କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

MUST READ

stories that attracts you. must read to know the stories of Odisha.

ଗଣମାଧ୍ୟମରେ ରାଜନୀତିକ ହସ୍ତକ୍ଷେପ: ଟିଭି-୯ ମରାଠୀରୁ ନିଖିଲ‍୍‌ ୱାଗ୍‌ଲେଙ୍କୁ ଅପସାରଣ

Nikhil wagle

ଭୁବନେଶ୍ୱର, (ଓଟି): କିଛଦିନ ତଳେ ଇପିଡବ୍ଲୁ ପତ୍ରିକାରୁ ସମ୍ପାଦକ ପୁରଞ୍ଜୟ ଗୁହା ଠାକୁର୍ତ୍ତାଙ୍କ ଇସ୍ତଫା ପରେ ମହାରାଷ୍ଟ୍ରର ପ୍ରସାରିତ ଟିଭି-୯ ନ୍ୟୁଜ୍‌ ଚ୍ୟାନେଲର ବରିଷ୍ଠ ସାମ୍ୱାଦିକ ନିଖିଲ‍୍‌ ୱାଗ୍‌ଲେଙ୍କୁ ଚାକିରିରୁ ହଠାତ୍ ବାହାର କରାଯାଇଛି। ତାଙ୍କଦ୍ୱାରା ଆଙ୍କରିଂ କରାଯାଉଥିବା ଏହି ଶୋ ଆଉ ପ୍ରସାରିତ ହେବ ନାହିଁ ବୋଲି ଚ୍ୟାନେଲ‍୍‌ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ଦି’ ୱୟାର‍୍‌ ନ୍ୟୁଜ୍‌ ପୋର୍ଟାଲରେ ପ୍ରକାଶ କରାଯାଇଛି। ଏହା ରାଜନୀତିକ ହସ୍ତକ୍ଷେପର ପ୍ରଭାବ ବୋଲି ...

Read More »

ଜୀ-କଳିଙ୍ଗରେ ସମର କଷା: ଆଗକୁ ବ୍ୟାପକ ପରିବର୍ତ୍ତନ ଇଙ୍ଗିତ କଲେ ନୂଆ କାର୍ଯ୍ୟନିର୍ବାହୀ, ଓଡ଼ିଶା ମୁଖ୍ୟଙ୍କୁ ଟାର୍ଗେଟ‍୍‌!

zee kalinga 2

ଭୁବନେଶ୍ୱର, (ଓଟି): ଆଞ୍ଚଳିକ ନ୍ୟୁଜ୍‌ ଚ୍ୟାନେଲ‍୍‌ ଜୀ କଳିଙ୍ଗରେ ଅସ୍ଥିରତା ଲାଗି ରହିଛି। ଓଡ଼ିଶା ମୁଖ୍ୟପଦବୀରୁ ବରିଷ୍ଠ ପ୍ରଶାସକ ତଥା “ଡାୟଲଗ୍‌ ୱିଥ୍ ଜେସି’ ଶୋର ହୋଷ୍ଟ ଜଗଦୀଶ ଚନ୍ଦ୍ରାଙ୍କ ଅପସାରଣ ପରେ ନୂଆକରି ନେଟ‍୍‌ୱର୍କର ଡେପୁଟି ସିଇଓ ପୁରୁଷୋତ୍ତମ ବୈଷ୍ଣବ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱ ନେବା ପରେ ସେ ଓଡ଼ିଶାରେ ଅବସ୍ଥାପିତ ବରିଷ୍ଠ ସାମ୍ୱାଦିକ ଓ ଟେକ୍ନିକାଲ‍୍‌ କର୍ମକର୍ତ୍ତାଙ୍କୁ ଚରମବାଣୀ ଶୁଣାଇଛନ୍ତି। ଦେଶରେ ଆମେ ଏକନମ୍ୱର ନ୍ୟୁଜ୍‌ ଚ୍ୟାନେଲ‍୍‌ ...

Read More »

ଇପିଡବ୍ଲୁ ସମ୍ପାଦକଙ୍କ ଇସ୍ତଫା: ଆଦାନୀ ପାୱାର‌୍‍ ବିରୋଧରେ ଲେଖିବାରୁ ଦଣ୍ଡ!

purnjay guha thakurta

ଭୁବନେଶ୍ୱର,(ଓଟି): ପଚାଶ ବର୍ଷରୁ ଅଧିକ ପୁରୁଣା ସାମାଜିକ ଓ ଅର୍ଥନୀତିକ ସମୀକ୍ଷା ପତ୍ରିକା ପ୍ପଇକୋନୋମିକ୍ସ ଆଣ୍ଡ ପଲିଟିକାଲ‌୍‍ ୱିକ୍ଲି ( ଇପିଡବ୍ଲୁ)ର ସମ୍ପାଦକ ପଦବୀରୁ ପରଞ୍ଜୟ ଗୁହା ଠାକୁର୍ତ୍ତା ଇସ୍ତଫା ଦେଇଛନ୍ତି। ଇସ୍ତଫାର କାରଣ କିଛି ଜଣାପଡ଼ି ନଥିଲେ ମଧ୍ୟ କିଛିଦିନ ତଳେ ତାଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧକୁ ନେଇ ଆଦାନୀ ଗ୍ରୁପ‌୍‍ ପକ୍ଷରୁ ଆସିଥିବା ମାନହାନୀ ମକଦ୍ଦମା ଏହାର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ...

Read More »

ଘନଉଛି “ଏକ ଦେଶ ଏକ ପତାକା’ ବିବାଦ

ଜାତୀୟ ପତାକା ସହ ଜମ୍ମୁ-କଶ୍ମୀର ରାଜ୍ୟ ପତାକା ସ୍ଥାନୀତ ଏକ ସରକାରୀ ବୈଠକ। (ଫାଇଲ‍୍‌ ଫଟୋ)

ଓଡିଶାର ନିଜସ୍ୱ ପତାକା କେମିତି ହେବ? ଭୁବନେଶ୍ୱର, (ଓଟି): ନିଜର ସ୍ୱତନ୍ତ୍ରତାକୁ ପରିପ୍ରକାଶ କରିବା ପାଇଁ ଜମ୍ମୁ-କଶ୍ମୀର ରାଜ୍ୟ ନିଜର ରାଜ୍ୟ ପତାକା ବ୍ୟବହାର କରିଥାଏ। ଯେକୌଣସି ସରକାରୀ କୋଠା ବା ସରକାରୀ ବୈଠକରେ ଏହି ପତାକାକୁ ରାଷ୍ଟ୍ରୀୟ ପତାକା ସହ ଏକାଠି ଦେଖାଯାଏ। କିନ୍ତୁ ଭାରତର ଅନ୍ୟ କୌଣସି ରାଜ୍ୟରେ ଏହି ପରମ୍ପରା ଦେଖିବାକୁ ମିଳେ ନାହିଁ। ହେଲେ କାହିଁକି? ଏ ପ୍ରଶ୍ନ ଉଠାଇଛନ୍ତି କର୍ଣ୍ଣାଟକର ଜଣେ ବରିଷ୍ଠ ...

Read More »

ସରକାରୀ ବାବୁଙ୍କ ଜାଲରେ ଗଣମାଧ୍ୟମ ପ୍ରତିନିଧି : ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦକାର୍ଡ ପ୍ରଦାନ ନେଇ ଅନେକ ଅସନ୍ତୁଷ୍ଟ

sports

ଭୁବନେଶ୍ୱର,(ଓଟି): ଏସିଆନ‍୍‌ ଆଥଲେଟ‍୍‌ର ସଫଳତା ସାଉଁଟୁଥିବା ରାଜ୍ୟର ନେତା ଓ ଅଫିସରମାନେ ଏବେ ମିଳିମିଶି କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଫସାଇଛନ୍ତି। ଖେଳର ପ୍ରଚାର ପ୍ରସାର ଦିଗରେ ଗଣମାଧ୍ୟମର ଭୂମିକାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେବା ପରିବର୍ତେ କିଛି ଗଣମାଧ୍ୟମ ପ୍ରତିନିଧି ଅଫିସରଙ୍କ ଚକ୍ରାନ୍ତରେ ପଡି ଆଗତୁରା ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଫେରିଛନ୍ତି। ଅବଶ୍ୟ ପରେ ମୁଖ୍ୟମନ୍ତ୍ରୀ ଟୁଇଟ‍୍‌କରି ଏହି ସାମ୍ୱାଦିକମାନଙ୍କୁ ଧନ୍ୟବାଦ ଦେଇଥିଲେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ...

