କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ମୁଖ୍ୟମନ୍ତ୍ରୀଙ୍କ ଟେଲିପ୍ରଂପଟର ସହାୟତାରେ ଥଙ୍ଗେଇ ଥଙ୍ଗେଇ ଓଡିଆରେ ଭାଷଣକୁ ରାଜ୍ୟବାସୀ ଭଲ ଭାବେ ବୁଝିଛନ୍ତି: ବିଜେପି

 

ଭୁବନେଶ୍ୱର, (ଓଟି):  ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ଉଭୟେ କେବଳ ଘୋଷଣା ଓ ପ୍ରଚାର ସର୍ବସ୍ୱ। ରାଜ୍ୟର ସମସ୍ତ ବର୍ଗ ଲୋକେ ଆଜି ଦୁର୍ଦିନରେ ବାସ କରୁଥିବାବେଳେ, ନିଜର ଅପାରଗତା ଓ ସ୍ଥାଣୁତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମାଧ୍ୟମରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ବିଭ୍ରାନ୍ତ କରିବାର ଅପଚେଷ୍ଟା କରୁଛନ୍ତି। ରାଜ୍ୟର ବିକାଶ କିମ୍ୱା ଭ୍ରଷ୍ଟାଚାର ମୁକ୍ତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ପ୍ରତିବଦ୍ଧତା ନଥିବା ମୁଖ୍ୟମନ୍ତୀ କେବଳ ଆତ୍ମପ୍ରଚାରରେ ଲାଗିଛନ୍ତି ବୋଲି ବିଜେପି ଅଭିଯୋଗ କରିଛନ୍ତି।

ମହାଆଡମ୍ୱରରେ ଶିଶୁ ଦିବସ ପାଳନ ଅବସରରେ ଓଡିଆ ଭାଷା ସବୁଠୁ ଭଲ ଏବଂ ଓଡିଶାବାସୀଙ୍କୁ ଓଡିଆ ଭାଷାର ଟେକ ରଖିବାକୁ ମୁଖ୍ୟମନ୍ତ୍ରୀ ଭାଷଣ ଦେଇଛନ୍ତି। ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ସହ ମନର କଥା କହିବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ଟେଲିପ୍ରଂପଟର ସହାୟତାରେ ଥଙ୍ଗେଇ ଥଙ୍ଗେଇ ଓଡିଆରେ ଭାଷଣ ଦେବାକୁ ରାଜ୍ୟବାସୀ ଭଲ ଭାବେ ବୁଝି ସାରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏଭଳି ଡ୍ରାମାବାଜି କରି ରାଜ୍ୟବାସୀଙ୍କୁ ଆଉ ବିଭ୍ରାନ୍ତ କରିବାର ଅପଚେଷ୍ଟା କରନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀ ଯଦି ଗଣମାଧ୍ୟମ ସମ୍ମୁଖରେ ୨୦ରୁ ୨୫ ପୃଷ୍ଟାର ଏକ ଓଡିଆରେ ଲିଖିତ ପୁସ୍ତକକୁ ବିନା ଟେଲିପ୍ରଂପଟର ସହାୟତାରେ ପଢି ଦିଅନ୍ତି, ଆମେ ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରିବୁ ବୋଲି ଚାଲେଂଜ ଦେଇଛି ବିଜେପି।

ରାଜ୍ୟରେ ସାଂପ୍ରତିକ ମରୁଡି ଓ ପୋକ ଜନିତ ଫସଲ ହାନୀ କାରଣରୁ ଚାଷୀକୁଳ ହନ୍ତସନ୍ତ ହେବା ସହ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି। ବିଦ୍ୟାଳୟମାନଙ୍କରେ ପାଖାପାଖି ୪୪ ହଜାର ଶିକ୍ଷକ ବଦ ଖାଲି ପଡିଥିବା କାରଣରୁ ପାଠ ପଢା ବାଧାପ୍ରାପ୍ତ ହେଉଛି। ୬୬ ପ୍ରତିଶତ ବିଦ୍ୟାଳୟମାନଙ୍କରେ ସଠିକ ଭିତିଭୂମି ଅଭାବ ରହିଛି। ଶିକ୍ଷକମାନେ ତାଙ୍କ ନ୍ୟାର୍ଯ୍ୟ ହକ‌୍‍ ପାବାକୁ ବଂଚିତ ହେବା କାରଣରୁ ରାଜରାସ୍ତାକୁ ଓହ୍ଲାଇ ଧାରଣା ଦେବା ସହ ଆନ୍ଦୋଳନ କରୁଛନ୍ତି। ଏପରିକି ଏ ସମସ୍ତ କାରଣରୁ ଗତ ୨ ବର୍ଷ ହେଲା ସରକାରୀ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃତ ହ୍ରାସ ପାଇଛି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ମୈାଳିକ ବ୍ୟବସ୍ଥା ମଧ୍ୟ ନାହିଁ। ମାତ୍ର ୨ ପ୍ରତିଶତ ଗ୍ରାମାଂଚଳରେ ପାନୀୟ ଜଳର ବ୍ୟବସ୍ଥା ରହିଛି। ପୃଷ୍ଟିହୀନ ଖାଦ୍ୟ କାରଣରୁ ରାଜ୍ୟର ୧୧୦୦ରୁ ଉର୍ଦ୍ଧ ଗ୍ରାମାଂଚଳ ବାସିନ୍ଦା ପ୍ରଭାବିତ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠୁ ଆରମ୍ଭ କରି, ନରେଗା, ସ୍ୱଚ୍ଚ ଭାରତ ଯୋଜନା ଆଜି ଦୁର୍ନୀତିର ଗନ୍ତା ଘର ସାଜିଛି। କେନ୍ଦ୍ର ସରକାରଙ୍କ ବାରମ୍ୱାର ତାଗିଦ‌୍‍ ସତ୍ୱେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନାହିଁ। ଏ ସମସ୍ତ ସମସ୍ୟାର ସମାଧାନ ଏବଂ ଉତରକୁ ସମୁହ ରାଜ୍ୟବାସୀ ଆଶା କରୁଥିବାବେଳେ ଆଜି ୨୦୦ ଶହ କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଅର୍ଥ ବ୍ୟୟରେ ଅନୁଷ୍ଠିତ ହୋଇଥିବା ଶିଶୁଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏ ସମସ୍ତ ପ୍ରଶ୍ନର ଉତର ନଦେଇ କେବଳ ଆତ୍ମପ୍ରଚାର କରିଥିଲେ। ଏହା ଅତ୍ୟନ୍ତ ନୀନ୍ଦନୀୟ ଏବଂ ଗଣତନ୍ତ୍ରର ଅପବ୍ୟବହାର ବୋଲି ବିଜେପି ଅଭିହିତ କରିଛି।

ଛାତ୍ରଛାତ୍ରୀ ମାନେ ଗୁରୁତ୍ୱପୂର୍ଣ ଶପଥ ନେଲା ବେଳେ ମୁଖ୍ୟମନ୍ତ୍ରୀ ନିଜ ଆସନରେ ବସି ରହିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ଗ୍ରହଣ କରାଇବେ ବୋଲି ବହୁଳ ଭାବେ ପ୍ରଚାର କରା ଯାଇଥିଲା। ଶପଥର ପ୍ରସଙ୍ଗ ମଧ୍ୟ ଆମର ଛାତ୍ର- ଛାତ୍ରୀ ଓ ସ୍କୁଲର ବସ୍ତୁ ସ୍ଥିତି ସହିତ ସାମଂଜସ୍ୟ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସରକାରୀ ଶପଥ ବଦଳରେ ଓଡିଆ ଛାତ୍ର ମାନେ କେମିତି ନେବି ଶପଥ ବୋଲି ପ୍ରଶ୍ନ କରୁଛନ୍ତି ବୋଲି କହିବା ସହ ଦଳ ତରଫରୁ ଏକ କବିତା ଗଣମାଧ୍ୟମକୁ ଜାରୀ କରିଛନ୍ତି।

ଛାତ୍ରଛାତ୍ରୀମାନେ ଆଜି ପ୍ରଶ୍ନ ପଚାରିଛନ୍ତି  :

ବିନା ମାଷ୍ଟରରେ ପଢୁଛି ପାଠ

କେମିତି କରିବି ଓଡିଶା ଶ୍ରେଷ୍ଠ ?

ଗଛମୂଳେ ଅଟେ ମୋ ପାଠ ଶାଳାଶାସନ ତୁମର ପୂରା ହୁଗୁଳା।
ସରକାରଙ୍କର ନାହିଁ ଦାୟିତ୍ୱତୁମେ କି ଧରିବ ମୋ ଟିକି ହାତ ?
ଇଚ୍ଛା ଅଛି ହେବି ବଡ ମଣିଷସରକାର ଉପରେ ନାହିଁ ବିଶ୍ୱାସ।
କେମିତି ପଢିବି ?  କେମିତି ଗଢିବି ?? କେମିତି ଶ୍ରେଷ୍ଠ ହେବି ???

ଆଜି ସକାଳେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଶିକ୍ଷା, କୃଷି, ପାନୀୟ ଜଳ, ମଧ୍ୟାହ୍ନ ଭୋଜନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଚଭାରତ, ନରେଗା ଆଦି ସମସ୍ତ ଲୋକହିତାକାରୀ ଯୋଜନାର କାଯ୍ର୍ୟକାରିତାରେ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :