କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates
Indira-Awas-Yojana

୨୦୧୫-୧୬ରେ ମୋ କୁଡିଆ , ବିଜୁ ପକ୍କା ଘର ଯୋଜନାରେ ୯୪ ହଜାର ଗୃହ ଦିଆଯାଇଛି

ଭୁବନେଶ୍ୱର,(ଓଟି): ମୋ କୁଡ଼ିଆ ଯୋଜନା ଆର୍ଥିକ ବର୍ଷ ୨୦୦୮-୦୯ରୁ ଆରମ୍ଭ ହୋଇ ୨୦୧୪-୧୫ରେ ବିଜୁ ପକ୍କା ଘର ଯୋଜନାକୁ ରୂପାନ୍ତରିତ ହୋଇଥିଲା। ଆର୍ଥିକ ବର୍ଷ ୨୦୦୮-୦୯ରେ ୨୮,୫୬୬, ୨୦୦୯-୧୦ରେ ୧୭,୧୪୨, ୨୦୧୦-୧୧ରେ ୧୨,୮୩୫, ୨୦୧୧-୧୨ରେ ୧୨,୬୭୬, ୨୦୧୨-୧୩ରେ ୧୮,୮୫୦, ୨୦୧୩-୧୪ରେ ୨୮,୧୮୮, ୨୦୧୪-୧୫ରେ ୪୫,୯୮୭ ଏବଂ ୨୦୧୫-୧୬ରେ ୯୩,୬୫୦ ଏହିପରି ମୋଟ ୨,୫୭,୮୯୪ ଘର ଆର୍ଥିକ ବର୍ଷ ୨୦୧୫-୧୬ ଶେଷ ସୁଦ୍ଧା ଯୋଗାଇ ଦିଆଯାଇଛି ବୋଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଚନ୍ଦ୍ରଶେଖର ମାଝୀଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ଚଳିତ ଆର୍ଥିକ ବର୍ଷରେ ୯,୭୦,୬୭୯(ନଅ ଲକ୍ଷ ସତୁରି ହଜାର ଛଅଶହ ଅଣାଅଶୀ) ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି। ଧାର୍ଯ୍ୟ ଲକ୍ଷ୍ୟ ଥିବା ଗୃହ ମଧ୍ୟରୁ ଚଳିତ ବର୍ଷ ୧,୧୨,୯୨୮ ଘର ନିମ୍ନ ଯୋଜନାଗୁଡ଼ିକରେ ସମ୍ପୂର୍ଣ୍ଣ ହୋଇଛି।
କେନ୍ଦ୍ରର ୬୦ ପ୍ରତିଶତ ଅନୁଦାନ ଓ ରାଜ୍ୟର ୪୦ ପ୍ରତିଶତ ଅନୁଦାନରେ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୩,୪୦,୪୯୮ ଗୃହ, ସମ୍ପୂର୍ଣ୍ଣ ରାଜ୍ୟ ଅଂଶଧନରେ ନିର୍ମାଣ ହେଉଥିବା ବିଜୁ ପକ୍କା ଘର ଯୋଜାନରେ ୧୧,୦୨୫ ଓ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ୨୯୯, ଏହିପରି ମୋଟ ୩,୫୧,୮୨୨ ଗୋଟି ଗୃହ ଯୋଗାଇ ଦେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

About admin

Check Also

asok-bjp

ବିଜେଡିରୁ ହତାଶ‍୍‌ ହେବା ପରେ ବିଜେପି ଉପରେ ଅଶୋକଙ୍କ ନଜର

ଅଶୋକଙ୍କୁ ରାଜ୍ୟ ସ୍ତରୀୟ ନେତଙ୍କ ସମର୍ଥନ ତୃଣମୂଳ ସ୍ତର ବିଜେପି କର୍ମୀଙ୍କ ବିରୋଧ ଭୁୁବନେଶ୍ୱର,(ଓଟି): ବିଜେଡି ନେତୃତ୍ୱ ଦ୍ୱାରା ବାରମ୍ୱାର ...

Leave a Reply

Your email address will not be published. Required fields are marked *