Read More »

ଆଗକୁ ଓଟିଭିରେ ଝଡ଼ ଆଶଙ୍କା: ଦୟାନିଧିଙ୍କ ରାସ୍ତାରେ ବରିଷ୍ଠ ସାମ୍ୱାଦିକ ଦଳ

otv

ଏକ ପ୍ରତିଷ୍ଠିତ ଚ୍ୟାନେଲରୁ କୁଶଳୀ କର୍ମଚାରୀଙ୍କୁ ଆଣି ସମ୍ପୃକ୍ତ ସଂସ୍ଥାର ଲୋକପ୍ରିୟତାକୁ ହ୍ରାସ କରିବାର ଯେଉଁ ପରମ୍ପରା ୨୦୦୬ ମସିହାରେ ଆରମ୍ଭ କରିଥିଲା ସେହି ପରମ୍ପରା ଆଜି ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲରେ ଜାରି ରହିଛି। ଏହାଦ୍ୱାରା ସମ୍ପୃକ୍ତ ମୁହଁରେ ଥିବା ଦର୍ଶକ ତାଙ୍କ ଚ୍ୟାନେଲକୁ ଫେରି ଆସିବେ ବୋଲି ଆଶା କରାଯାଏ। କିନ୍ତୁ ବାସ୍ତବରେ ଓଡ଼ିଶାରେ ଯେ ତାହା ଅପ୍ରାସଙ୍ଗିକ ତାହା ସ୍ପଷ୍ଟ ହୋଇଛି। ଓଟିଭିରୁ ଅନେକ ସାମ୍ୱାଦିକଙ୍କୁ କନକ ...

Read More »

ଜୀ କଳିଙ୍ଗରେ ହଲଚଲ‍୍‌: ଡେପୁଟୀ ଏଡିଟର‍୍‌ ସାରଦା ଲାହଙ୍ଗୀରଙ୍କ ଇସ୍ତଫା-ଓଡ଼ିଶା ପରିଚାଳନାରୁ ଜେସିଙ୍କୁ ଅବ୍ୟାହତି

sarda and JC

ଭୁବନେଶ୍ୱର,(ଓଟି): ଜୀ ନେଟ‍୍‌ୱର୍କ ଦ୍ୱାରା ପରିଚାଳିତ ଓଡ଼ିଶା ଭିତ୍ତିକ ନ୍ୟୁଜ୍‌ ଚ୍ୟାନେଲ‍୍‌ ଜୀ କଳିଙ୍ଗରେ ପୁଣିଥରେ ହଲଚଲ ଦେଖାଦେଇଛି। ତଳଠାରୁ ଆରମ୍ଭ କରି ଉପର ମୁଣ୍ଡର କର୍ମଚାରୀଙ୍କ ଯାଏ ଅଧିକାଂଶ କ୍ଷେତ୍ରରେ ବର୍ତ୍ତମାନର ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଛି।  ଚ୍ୟାନେଲର ଦ୍ୱିତୀୟ ଶକ୍ତିଶାଳୀ ସମ୍ପାଦକୀୟ ମୁଖ୍ୟ ଭାବେ ଜଣାଯାଉଥିବା ଏକମାତ୍ର ଡେପୁଟୀ ଏଡିଟର‍୍‌ ନିକଟରେ ନିଜ ପଦବୀରୁ ଇସ୍ତଫା ଦେବା ଦ୍ବାରା ଏହି ଅଭିଯୋଗ ଅଧିକ ...

Read More »

ଚଳିତ ରଥଯାତ୍ରାରେ ସର୍ବାଧିକ ବିଶୃଙ୍ଖଳିତ ପୁଲିସ

rath-yatra

ଭୁବନେଶ୍ୱର,(ଓଟି): ଚଳିତବର୍ଷ ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା, ସଂଧ୍ୟାଦର୍ଶନ, ବାହୁଡା, ସୁନାବେଶ, ଅଧର ଓ ନିଳାଦ୍ରୀ ବିଜେ ଆଦି ଶୃଙ୍ଖଳାର ସହିତ ଶେଷ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ସହ ବିଶେଷକରି ସେବାୟତମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଯୋଗୁ ଏହା ସମ୍ଭବପର ହୋଇପାରିଛି । ତେବେ ଏଥର ଯାତ୍ରାରେ ପୁଲିସ ପ୍ରଶାସନ ମଧ୍ୟରେ ରହିଥିବା ବିଶୃଙ୍ଖଳତା ପଦାରେ ପଡିଛି । ଯାହାକି ରାଜ୍ୟ ପୁଲିସ ...

Read More »

ସମୟ ପୂର୍ବରୁ ରଥଯାତ୍ରା ଶେଷ: କି ଗଦ ଶୁଙ୍ଘାଇଲେ ମୁଖ୍ୟ ପ୍ରଶାସକ ତାହାକୁ ନେଇ ଚର୍ଚ୍ଚା

PK JENA AND RATHYATRA

ସୀମିତ ରାଜନୀତିକ ହସ୍ତକ୍ଷେପ ଓ ଦଇତା ସେବାୟତଙ୍କୁ ସରକାରଙ୍କ ନାଲିଆଖି ମୁଖ୍ୟକାରଣ ଭୁବନେଶ୍ୱର,(ଓଟି): ମାତ୍ର ୧୨ଦିନରେ ସମୟ ନିର୍ଘଣ୍ଟ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଗୁରୁବାର ସନ୍ଧ୍ୟାରେ ଶେଷ ହୋଇଛି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ଗୋଟିକରି ରଥ ଉପରୁ ପହଣ୍ଡି କରି ରତ୍ନସିଂହାସନରେ ବିଜେ କରାଯିବା ପରେ ଅବଶିଷ୍ଟ ରୀତିନୀତି ଅନୁଷ୍ଠିତ ହୋଇଛି। ବିଗତ ବର୍ଷମାନଙ୍କରେ ଏମିତି କେବେ ହୋଇ ନଥିଲା। ଦିନ ଥାଉ ଥାଉ ଶ୍ରୀଜଗନ୍ନାଥଙ୍କ ବିଜେ ପହଣ୍ଡି ଅନୁଷ୍ଠିତ ହେବା ...

Read More »

ନିଳାଦ୍ରୀ ବିଜେରେ ରତ୍ନବେଦୀକୁ ବାହୁଡ଼ିଲେ ମହାବାହୁ

niladribije

ପୁରୀ,(ଓଟି): ରଥଯାତ୍ରାର ଶେଷ ପର୍ଯ୍ୟାୟ ନୀଳାଦ୍ରିବିଜେରେ ଆଜି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି। ୨୫ ତାରିଖ ଶ୍ରୀଗୁଣ୍ଡିଚା ଠାରୁ ଆଜିପର୍ଯ୍ୟନ୍ତ ୧୨ଦିନ ପ୍ରଭୁ ଶ୍ରୀମନ୍ଦିର ଛାଡ଼ିଯାଇଥିଲେ। ଆଜି ମହାପ୍ରଭୁଙ୍କ ରତ୍ନ ସିଂହାସନ ବିଜେ ପରେ ନୀଳକନ୍ଦରରେ ଗହଳି ଲାଗିଲା। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କଲେ ମହାବାହୁ। ଗତ ନିଳାଦ୍ରୀ ବିଜେବେଳେ ବିଶୃଙ୍ଖଳା ଘଟିଥିବାରୁ ଏଥର ସଅଳ ପହଣ୍ଡି ହୋଇଛି। ଆଜି ନୀତି ନିର୍ଘଣ୍ଟର ଦେଢ ଘଣ୍ଟା ପୂର୍ବରୁ ପହଣ୍ଡି ...

Read More »

କାଲି ନିଳାଦ୍ରୀବିଜେ

Parla-jagannath2

ପୁରୀ,(ଓଟି): ମହାପ୍ରଭୁଙ୍କ ରଥଯାତ୍ରାର ଶେଷ ପର୍ଯ୍ୟାୟ ନୀଳାଦ୍ରୀ ବିଜେ ଆସନ୍ତା କାଲି ସନ୍ଧ୍ୟା ୬.୩୦ରେ ଆରମ୍ଭ ହେବ। ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରତ୍ନ ସିଂହାସନରେ ବିଭୂଷିତ କରାଯିବ। ନୀଳାଦ୍ରୀ ବିଜେ ଦିନ ରଥ ଉପରେ ଠାକୁର ମାନଙ୍କର ସନ୍ଧ୍ୟା ଧୂପ ସରିବା ପରେ ଚାରମାଳ ବନ୍ଧାଯିବ। ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରୀ ଲାଗିହେବ। ପ୍ରଥମେ ମଦନ ମୋହନ ପରେ ପରେ ରାମକୃଷ୍ଣଙ୍କୁ ମହାଜନସେବକମାନେ ହାତରେ ...

Read More »

ଅଧର ହାଣ୍ଡିରୁ ପଣା ପାଇଲେ ଅଶରୀରି

Adhara Pana Ustarga at three rath

ପୁରୀ,(ଓଟି): ଗତକାଲି ତିନି ଠାକୁର ସୁବର୍ଣ୍ଣ ବେଶରେ ମଣ୍ଡିତ ହେବା ପରେ ଆଜି ତିନି ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡି ପ୍ରଭୁଙ୍କ ଅଧି ପର୍ଯ୍ୟନ୍ତ ରହି ପଣା ଭୋଗ ହେଉଥିବାରୁ ଏହାର ନାମ ଅଧରପଣା କୁହାଯାଏ। ପ୍ରତି ଠାକୁରଙ୍କ ପାଖରେ ଗୋଟିଏ ବଡହାଣ୍ଡି ଓ ଅନ୍ୟ ଦୁଇଟି ଛୋଟ ହାଣ୍ଡିରେ ପଣା ହୋଇଥାଏ। ବୁଧବାର ମଧ୍ୟାହ୍ନ ଧୂପ ପରେ ଅଧରପଣା ପାଇଁ ...

Read More »

ଯାତ୍ରା କ୍ଲାନ୍ତି ଦୂର ପାଇଁ ପ୍ରଭୁ ଚାରିମାସ ଶୋଇବେ

The jagannth idol at Talcher Temple

ପୁରୀ,(ଓଟି): ନୀଳକନ୍ଦର ଠାକୁର ପ୍ରଭୁ କାଳିଆଙ୍କ ବିଭିନ୍ନ ଲୀଳା ଦେଖିବାକୁ ମିଳେ ଶ୍ରୀକ୍ଷେତ୍ରରେ। ବାରମାସରେ ୧୩ ଯାତ୍ରା ମଧ୍ୟରୁ ରଥଯାତ୍ରା ଅନ୍ୟତମ। ରଥଯାତ୍ରାରେ ପ୍ରଭୁ ସେନାପତି ପରି ସେନାପଟା ଲାଗିହୋଇ ରଥଚଢ଼ି ଶ୍ରୀଗୁଣ୍ଡିଚା ମନ୍ଦିର ଯାଆନ୍ତି ଓ ଶ୍ରୀମନ୍ଦିର ଫେରନ୍ତି। ପରେ ସୁନାବେଶ ହୁଅନ୍ତି। ପରେ ଯାତ୍ରାକାଳୀନ କ୍ଲାନ୍ତି ମେଟାଂଇବା ସହ ମା’ ଲକ୍ଷ୍ମୀଙ୍କ କଥା ବୁଝନ୍ତି। ପ୍ରଭୁ ୪ମାସ ନିଦ୍ରାଯିବା ମଧ୍ୟରେ ମା’ ଲକ୍ଷ୍ମୀ ପଦ ପ୍ରକ୍ଷାଳନ କରନ୍ତି। ...

Read More »

ସୁନାରେ ସଜ୍ଜିତ ହେଲେ ମହାବାହୁ

jagannath_photo

୧୨ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ପୁରୀ,(ଓଟି): ମହାପ୍ରଭୁଙ୍କ ମହାବେଦୀ ମହୋତ୍ସବର ଆଜି ସୁନାବେଶ। ବଡ଼ଦାଣ୍ଡରେ ସର୍ବ ସାଧାରଣ, ସର୍ବଧର୍ମର ମାନବମାନଙ୍କୁ ସୁବର୍ଣ୍ଣ ଠାକୁର ଭାବେ ଉଭାହୋଇ ଦର୍ଶନ ଦେଇଛନ୍ତି ଶ୍ରୀଜୀଉମାନେ । ଏହି ଦୁଲ୍ର୍ଲଭ ସୁବର୍ଣ୍ଣବେଶକୁ ଦର୍ଶନ କଲେ ଅନନ୍ତ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ଅଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ଉପଭୋଗ୍ୟ ଓ ଆକର୍ଷଣୀୟ ବେଶ ଦେଖିବା ପାଇଁ ସିଂହଦ୍ୱାର ଚାରିପଟେ ଭକ୍ତଙ୍କ ସୁଅ ଛୁଟିଛି। ୧୨ଲକ୍ଷ ଭକ୍ତ ...

Read More »

ରଥଯାତ୍ରା ନଥି(୯): ୧୮୯୫ ପାହାନ୍ତାରେ ହେଲେ ରଥ ବିଜେ

ଶ୍ରୀମନ୍ଦିର ଉତ୍ତର ଦ୍ୱାର ପଟୁ ଦୃଶ୍ୟ

ରଥଯାତ୍ରା ଆସିଲେ ଏହାର ସୁରୁଖୁରୁ ପରିଚାଳନା ନେଇ ସବୁଆଡେ଼ ଚର୍ଚ୍ଚା ଚାଲେ, ବିଶେଷକରି ଯେଉଁମାନେ ଶ୍ରୀଜଗନ୍ନାଥ ପ୍ରେମୀ ଏବଂ ଜଗନ୍ନାଥ ସଂସ୍କୃତି ଉପରେ ରୁଚି ରଖନ୍ତି ସେମାନେ ଏହାକୁ ନେଇ ଉତ୍ସାହ ଦେଖାନ୍ତି। ରଥଗୁଡ଼ିକ କେତେବେଳେ ସିଂହଦ୍ୱାରେ ପହଞ୍ଚିବେ, ପ୍ରତିଷ୍ଠା କେତେବେଳେ ହେବ, ଠାକୁରଙ୍କ ପହଣ୍ଡି କେତେବେଳେ ଆରମ୍ଭ ହେବ ଆଉ ରଥ ଟଣା କେତେବେଳେ ହେବ ଏମିତି ରଥଯାତ୍ରାର ନିର୍ଘଣ୍ଟର ପ୍ରଚାର ହୁଏ। ଅବଶ୍ୟ ପ୍ରଶାସନ ବା ସେବାୟତଙ୍କ ...

Read More »

ରଥଯାତ୍ରାର ନଥି (୮): ନାଗାବାବାଙ୍କ ଦାଦାଗିରି

ମନ୍ଦିର କାନ୍ଥର ଏକ ଦୃଶ୍ୟ

ରଥଯାତ୍ରାରେ ସାଧୁସନ୍ଥଙ୍କ ସମାଗମ ହେବା କିଛି ନୂଆ କଥା ନୁହେଁ। ଯୁଗେ ଯୁଗେ ଏହି ପରମ୍ପରା ରହି ଆସିଛି। ନବକଳେବର ବର୍ଷ ଥିବାରୁ ବିଭିନ୍ନଅ୍ରାଡ଼ୁ ସାଧୁ ସନ୍ଥମାନେ ୧୮୯୩ ରଥଯାତ୍ରାକୁ ଆସିଥିଲେ। ସ୍ନାନ ପୂର୍ଣ୍ଣମୀଠାରୁ ସେମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ସେମାନେଯେ, ଖାଲି ଭକ୍ତି ପୂର୍ବକ ପ୍ରଭୁଙ୍କ ଦର୍ଶନ ଲାଗି ଆସିଥିଲେ ତା ନୁହେଁ ଏଠାରେ ବ୍ୟବସାୟୀଙ୍କ ଉପରେ ଅତ୍ୟାଚାର ଏମିତି କଲେଯେ, ତାହା ଖବରକାଗଜ ପୃଷ୍ଠା ମଣ୍ଡନ କରିଥିଲା। ...

Read More »

ରଥଯାତ୍ରାର ନଥି (୭): ରଥ ଚଢ଼ିବା ନେଇ କଟକଣା

ସମୁଦ୍ରକୂଳରୁ ଶ୍ରୀମନ୍ଦିରର ଦୃଶ୍ୟ। ବ୍ରିଟିଶ‍୍‌ ଶାସନ ସମୟରେ ଅଙ୍କିତ ଏକ ଚିତ୍ର। ( ସୌ: ଶ୍ରୀମନ୍ଦିର ପ୍ରଶାସନ)

୧୮୯୩ର ରଥ ଯାତ୍ରା ବେଶ‍୍‌ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଏବର୍ଷ ନବକଳେବର ପର୍ବ ହେତୁ ବିଶେଷ ଯାତ୍ରୀଙ୍କ ସମାଗମ ହୋଇଥିଲା। ପୂର୍ବ ବର୍ଷମାନଙ୍କରେ ୧୦ରୁ ୧୫ ହଜାର ବା ଅତିବେଶୀରେ ୨୦ ହଜାର ଯାତ୍ରୀଙ୍କ ସମାଗମ ହେଲେ ଯଥେଷ୍ଟ ହେଉଥିଲା। କିନ୍ତୁ ଏବର୍ଷ ତାହା ୨ଲକ୍ଷକୁ ଟପଥାଏ। ଯାତ୍ରୀଙ୍କ ସାଙ୍ଗକୁ ରଥକାର୍ଯ୍ୟର ପରିଚାଳନା କରିବା ପୁଲିସ ଓ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଗଣାଯାଉଥିଲା। ଏହି କ୍ରମରେ ସବୁ ...

Read More »