କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ରାଜ୍ୟରେ ମିଡିଆ ପୋଲାରାଇଜେସନ‍୍‌: କଳିଙ୍ଗ ଟିଭିକୁ ବିଜେପିର ବୟକଟ‍୍‌

ଭୁବନେଶ୍ୱର,(ଓଟି): କିଟ‍୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ତିନି ବର୍ଷ ହେଲା ଆରମ୍ଭ ହୋଇଥିବା କଳିଙ୍ଗ ଟିଭିକୁ ରାଜ୍ୟ ବିଜେପି ନେତୃବୃନ୍ଦ ବୟକଟ‍୍‌ କରିଥିବା ଚର୍ଚ୍ଚା ହେଉଛି। ସେଇଥିପାଇଁ କଳିଙ୍ଗ ଟିଭି ଦ୍ୱାରା ହେଉଥିବା ବିଭିନ୍ନ ସାଂପ୍ରତିକ ପ୍ରସଙ୍ଗ ଉପରେ ହେଉଥିବା ରାଜନୀତିକ ଆଲୋଚନା ବେଳେ ବିଜେପିର କୌଣସି ତୁଙ୍ଗ ନେତା ବା ମୁଖପାତ୍ର ଉପସ୍ଥିତ ରହୁନାହାନ୍ତି। କେତେବେଳେ କେମିତି ବିଜେପି ମତବାଦରେ ବିଶ୍ୱାସ କରୁଥିବା କିଛି ସାମ୍ୱାଦିକ ଓ ଦଳର ଦ୍ୱିତୀୟ ଲାଇନର ନେତାଙ୍କୁ ବିଜେପିର ମତ ବୋଲି ଚ୍ୟାନେଲ‍୍‌ର କାର୍ଯ୍ୟକ୍ରମ ହୋଷ୍ଟ ଗ୍ରହଣ କରି ନେଉଥିବା ଜଣାପଡ଼ୁଛି।

 
ବିଜେପି ମୁଖପାତ୍ରମାନେ ଯଦିଓ ଏହି କଥାକୁ ସିଧାସଳଖ ସ୍ୱୀକାର କରୁନାହାନ୍ତି କିନ୍ତୁ ସେ ଚ୍ୟାନେଲ‍୍‌ ଅତ୍ୟଧିକ ମାତ୍ରାରେ ବିଜେଡି ପକ୍ଷକୁ ପ୍ରଚାର କରୁିଥବାରୁ ଆମେ ସେଠାକୁ ଯିବା ପାଇଁ ଚାହୁଁ ନାହୁଁ ବୋଲି କହିଛନ୍ତି। କିନ୍ତୁ କୌଣସି ମିଡିଆ ସହ ଶତ୍ରୁତା ସୃଷ୍ଟି ପାଇଁ ଆମେ ରାଜନୀତିକ ନେତାଏଁ କେବେ ଚାହିଁବୁ ନାହିଁ ବୋଲି ସେ କହିଛନ୍ତି।

 
ରାଜ୍ୟରେ ଚାଲିଥିବା ମିଡିଆ ପୋଲାରାଇଜେସନ‍୍‌ ଧାରାରେ କଳିଙ୍ଗଟିଭି ବିଜେଡି ପ୍ରଭାବିତ ଏକ ଚ୍ୟାନେଲ‍୍‌ ଭାବେ ନିଜ କଣ୍ଟେଣ୍ଟ ପୃଷ୍ଠଭୂମିରୁ ନିଜକୁ ପରିଚିତ କରାଇଛି। ଯେତେବେଳେ କୌଣସି ରାଜନୀତିକ ବିତର୍କ କାର୍ଯ୍ୟକ୍ରମ ହେଉଛି ସେତେବେଳେ ବିଜେଡି ପକ୍ଷଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ ଦଳୀୟ ପ୍ରତିନିଧିଙ୍କୁ ଅଧିକ ସମୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ବିଜେପି ପ୍ରତିନିଧିଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ନଥିବା ବିଜେପି ମହଲରେ ତୀବ୍ର ଆଲୋଚନା ହୋଇଛି। ବିଜେପି ପକ୍ଷରୁ ଯେଉଁ ମିଡିଆ ପ୍ୟାନେଲିଷ୍ଟଙ୍କୁ ସେଠାକୁ ଯିବା ପାଇଁ କୁହାଯାଉଛି ତାଙ୍କୁ ସମ୍ପୃକ୍ତ ସମ୍ପାଦକୀୟ ଟିମ‍୍‌ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ ହୋଇଛି। ଏହିକ୍ରମରେ ବିଜେପି ପକ୍ଷରୁ କଳିଙ୍ଗ ଟିଭିର କୌଣସି ରାଜନୀତିକ ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ନଦେବା ପାଇଁ ଅବୈଧାନିକ ନିଷ୍ପତ୍ତି ନିଆଯାଇଥିବା ଛାମୁଆ ନେତାମାନେ କହିଛନ୍ତି। ତେବେ ପ୍ରତ୍ୟକ୍ଷ ରାଜନୀତି କରୁଥିବାରୁ ଏ ବିଷୟକୁ ମିଡିଆରେ ଆଲୋଚନା ନକରି ଆପୋଷ ବୁଝାମଣାରେ ସମାଧାନ କରିବା ପାଇଁ କିଛି ବିଜେପି ନେତା ସମ୍ପାକୀୟ ମୁଖ୍ୟ ଏବଂ ପ୍ରତିଷ୍ଠାତାଙ୍କ ଉପରେ ଚାପ ପକାଇଥିବା ଚର୍ଚ୍ଚା ହେଉଛି। ଏ ବାବଦରେ ବିଜେପି ପକ୍ଷରୁ କୌଣସି ଦଳୀୟ ସ୍ପଷ୍ଟୀକରଣ ରଖିବା ପାଇଁ ମୁଖପାତ୍ର ମନା କରିଥିବା ବେଳେ କଳିଙ୍ଗ ଟିଭିର ସମ୍ପାଦକଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :