞ୍ଜୟ ଗୁହା ଠାକୁର୍ତ୍ତାଙ୍କ ଇସ୍ତଫା ପରେ ମହାରାଷ୍ଟ୍ରର ପ୍ରସାରିତ ଟିଭି-୯ ନ୍ୟୁଜ୍‌ ଚ୍ୟାନେଲର ବରିଷ୍ଠ ସାମ୍ୱାଦିକ ନିଖିଲ‍୍‌ ୱାଗ୍‌ଲେଙ୍କୁ ଚାକିରିରୁ ହଠାତ୍ ବାହାର କରାଯାଇଛି। ତାଙ୍କଦ୍ୱାରା ଆଙ୍କରିଂ କରାଯାଉଥିବା ଏହି ଶୋ ଆଉ ପ୍ରସାରିତ ହେବ ନାହିଁ ବୋଲି ଚ୍ୟାନେଲ‍୍‌ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ଦି’ ୱୟାର‍୍‌ ନ୍ୟୁଜ୍‌ ପୋର୍ଟାଲରେ ପ୍ରକାଶ କରାଯାଇଛି। ଏହା ରାଜନୀତିକ ହସ୍ତକ୍ଷେପର ପ୍ରଭାବ ବୋଲି ...

Read More »

ଜୀ-କଳିଙ୍ଗରେ ସମର କଷା: ଆଗକୁ ବ୍ୟାପକ ପରିବର୍ତ୍ତନ ଇଙ୍ଗିତ କଲେ ନୂଆ କାର୍ଯ୍ୟନିର୍ବାହୀ, ଓଡ଼ିଶା ମୁଖ୍ୟଙ୍କୁ ଟାର୍ଗେଟ‍୍‌!

zee kalinga 2

ଭୁବନେଶ୍ୱର, (ଓଟି): ଆଞ୍ଚଳିକ ନ୍ୟୁଜ୍‌ ଚ୍ୟାନେଲ‍୍‌ ଜୀ କଳିଙ୍ଗରେ ଅସ୍ଥିରତା ଲାଗି ରହିଛି। ଓଡ଼ିଶା ମୁଖ୍ୟପଦବୀରୁ ବରିଷ୍ଠ ପ୍ରଶାସକ ତଥା “ଡାୟଲଗ୍‌ ୱିଥ୍ ଜେସି’ ଶୋର ହୋଷ୍ଟ ଜଗଦୀଶ ଚନ୍ଦ୍ରାଙ୍କ ଅପସାରଣ ପରେ ନୂଆକରି ନେଟ‍୍‌ୱର୍କର ଡେପୁଟି ସିଇଓ ପୁରୁଷୋତ୍ତମ ବୈଷ୍ଣବ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱ ନେବା ପରେ ସେ ଓଡ଼ିଶାରେ ଅବସ୍ଥାପିତ ବରିଷ୍ଠ ସାମ୍ୱାଦିକ ଓ ଟେକ୍ନିକାଲ‍୍‌ କର୍ମକର୍ତ୍ତାଙ୍କୁ ଚରମବାଣୀ ଶୁଣାଇଛନ୍ତି। ଦେଶରେ ଆମେ ଏକନମ୍ୱର ନ୍ୟୁଜ୍‌ ଚ୍ୟାନେଲ‍୍‌ ...

Read More »

ଇପିଡବ୍ଲୁ ସମ୍ପାଦକଙ୍କ ଇସ୍ତଫା: ଆଦାନୀ ପାୱାର‌୍‍ ବିରୋଧରେ ଲେଖିବାରୁ ଦଣ୍ଡ!

purnjay guha thakurta

ଭୁବନେଶ୍ୱର,(ଓଟି): ପଚାଶ ବର୍ଷରୁ ଅଧିକ ପୁରୁଣା ସାମାଜିକ ଓ ଅର୍ଥନୀତିକ ସମୀକ୍ଷା ପତ୍ରିକା ପ୍ପଇକୋନୋମିକ୍ସ ଆଣ୍ଡ ପଲିଟିକାଲ‌୍‍ ୱିକ୍ଲି ( ଇପିଡବ୍ଲୁ)ର ସମ୍ପାଦକ ପଦବୀରୁ ପରଞ୍ଜୟ ଗୁହା ଠାକୁର୍ତ୍ତା ଇସ୍ତଫା ଦେଇଛନ୍ତି। ଇସ୍ତଫାର କାରଣ କିଛି ଜଣାପଡ଼ି ନଥିଲେ ମଧ୍ୟ କିଛିଦିନ ତଳେ ତାଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧକୁ ନେଇ ଆଦାନୀ ଗ୍ରୁପ‌୍‍ ପକ୍ଷରୁ ଆସିଥିବା ମାନହାନୀ ମକଦ୍ଦମା ଏହାର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ...

Read More »

ସରକାରୀ ବାବୁଙ୍କ ଜାଲରେ ଗଣମାଧ୍ୟମ ପ୍ରତିନିଧି : ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦକାର୍ଡ ପ୍ରଦାନ ନେଇ ଅନେକ ଅସନ୍ତୁଷ୍ଟ

sports

ଭୁବନେଶ୍ୱର,(ଓଟି): ଏସିଆନ‍୍‌ ଆଥଲେଟ‍୍‌ର ସଫଳତା ସାଉଁଟୁଥିବା ରାଜ୍ୟର ନେତା ଓ ଅଫିସରମାନେ ଏବେ ମିଳିମିଶି କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଫସାଇଛନ୍ତି। ଖେଳର ପ୍ରଚାର ପ୍ରସାର ଦିଗରେ ଗଣମାଧ୍ୟମର ଭୂମିକାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେବା ପରିବର୍ତେ କିଛି ଗଣମାଧ୍ୟମ ପ୍ରତିନିଧି ଅଫିସରଙ୍କ ଚକ୍ରାନ୍ତରେ ପଡି ଆଗତୁରା ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଫେରିଛନ୍ତି। ଅବଶ୍ୟ ପରେ ମୁଖ୍ୟମନ୍ତ୍ରୀ ଟୁଇଟ‍୍‌କରି ଏହି ସାମ୍ୱାଦିକମାନଙ୍କୁ ଧନ୍ୟବାଦ ଦେଇଥିଲେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ...

Read More »

ଆଗକୁ ଓଟିଭିରେ ଝଡ଼ ଆଶଙ୍କା: ଦୟାନିଧିଙ୍କ ରାସ୍ତାରେ ବରିଷ୍ଠ ସାମ୍ୱାଦିକ ଦଳ

otv

ଏକ ପ୍ରତିଷ୍ଠିତ ଚ୍ୟାନେଲରୁ କୁଶଳୀ କର୍ମଚାରୀଙ୍କୁ ଆଣି ସମ୍ପୃକ୍ତ ସଂସ୍ଥାର ଲୋକପ୍ରିୟତାକୁ ହ୍ରାସ କରିବାର ଯେଉଁ ପରମ୍ପରା ୨୦୦୬ ମସିହାରେ ଆରମ୍ଭ କରିଥିଲା ସେହି ପରମ୍ପରା ଆଜି ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲରେ ଜାରି ରହିଛି। ଏହାଦ୍ୱାରା ସମ୍ପୃକ୍ତ ମୁହଁରେ ଥିବା ଦର୍ଶକ ତାଙ୍କ ଚ୍ୟାନେଲକୁ ଫେରି ଆସିବେ ବୋଲି ଆଶା କରାଯାଏ। କିନ୍ତୁ ବାସ୍ତବରେ ଓଡ଼ିଶାରେ ଯେ ତାହା ଅପ୍ରାସଙ୍ଗିକ ତାହା ସ୍ପଷ୍ଟ ହୋଇଛି। ଓଟିଭିରୁ ଅନେକ ସାମ୍ୱାଦିକଙ୍କୁ କନକ ...

Read More »