ବିପିୟୁଟି ପ୍ରଥମ ଓ ତୃତୀୟ ସେମେଷ୍ଟର ଫଳାଫଳ ପ୍ରକାଶିତ, ୬୦ ହଜାର ପରୀକ୍ଷାର୍ଥୀଙ୍କ ଭାଗ୍ୟ ଇଣ୍ଟରନେଟ୍‍ରେ

0
2

ଭୁବନେଶ୍ୱର, (ଓଟି): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ( ବିପିୟୁଟି) ଦ୍ୱାରା ପରିଚାଳିତ ୧୬୪ଟି ପାଠ୍ୟକ୍ରମର ପ୍ରଥମ ଏବଂ ତୃତୀୟ ସେମିଷ୍ଟର ପରୀକ୍ଷାଫଳାଫଳ ପ୍ରକାଶ ପାଇଛି । ଏଥିରେ ସମୁଦାୟ ୫୯ ହଜାର ୯୨୪ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ସାମିଲ୍‍ ରହିଛି । ବିଟେକ୍‍ ଏବଂ ଏମ୍‍ଟେକ୍‍ ଶ୍ରେଣୀର ସମସ୍ତ ଅଡ୍‍ ସେମେଷ୍ଟର ରେଗୁଲାର୍‍ ଏବଂ ବ୍ୟାକ୍‍ ଫଳାଫଳ ଏକ ସଙ୍ଗେ ପ୍ରକାଶ ପାଇଥିବାରୁ ଏହାକୁ ବିଶ୍ୱବିଦ୍ୟାଳୟର ଏକ କୃତୀ ଭାବେ ଗ୍ରହଣ କରାଯାଉଛି ।

ଏହି ପରୀକ୍ଷାଫଳକୁ ବିପିୟୁଟି ସହବନ୍ଧିତ ସମସ୍ତ କଲେଜ ସେମାନଙ୍କ ନିର୍ଦ୍ଧାରିତ ଆଇଡି ପାସ୍‍ୱାର୍ଡ ଦେଇ ପରୀକ୍ଷା ଫଳାଫଳ ଡାଉନ୍‍ଲୋଡ୍‍ କରିପାରିବେ । ବ୍ୟାଚ୍‍ ଅନୁସାରେ ଛାତ୍ରଛାତ୍ରୀଙ୍କ ଟାବୁଲେସନ୍‍ ଏଥିରେ ଅପ୍‍ଲୋଡ୍‍ କରାଯାଇଥିବା ବିଶ୍ୱବିଦ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଯଦି ଏହି ଟାବ୍ୟୁଲେସନ୍‍ରେ କିଛି ସମସ୍ୟା ଥାଏ ତେବେ କଲେଜଗୁଡ଼ିକ ପକ୍ଷରୁ ସୂଚନା ଦିଆଗଲେ ତାହାକୁ ୧୫ ଦିନ ଭିତରେ ସଂଶୋଧନ କରାଯାଇପାରିବ ।