ପିଲାକୁ କ୍ଷୀର ଖୁଆଇଥିବା ମା’ର ଡାଏବେଟିସ୍‍, କ୍ୟାନ୍ସର ଆଶଙ୍କା କମେ

ନ୍ୟୁୟର୍କ: ୬ମାସରୁ ଅଧିକ ସମୟ ଧରି ନିଜ ପିଲାକୁ କ୍ଷୀର ଖୁଆଇଥିବା ମହିଳାଙ୍କ ଦେହରେ ଡାଏବେଟିସ୍‍ ସମସ୍ୟା ଅଧା କମିଯାଏ । ଏପରିକି ସେମାନେ ଗର୍ଭାଶୟ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଛନ୍ଦରେ ପଡ଼ିବା ଆଶଙ୍କା କମ୍‍ ଥାଏ ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଆମେରିକା ଭିତ୍ତିିକ କାଏଜର୍‍ ପରମାନେଣ୍ଟ ନାମକ ଏକ ଫାର୍ମାସ୍ୟୁଟିକାଲ୍‍ କମ୍ପାନୀର ଜଣେ ବରିଷ୍ଠ ବୈଜ୍ଞାନିକ ଏରିକା ପି ଗୁଣ୍ଡରସନ୍‍ ଏହି ସିଦ୍ଧାନ୍ତକୁ ବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତିଯେ, ମା’ ମାନଙ୍କ ଶିଶୁଙ୍କୁ ନିଜ କ୍ଷୀର ପିଆଇବା ଅଭ୍ୟାସ ଯେତେ ଲମ୍ବା ହେବ ଡାଏବେଟିସ୍‍ ଆଶଙ୍କା ସେତିକି କମିଥାଏ । ଯଦି ଜଣେ ମା’ ୬ ମାସରୁ କମ୍‍ ସମୟ ଧରି ନିଜ ପିଲାଙ୍କୁ କ୍ଷୀର ଦେଇଥାଏ ତେବେ ତାହାଙ୍କ ଦେହରେ ଟାଇପ୍‍-୨ ଡାଏବେଟିସ୍‍ ଆଶଙ୍କା ୨୫ ପ୍ରତିଶତ କମ୍‍ ଥାଏ । ଯିଏ ୬ ମାସରୁ ଅଧିକ ସମୟ କ୍ଷୀର ଦେଇଥାଏ ସେହି ମା’କୁ ଭବିଷ୍ୟତରେ ଟାଇପ୍‍-୨ ଡାଏବେଟିସ୍‍ ହେବାର ଆଶଙ୍କା ୪୭ ପ୍ରତିଶତ କମିଥାଏ ।

ଏହି ସିଦ୍ଧାନ୍ତରେ ଶରୀରର ମୋଟାପଣ, ଜାତି, ବର୍ଣ୍ଣ, ବା ଜୀବନ ଶୈଳୀର କିଛି ବି ପ୍ରଭାବ ପଡ଼େ ନାହିଁ ବୋଲି ସେ କହିଛନ୍ତି । ଗଲା ୩୦ ବର୍ଷ ଧରି ୧୨୩୮ ଜଣ ମହିଳାଙ୍କ ଶରୀରରେ ଏହା ଲକ୍ଷ କରାଯାଇଛି ବୋଲି ସେ କହିଛନ୍ତି ।

About admin

Check Also

ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ପିଜି ଓ ସ୍ନାତକ ଖୋଲିବ

• ୨୬ଟି ବିଭାଗ ପାଇଁ ମିଳିଲା ୟୁଜିସି ଅନୁମତି • ସାମ୍ବାଦିକତାରେ ପିଜି ଓ ସ୍ନାତକ ପାଠ୍ୟକ୍ରମ ଭୁବନେଶ୍ୱର,(ଓଟି): ରାଜ୍ୟର …

Leave a Reply