କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଅନୁଶୀଳନ

ସଦ୍ୟ ପ୍ରସଙ୍ଗକୁ ନେଇ ଲିଖିତ ପ୍ରବନ୍ଧ ଓ ଅନୁଶୀଳନ

ଆବର୍ଜନାର ପାହାଡ ଏକ ଚ୍ୟାଲେଞ୍ଜ

solid-waste-management-500x500

ସୁଧିରେନ୍ଦର ଶର୍ମା   ଦେଶର ଅଧିକାଂଶ ବଡ, ମଧ୍ୟମ ଏବଂ ଛୋଟ ସହର ମାନଙ୍କରେ ଅଶୋଧିତ ଅଳିଆ ଆବର୍ଜନାର ପାହାଡ ସାଧାରଣତଃ ଦୃଷ୍ଟିଗୋଚର ହୋଇଥାଏ। ଯେ କୌଣସି ସହରକୁ ଗଲେ ଆଗନ୍ତୁକମାନଙ୍କ ସ୍ୱାଗତ ଆବର୍ଜନାର ସ୍ତୁପ ଜରିଆରେ କରାଯିବା ପରି ମନେ ହୁଏ। ସହରରେ ଇତଃସ୍ତତଃ ଭାବେ ପଡି ରହିଥିବା ଆବର୍ଜନା ଦ୍ରୁତଗତିରେ ବୃଦ୍ଧି ପାଉଥିବା ସମୃଦ୍ଧିକୁ ଦର୍ଶାଇଥାଏ। ଏହାର ପରିମାଣ ସ୍ୱରୂପ ପ୍ରାୟ ସବୁ ସହରରେ ଏହି କୁଢ ...

Read More »

ଓଡ଼ିଆ ଶିଖିବାକୁ ନବୀନ ଦେଇଥିବା ପ୍ରତିଶ୍ରୁତିର ଭିଡିଓ ଏବଂ ତାହାର ଭାବାର୍ଥ ରୂପାନ୍ତରଣ 

Naveen Video1

ଭୁବନେଶ୍ୱର (ଓଟି): ଭାରତର ଜଣେ ପ୍ରତିଷ୍ଠିତ ଇଂଲିଶ‍୍‌ ଭାଷାର ସାମ୍ୱାଦିକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ବନ୍ଧୁ କରନ‍୍‌ ଥାପରଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ନବୀନ କ’ଣ କହିଥିଲେ ତାହାର ସେହି ଭିଡିଓ ରେକର୍ଡିଂ ଏଠାରେ  ଉପସ୍ଥାପନ କରୁଛୁ। ପୂର୍ବ ରିପୋର୍ଟରେ ଆମେ ସେହି ଭିଡିଓକୁ ସଂଯୋଗ କରିବାରେ ସଫଳ ହୋଇଥିଲୁ। ଆଜି ତାହା ଆପଣଙ୍କ ଜାଣିବା ଉଦ୍ଦେଶ୍ୟରେ ସଂଯୋଗ କରୁଛୁ। କେବଳ ଆପଣଙ୍କ ଜାଣିବା ଉଦ୍ଦେଶ୍ୟରେ। ...

Read More »

ବିବାଦରେ ବିଜେଡି ସଭାପତି : ୨୦ ବର୍ଷତଳର ପ୍ରତିବଦ୍ଧତା ହେଲା ପାଣିର ଗାର, ଟ୍ୱିଟର‍୍‌ରେ ଭିଡିଓ କ୍ଲିପିଂ ଭାଇରାଲ

Naveen Odia speech

ଏହି ସାକ୍ଷାତକାରରୁ ସ୍ପଷ୍ଟ ଜଣାପଡ଼ୁଛିଯେ, ଆମ ଭିତରୁ କିଛି ଗୋଡ଼ାଣିଆ ଲୋକଙ୍କଯୋଗୁ ନବୀନ ବାବୁ ଆଜି ଓଡ଼ିଆ କହିପାରୁ ନାହାନ୍ତି ବା ତାଙ୍କ ପ୍ରତିଶ୍ରୁତିକୁ ପୂରଣ କରିନାହାନ୍ତି। କାରଣ ଆମର ହିନ୍ଦି ପ୍ରୀତି ହିଁ ତାଙ୍କ ମନୋଭାବକୁ ବୁଝିବା ଏବଂ ଆମ ପ୍ରଶ୍ନକୁ ସେ ବୁଝିବା ଭିତରେ କିଛି ଅନ୍ତରାୟ ସୃଷ୍ଟି କରିପାରି ନାହିଁ। ଏଠି ପ୍ରଶ୍ନ ଉଠୁଛି  ଭାଷାବିତ ମାନେ କାହିଁକି ଓଡ଼ିଆକୁ ଶାସ୍ତ୍ରୀୟ ଭାଷା କରିବା ପାଇଁ ...

Read More »

ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ

shayama

-ଭୁବନାନନ୍ଦ ତ୍ରିପାଠୀ ସ୍ୱାଧୀନ ଭାରତରେ ସ୍ୱରାଜ,ସ୍ୱଦେଶୀ ଓ ସ୍ୱ-ତନ୍ତ୍ରର ପ୍ରତିଷ୍ଠା ପାଇଁ ଯେଉଁଁ କେତେଜଣ ମହାମନିଷୀ ଆଜୀବନ ଅଭିଯାନ ଚଳାଇଥିଲେ ସେମାନଙ୍କ ଭିତରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଅନ୍ୟତମ। ୧୯୦୧ ମସିହା ଜୁଲାଇ ୬ ତାରିଖରେ ତାଙ୍କର ଜନ୍ମ, ଏବଂ ୧୯୫୩ ମସିହା ଜୁନ‌୍‍ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ୫୨ ବର୍ଷର ସ୍ୱଳ୍ପକାଳୀନ ଆୟୁ ଭିତରେ ଡ. ଶ୍ୟାମାପ୍ର‌୍‍ସାଦ ସାରା ଦେଶପାଇଁ ଯେଉଁ ଦୁଃସାହାସିକ ପଥ ...

Read More »

ଦକ୍ଷିଣ ଏସୀୟ ଉପଗ୍ରହ ଦ୍ୱାରା ଯୋଗାଯୋଗ ପ୍ରୋତ୍ସାହନ

satellite_0

କେ.ଭି. ଭେଂଙ୍କଟ ସୁବ୍ରମଣ୍ୟମ‌୍‍ ଭାରତର ସର୍ବ ପ୍ରଥମ ଦକ୍ଷିଣ ଏସୀୟ ଉପଗ୍ରହ ( ଏସ‌୍‍ଏଏସ‌୍‍) ର ସଫଳତା ପୂର୍ବକ ଉତ‌୍‍କ୍ଷେପଣ କରିଛି। ଏହା ଦ୍ୱାରା ଭାରତର ଛ’ଟି ପଡୋଶୀ ରାଷ୍ଟ୍ର ମଧ୍ୟରେ ସଂଚାର ପ୍ରଣାଳୀର ସୁବିଧା ମିଳିବ। ବିପର୍ଯୟ ବେଳେ ସଂପର୍କ ପ୍ରତିଷ୍ଠାରେ ସୁବିଧା ହେବ। ଦକ୍ଷିଣ ଏସୀୟ ଉପଗ୍ରହ ପ୍ରେରଣ ଦ୍ୱାରା ମହାକାଶ କୁଟନୀତି କ୍ଷେତ୍ରରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିପାରିଛି। ୨୨୩୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ...

Read More »

ଟଙ୍କିକିଆ ଚାଉଳରେ ୧୦ ଟଙ୍କିଆ ଦୁର୍ନୀତି: ବର୍ଷକୁ ଲୁଟି ୨୦୦୦ କୋଟି

rice

ପ୍ରହଲାଦ କୁମାର ସିଂହ ଟଙ୍କିକିଆ ଚାଉଳରେ ୧୦ ଟଙ୍କିଆ ଦୁର୍ନୀତି। ସାରା ଓଡ଼ିଶାରେ ଯେତେ ଟଙ୍କିକିଆ ଚାଉଳ କାରବାର ହେଉଛି ସେଥିରେ ଦୁର୍ନୀତିର ପରିମାଣ ଅତିକମ‍୍‌ରେ ବର୍ଷକୁ ୨ହଜାର କୋଟି ଟଙ୍କା ହେବ। ସାରା ଦେଶରେ ଏ ଦୁର୍ନୀତିର ପରିମାଣ ବାର୍ଷିକ ୪୦ହଜାର କୋଟି ଟଙ୍କାରୁ ଅଧିକ। ଗରିବୀ ରାଜନୀତି ଓ ସାମାଜିକ ସୁରକ୍ଷା ନାମରେ ଅସାମାଜିକ ରାଜନେତା ଓ ସେମାନଙ୍କ ସୁରକ୍ଷା ଚକ୍ର ସାଜୁଥିବା ଅସାଧୁ ବ୍ୟବସାୟୀ ଓ ...

Read More »

ପୂଜା କଲେ ସତ୍ୟ, ଫାଇଦା ନେଲେ ରବୀନ୍ଦ୍ର

Rabijena and Satya Nayak

ଭୁବନେଶ୍ୱର, (ଓଟି): ବ୍ୟବସାୟୀରୁ ରାଜନେତା ହୋଇଥିବା ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କୁ ନେଇ ଏବେ ବେଶ‍୍‌ ଚର୍ଚ୍ଚା ଚାଲିଛି। କିଛିଦିନ ତଳେ ତାଙ୍କ ଉପରେ ଲାଗିଥିବା ଚିଟ‍୍‌ଫଣ୍ଡ କାରବାରେ ସମ୍ପୃକ୍ତି ଅଭିଯୋଗରୁ ତାଙ୍କୁ ଜାମିନ ମିଳିବା ଏବଂ ଓଡ଼ିଶାରେ ଥିବା ନ୍ୟୁଜ୍‌ ୱର୍ଲଡ୍ ଓଡ଼ିଶା ଟିଭି ଚ୍ୟାନେଲ‍୍‌କୁ ହାତେଇବା ତାଙ୍କ ପାଇଁ ନିହାତି ସଫଳତାର ବିଷୟ। ତେବେ ଏହି ଦୁଇ ସଫଳତା ତାଙ୍କୁ ପରୋକ୍ଷରେ ହେଲେ ବି ବରିଷ୍ଠ ସାମ୍ୱାଦିକ ...

Read More »

ରାୟଗଡାର ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ

Untitled-2copy

୧୯୫୪ ମସିହାରେ ଦ୍ୱାରା ଭାକୁରଗୁଡାରେ ଆରମ୍ଭ ହୋଇଥିଲା ଏଇ ବିଦ୍ୟାଳୟ। ୧୯୮୬ ମସିହାରେ ୪୦ ଆସନ ବିଶିଷ୍ଟ ପିଏସଏଚ ବାଳକ ହଷ୍ଟେଲ ଆରମ୍ଭ ହେଲା। ତତ୍କାଳୀନ ରାଜ୍ୟପାଳ ସ୍ୱର୍ଗତ ବିଶ୍ୱମ୍ୱର ନାଥ ପାଣ୍ଡେଙ୍କ କରକମଳରେ ଉତ୍ସର୍ଗୀକୃତ ହୋଇଥିଲା ଟିଣରେ ନିର୍ମିତ ହଷ୍ଟେଲ। ପରବର୍ତୀ ସମୟରେ ୨୦୦୦ ମସିହାରେ ଆରମ୍ଭ ହେଲା ୫୦ ଆସନ ବିଶିଷ୍ଟ କେବିକେ ବାଳିକା ହଷ୍ଟେଲ। ୨୦୦୭ ବେଳକୁ ଏହା ସେବାଶ୍ରମରୁ ଆଶ୍ରମକୁ ରୂପାନ୍ତରିତ ହେଲା ଏବଂ ...

Read More »

ଦିଲ୍ଲୀପ ରାୟଙ୍କୁ ସିବିଆଇ ଚାର୍ଜସିଟ‌୍‍ ଅନ୍ତରାଳେ…

dillip

କାରଣ-୧: ଦିଲ୍ଲୀପଙ୍କ ଲୋକପ୍ରିୟତାରେ ଅସନ୍ତୁଷ୍ଟ କେନ୍ଦ୍ରମନ୍ତ୍ରୀ କାରଣ-୨: ବିଜୁ ଲିଗାସୀକୁ ନେଇ ଦିଲ୍ଲିପଙ୍କ ଭାବମୂର୍ତ୍ତିର  ପୁନରୁଦ୍ଧାର କାରଣ ୩: ଦିଲ୍ଲୀପ ଯିବେ ବିଜେଡି ଟିକେଟ‌୍‍ରୁ ରାଜ୍ୟସଭା ଭୁବନେଶ୍ୱର, (ଗୌରିପ୍ରସାଦ ମହାପାତ୍ର): ବହୁ ଚର୍ଚ୍ଚିତ କୋଲ‌୍‍ଗେଟ‌୍‍ ଦୁର୍ନୀତିରେ ବରିଷ୍ଠ ନେତା ତଥା ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ନାମରେ ସିବିଆଇ ଚାର୍ଜସିଟ‌୍‍ ପ୍ରସ୍ତୁତ କରୁଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସ୍ୱାଭାବିକ ଭାବରେ ଏହାପଛରେ ଥିବା କାରଣ ଓ ଯଥାର୍ଥତା ସମ୍ପର୍କରେ ...

Read More »

ଏପ୍ରିଲ‌୍‍ ୬: ଇତିହାସ ଡାକି ଡାକି କହୁଛି

salt-revolution

ପ୍ରହଲାଦ କୁମାର ସିଂହ ଏପ୍ରିଲ‌୍‍ ୬ ଭାରତ ଇତିହାସର ଏକ ଅବିସ୍ମରଣୀୟ ଦିନ। ମୁଠାଏ ଲୁଣ ଗୋଟାଏ ସାମ୍ରାଜ୍ୟକୁ କିପରି ଦୋହଲାଇ ଦେଇପାରେ ତାହାର ସାକ୍ଷୀ ହେଉଛି ଏହି ଇତିହାସ ପ୍ରସିଦ୍ଧ ଦିନ। ଭାରତର ସ୍ୱାଧୀନତା ସଂଗ୍ରାମକୁ ଏହି ଦିନ ଦେଇଥିଲା ନୂଆ ଦିଗ‌୍‍ଦର୍ଶନ। ୧୯୨୧ରେ ଅସହଯୋଗ ଆନ୍ଦୋଳନ ବେଳେ ଚୌରୀଚୌରାରେ ଘଟିଥିବା ହିଂସାକାଣ୍ଡରେ ବ୍ୟଥିତ ହୋଇ ମହା™ାଗାନ୍ଧୀ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଏହାପରେ ୧୯୩୦ରେ ଆରମ୍ଭ କରିଥିଲେ ଲବଣ ...

Read More »

ନବୀନଙ୍କ ନିଷ୍କର୍ମା ଶିଳା: ଅଭିଶପ୍ତ ନା ଅଶୁଭ

Exif_JPEG_420

ପ୍ରହଲାଦ କୁମାର ସିଂହ କାମ ହେଉକି ନ ହେଉ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବ୍ୟୟବହୁଳ ଭିତ୍ତିପ୍ରସ୍ତର ସ୍ଥାପନ ଏକ ପ୍ରଥାରେ ପଡ଼ିଯାଇଛି। ଏ କ୍ଷେତ୍ରରେ ବିନା କାମରେ ପ୍ରଚାର ବେଶୀ। ଆଉ ତା’ ପୁଣି ସରକାରୀ ଖର୍ଚ୍ଚରେ। ମୁଖ୍ୟମନ୍ତ୍ରୀ ଶୁଭ ଦେବେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଏ ପୃଷ୍ଠା ପୃଷ୍ଠା ବିଜ୍ଞାପନ। ଶିଳାନ୍ୟାସ ପରେ ପୁଣି ସଚିତ୍ର ସମ୍ୱାଦ ପରିବେଷଣ। କେବଳ ସେତିକି ନୁହେଁ ଦୂରଦୂରାନ୍ତ ହୋଇଥିଲେ ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀ ...

Read More »

ହସୁଛି ଡଲାର-କାନ୍ଦୁଛି ଟଙ୍କା

RupeevsDollar

ପ୍ରହଲାଦ କୁମାର ସିଂହ ଭାରତ ଆଗରେ ଏକ ବଡ଼ ଆହ୍ୱାନ ହେଉଛି ଆନ୍ତର୍ଜାତିକ ବଜାରରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ। ମୋ ଭାରତ ମହାନ‌୍‍, ଭାରତ ଚମ‌୍‍କୁଛି, ଏକ ଭାରତ-ଶ୍ରେଷ୍ଠ ଭାରତ ଆଦି ଯେତେ ରାଜନୈତିକ ଧ୍ୱନି ଦିଆଗଲେ ବି ଏକଥା ସତ ଯେ ଅର୍ଥନୀତିର ଅଜବ ଗୋଲକ ଧନ୍ଦାରେ ଛନ୍ଦି ହୋଇପଡ଼ିଥିବା ଆମ ଦେଶର ଆର୍ଥିକ ବ୍ୟବସ୍ଥା ଏକପ୍ରକାର ଅଣନିଃଶ୍ୱାସୀ ହୋଇପଡ଼ିଲାଣି। ଟଙ୍କାର ମୂଲ୍ୟ ହ୍ରାସ ସହ ତାଳଦେଇ ...

Read More »

ମୋଦିଙ୍କ ପାଇଁ ବଡ଼ କିଏ- ନୀତି ଆୟୋଗ ନା ଧର୍ମେନ୍ଦ୍ର?

Dharmendra-pradhan

ଭୁବନେଶ୍ୱର,(ଗୌରିପ୍ରସାଦ ମହାପାତ୍ର): ଚଣ୍ଡିଖୋଲରେ ପ୍ରସ୍ତାବିତ ଅଶୋଧିତ ତୈଳଭଣ୍ଡାର ନିର୍ମାଣ ପାଇଁ ୨୦୧୭-୧୮ ବଜେଟ‌୍‍ରେ ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାଦ୍ୱାରା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସହିତ ସାମାଜିକ ବିକାଶ ହେବ ବୋଲି ଯେଉଁ ଯୁକ୍ତି ଉପସ୍ଥାପନ କରାଯାଉଛି ତାହାର ଶ୍ରେୟ ନେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଶାୟୀ ତାଲିକାରେ ଥିବା କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପକ୍ରମ ସ୍ୱାଭାବିକ। ବିହାର ରାଜ୍ୟସଭା ଆସନରୁ ପାରାଦୀପ ତୈଳ ...

Read More »

ମହାତ୍ମା ଗାନ୍ଧୀଙ୍କ ହତ୍ୟା ଷଡ଼ଯନ୍ତ୍ରର ଲମ୍ୱା ତାଲିକା

Mahatma Gandhi

ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ଅଧିନାୟକତ୍ୱରେ ପରିଚାଳିତ ସ୍ୱାଧୀନତା ସଂଗ୍ରାମରେ ସତ୍ୟାଗ୍ରହ ଅସ୍ତ୍ରର ସଫଳ ପ୍ରୟୋଗ ଫଳରେ ଭାରତରେ ବ୍ରିଟିଶ‌୍‍ ଶାସନର ଅବସାନ ଘଟିଲା ୧୯୪୭ ଅଗଷ୍ଟ ୧୫ରେ। ସତ୍ୟ ଓ ଅହିଂସା ବଳରେ ଭାରତ ଯେଭଳି ଅଦ୍ଭୂତପୂର୍ବ ସ୍ୱାଧୀନତା ହାସଲ କଲା ତାହା ସମଗ୍ର ବିଶ୍ୱରେ ହୋଇଥିଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। କିନ୍ତୁ କୃତଘ୍ନତାର ଶୀର୍ଷ ସୋପାନକୁ ଯାଇ ଏକ ବିକୃତ ବିଚାର ଆଧାରରେ ଯେଉଁ ଗୁପ୍ତ ଷଡ଼ଯନ୍ତ୍ର ...

Read More »

ଚତୁର ବିଲୁଆର ଯୁଗ ସରିବ!

fox2

ବିଲୁଆ ବଡ ଚତୁର, ପଇଡ ବଡ ମଧୁର। ପିଲାବେଳୁ ପଢିଥିବା ଏହି ଉକ୍ତିରେ ଏବେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ସବୁଠାରୁ ଚତୁର ଜୀବ ତାଲିକାରେ ସ୍ଥାନ ପାଇଥିବା ବିଲୁଆର ସେ ଚତୁରତା ଆଉ ନାହିଁ। କାରଣ ନିଜ ବଂଶ ରକ୍ଷା ପାଇଁ ଏହି ଚତୁର ପ୍ରାଣୀ ଏବେ ସରକାରଙ୍କ ଉପରେ ନିର୍ଭରଶୀଳ। ଏଥିପାଇଁ ନିକଟରେ ଦେଶର ଅନ୍ୟତମ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ବିଲୁଆ ପାଇଁ ଖୋଲିଛି ସ୍ୱତନ୍ତ୍ର ଖୁଆଡ। ସେଠାରେ ଚତୁର ...

Read More »

କାରଣ ନିର୍ଣ୍ଣୟ ନ କରି ନିରାକରଣର ପରାମର୍ଶ ନିରର୍ଥକ

hotel-swosti-grand-re-dama-rout-nka-press-meet-5-660x400

୨୦୦୦ ମସିହା ବେଳକୁ ଓଡିଶାର ମୋଟ ଖାଦ୍ୟ ଶସ୍ୟ ଊତ୍ପାଦନ ଥିଲା ୪୫ ଲକ୍ଷ ମେଟ୍ରିକ ଟନ‍୍‌ । ଏବେ ଖାଦ୍ୟଶସ୍ୟ ଊତ୍ପାଦନ ପ୍ରାୟ ଏକ କୋଟି ଆଠ ଲକ୍ଷ ମେଟ୍ରିକ ଟନ‍୍‌ । ତେଣୁ ଏହା ନିଃସନ୍ଦେହରେ କୁହାଯାଇ ପାରିବ ଯେ ବିଗତ ୧୫ଦ୍ଧ୧୬ ବର୍ଷ ଭିତରେ କୃଷି ଊତ୍ପାଦନ ଦ୍ବିଗୁଣିତରୁ ଅଧିକ ହୋଇଛି। ରାଜ୍ୟ ସରକାର କୃଷିର ବିକାଶ ପାଇଁ ସ୍ବତନ୍ତ୍ର ବଜେଟର ବ୍ୟବସ୍ଥା କରିଛନ୍ତି। କୃଷକମାନଙ୍କୁ ...

Read More »

ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା ବାଲିଯାତ୍ରା

baliyatra

ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟ ଭିତ୍ତିକ ଯାତ୍ରା। ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ। ଏହି ଯାତ୍ରା କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ। ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ ...

Read More »