କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଗଡ଼କରିଙ୍କୁ ନବୀନଙ୍କ କଡ଼ା ଜବାବ : ସେତୁ ନିର୍ମାଣ ପାଇଁ ଜଙ୍ଗଲ ବିଭାଗର ଅନୁମତି ଆବଶ୍ୟକତା ନାହିଁ

ଭୁବନେଶ୍ୱର,(ଓଟି): ମହାନଦୀ ପରେ ଏବେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ବ୍ରିଜ ନିର୍ମାଣ ପ୍ରସଙ୍ଗରେ ମୁହାଁମୁହିଁ ବିଜେଡି ଓ ବିଜେପି । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ସେତୁ ନିର୍ମାଣ ପାଇଁ ଜଙ୍ଗଲ ବିଭାଗର ଅନୁମତିର ଆବଶ୍ୟକତା ନେଇ ଲେଖିଥିବା ଚିଠିର କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେତୁ ନିର୍ମାଣ ପାଇଁ ଜଙ୍ଗଲ ବିଭାଗର ଅନୁମତି ଆବଶ୍ୟକତା ନାହିଁ । ଅଣ ଜଙ୍ଗଲ ଜମିରେ ସେତୁ ତିଆରି ହେବ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । କେନ୍ଦ୍ର ଚାହିଁଲେ ଆସନ୍ତାକାଲିଠାରୁ ପୋଲ ନର୍ମାଣ କାମ ଆରମ୍ଭ କରିବେ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୋଲ ତିଆରି ପାଇଁ ଜଙ୍ଗଲ ବିଭାଗର ଅନୁମତି ଆବଶ୍ୟକତା ରହିଛି ବୋଲି ନିତୀନ ଗଡ଼କରୀ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଅନୁମିତି ମିିଳିଲେ ୭ ଦିନ ଭିତରେ ଆରମ୍ଭ ହୋଇଯିବ କାମ । ମୁଖ୍ୟମନ୍ତ୍ରୀ ଜବାବ ରଖି କହିଛନ୍ତି ସେତୁ ନିର୍ମାଣ ହେବାକୁ ଥିବା ଜମି ଅଣ ଜଙ୍ଗଲ ଜମି। ଏ ନେଇ ଏନ୍‌ଏଚ୍‌ଆଇ ପୂର୍ବରୁ ଅବଗତ ଅଛି। ଏନ୍‌ଏଚ୍‌ଆଇ ଯଥାଶୀଘ୍ର କାମ ଆରମ୍ଭ କଲେ ରାଜ୍ୟ ସରକାର ସହଯୋଗ କରିବେ । ଯଦି ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ହୁଏ ତେବେ ରାଜ୍ୟ ସରକାର ନିଜସ୍ୱପାଣ୍ଠିରୁ କାମ ଆରମ୍ଭ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଉରକେଲା ବନଖଣ୍ଡ ଅଧିକାରୀ ଏହି ଚିଠିରେ ସେ ଲେଖିଛନ୍ତି,ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଜଙ୍ଗଲ ଅନୁମତିର ଦରକାର ନାହିଁ । କାହିଁକି ନା’ ଅଫିସିଆଲ ରେକର୍ଡ ଅନୁସାରେ ଏହା ଜଙ୍ଗଲ ଜମି ଅଧିନରେ ଆସୁନାହିଁ । କିନ୍ତୁ ବଡ଼ କଥା ହେଉଛି, ଏହି ରାଉରକେଲା ଡିଏଫଓ, ଗତ ମେ ମାସରେ ଜାତୀୟ ରାଜପଥ ପ୍ରାଧିକରଣ ବା ଏନଏଚଏଆଇକୁ ଚିଠି ଲେଖି, ପ୍ରକଳ୍ପର ସଂପ୍ରସାରଣ ପରେ ଜଙ୍ଗଲ ଜମିର କିସମ ପରିବର୍ତନ ପାଇଁ ଆବଶ୍ୟକତାର ରହିଥିବା ଜଣାଇଥିଲେ । ଏହାକୁ ଆଧାର କରି ବିଜେପି କହୁଛି,ଏବେ ମିଛ କହୁଛି ବିଜେଡି ।

 

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :