ବିଜେଡି ପୋଲିସକୁ ଅସ୍ତ୍ର ଭାବରେ ବ୍ୟବହାର କରି ବିଜେପି ଉପରେ ଆକ୍ରୋଶ ରାଜନୀତି ଚଳାଇଛି : କେ.ଭି.ସିଂହଦେଓ

ଭୁବନେଶ୍ୱର,(ଓଟି): ରାଜ୍ୟରେ ଶାସକ ବିଜୁ ଜନତା ଦଳ ପୋଲିସକୁ ଅସ୍ତ୍ର ଭାବରେ ବ୍ୟବହାର କରି ରାଜନୈତିକ ପ୍ରତିଦ୍ୱନ୍ଦୀ ବିଶେଷ ଭାବରେ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରୋଶ ରାଜନୀତି ଚଳାଇଛି ବୋଲି ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ର୍ଧନ ସିଂହଦେଓ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।

ଶ୍ରୀ ସିଂହଦେଓ କହିଛନ୍ତି ଯେ, ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବାହାରେ ହୋଇଥିବା ହିଂସାକାଣ୍ଡକୁ ଚଞ୍ଚକତା କରି ରାଜ୍ୟ ଶାସକ ଦଳ ବିଜେପିର ଜଣେ ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଛନ୍ଦିବା ପାଇଁ ଷଡଯନ୍ତ୍ର କରିଛି। ଘଟଣା ସହ ପ୍ରତ୍ୟକ୍ଷ ଭାବରେ ତ ନୁହେଁ, ପରୋକ୍ଷ ଭାବରେ ବି ଜୟ ନାରାୟଣ ମିଶ୍ରଙ୍କ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଏକ ଷଡଯନ୍ତ୍ରର ଅଙ୍ଗ ଭାବରେ ଜୟ ନାରାୟଣ ମିଶ୍ରଙ୍କୁ ମିଛ ମାମଲାରେ ଗିରଫ କରି ବିଜେପିକୁ ବଦନାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ ବିଭାଗ ଷଡଯନ୍ତ୍ର କରିଛି ବୋଲି ଶ୍ରୀ ସିଂହଦେଓ ଅଭିଯୋଗ କରିଛନ୍ତି।

ଗୋଟିଏ ପଟେ ବିଜେପି ନେତାଙ୍କୁ ଛନ୍ଦିବା ପାଇଁ ଚେଷ୍ଟା କରୁଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନ ବେଳେ ୧୪ ଜଣ ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି ଗୁଣ୍ଡା ମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ପ୍ରତ୍ୟେକଟି ହତ୍ୟାକାଣ୍ଡରେ କେଉଁ କେଉଁ ବିଜେଡି ନେତା ସାମିଲ ଏଫଆଇଆର ଗୁଡିକରେ ସ୍ପଷ୍ଟ ଭାବେ ଲେଖା ଯାଇଥିଲେ ମଧ୍ୟ ରାଜ୍ୟ ପୋଲିସ ସେମାନଙ୍କୁ ଗିରଫ କରିବା ବଦଳରେ ଘଣ୍ଟ ଘୋଡାଇ ସୁରକ୍ଷା ପ୍ରଦାନ କରୁଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ବିଜେପିର ବ୍ରହ୍ମପୁରର ନେତା ପୂର୍ବତନ ମେୟର ଶିବଶଙ୍କର ଦାସ ଗିରଫ ହୋଇ ଜେଲରେ ଥିବା ବେଳେ ତାଙ୍କ ବିରୁଦ୍ଧରେ ଏନଏସଏ ପରି କଡା ଆଇନରେ ଗିରଫ କରା ଯାଇଥିବା ପୋଲିସ ତରଫରୁ ଘୋଷଣା କରା ଯାଇଛି। ଜଣେ ବ୍ୟକ୍ତିଙ୍କ ପଛରେ ବିଭିନ୍ନ ଅପରାଧିକ ମାମଲା ଲଗା ଯାଇଥିଲେ ମଧ୍ୟ କୋର୍ଟ ସେଗୁଡିକୁ ଅଗ୍ରାହ୍ୟ କରିବା ପରିପ୍ରେକ୍ଷୀରେ ଶ୍ରୀ ଦାସଙ୍କୁ ବେଲ ନ ମିଳୁ ସେଥିପାଇଁ ପୋଲିସକୁ ରାଜନୈତିକ ବ୍ୟବହାର କରା ଯାଇଛି ବୋଲି ଶ୍ରୀ ସିଂହଦେଓ ଅଭିଯୋଗ କରିଛନ୍ତି।

ଶ୍ରୀ ସିଂହଦେଓ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ଲମ୍ୱା ସମୟ ମ୍ରୁଖ୍ୟମନ୍ତ୍ରୀତ୍ୱରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଶାସକ ଦଳର ବି ଟିମ ଭାବରେ ବ୍ୟବହାର କରା ଯଇଛି। ୨୦୧୪ ମସିହା ନିର୍ବାଚନ ପରେ ଓ ବିଶେଷ ଭାବେ ପଞ୍ଚାୟତ ନିର୍ବାଚନ ସମୟ ଓ ପରବର୍ତ୍ତୀ ପରିସ୍ଥିତିରେ ବିଜେପି ଓଡିଆଙ୍କ ହକର ଲଢେଇକୁ ନର୍ଣ୍ଣାୟକ ମୋଡକୁ ନେବାରୁ ଶାସକ ବିଜେଡି ରାଜନୈତିକ ମୁକାବିଲା ପରିବର୍ତେ ପୋଲିସକୁ ରାଜନୈତିକ ଆକ୍ରୋଶରେ ବେଆଇନ ଭାବେ ବ୍ୟବହାର କରୁଛି ବୋଲି ସେ କହିଛନ୍ତି।

ଗଣତନ୍ତ୍ରରେ ପୋଲିସକୁ ବ୍ୟବହାର କରି ଜନତାର ସ୍ୱାର୍ଥର ଲଢେଇ ଲଢୁଥିବା ଦଳକୁ ଚୁପ କରି ଦେବାର ହୀନ ପ୍ରୟାସ ସଫଳ ହେବ ନାହିଁ ଓ ଜନତା ଏହାର ଜବାବ ଦେବ ବୋଲି ଶୀ ସିଂହଦେଓ କହିଛନ୍ତି। ରାଜ୍ୟ କାଯ୍ର୍ୟାଳୟରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ସିଂହଦେଓଙ୍କ ସମେତ ବିଧାୟକ ରବି ନାରାୟଣ ନାଏକ, ପ୍ରଦୀପ ପୁରୋହିତ, ଗୋବିନ୍ଦ ଦାଶ, ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲୋ

About admin

Check Also

ବର୍ଷା ଆସିଲେ ଡ୍ରେନ୍‍ ଚିନ୍ତା: ବିଡିଏ କହିଲା ତଳିଆ ଅଞ୍ଚଳରେ ଏଣିକି କୋଠା ଅନୁମତିରେ ହେବ କଟକଣା

ଭୁବନେଶ୍ୱର, (ଓଟି): ସହର ଜବର ଦଖଲ ଓ ବିଲ୍‍ଡରଙ୍କ ପ୍ରତି ଗୋଡ଼ାଣିଆ ଥିବା ଭୁବନେଶ୍ୱର ଉନ୍ନୟନ ନିଗମ ( ବିଡିଏ)ର …

Leave a Reply